ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପୁରୁଷ ପାରା ବ୍ୟାଡମିଣ୍ଟନ ଇଣ୍ଡୋନେସିଆରେ କଳାହାଣ୍ଡିର ଆକାଶ ମୁଣ୍ଡ

ପୁରୁଷ ପାରା ବ୍ୟାଡମିଣ୍ଟନ

ଇଣ୍ଡୋନେସିଆରେ କଳାହାଣ୍ଡିର ଆକାଶ ମୁଣ୍ଡ

ଇଣ୍ଡୋନେସିଆରେ ଆୟୋଜିତ ଅନ୍ତର୍ଜାତୀୟ ପୁରୁଷ ପାରାବେଡମିଣ୍ଟନ ଚମ୍ପିଆନସିପ ପ୍ରତିଯୋଗିତାରେ କଳାହାଣ୍ଡିର ଯୁବ ଖେଳାଳି ଆକାଶ ମୁଣ୍ଡ ସାମିଲ ହୋଇଛନ୍ତି । ଇଣ୍ଡୋନେସିଆ, ସୁରକର୍ତ୍ତା ସହରର ମହମ୍ମଦିଆ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହେଉଥ‌ିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୬ଜଣ ଖେଳାଳିଙ୍କ ସମେତ ଭାରତରୁ ପ୍ରାୟ ୬୦ଜଣ ଭାଗ ନେଇଛନ୍ତି ।ଏସଏଲ୩, ଗ୍ରୁପ୍ ୨ ପ୍ରତିଯୋଗିତାରେ ଆକାଶ ଏକକ ଓ ଯୁଗଳ ବର୍ଗରେ ଖେଳିବେ ।

ଚଳିତ ଇଣ୍ଡୋନେସିଆ ଜାତୀୟ ପାରାବେଡମିଣ୍ଟନ ସଂଘ ଦ୍ବାରା ଆୟୋଜିତ ପ୍ରତିଯୋଗିତାରେ ବିଶ୍ଵର ବିଭିନ୍ନ ଦେଶର ବହୁ ନାମୀ ଖେଳାଳି ସାମିଲ ହୋଇଛନ୍ତି । ସେମାନଙ୍କ ନିକଟରୁ ଖେଳର ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷା ଗ୍ରହଣ କରିହେବ ବୋଲି ଆକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି । କଳାହାଣ୍ଡିର ଏହି ଯୁବ ପାରାବେଡମଣ୍ଟନ ଖେଳାଳି ଜଣକ ପୂର୍ବରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଏକକ ବର୍ଗରେ ଚମ୍ପିଆନ ଆଖ୍ୟା ପାଇବା ସହିତ ସ୍ଵର୍ଣ୍ଣପଦକ ପାଇଥିଲେ ।

ଜାମସେଦପୁରରେ ଅନୁଷ୍ଠିତ ଜାତୀୟ ଚମ୍ପିଆନସିପ୍‌ରେ କୃତିତ୍ଵ ହାସଲ ପରେ ଅନ୍ତର୍ଜାତୀୟ ପାରା ବେଡ଼ମିଣ୍ଟନ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।ଆକାଶ ଅନ୍ତର୍ଜାତୀୟ ଖେଳରେ ସାମିଲ ହେବା ଯୋଗୁଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟୁଛି ।

ସୂଚନାଯୋଗ୍ୟ ଯେ,ଓଡିଶା ରାଜ୍ୟ ବ୍ୟାଙ୍କିଙ୍ଗ୍ ପାରା ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟରେ ଆକାଶ ରଂଜନ ମୁଣ୍ଡ ବିଜୟୀ ୨୦୨୪ ର ଏସଏଲ୍ ୩ ବର୍ଗରେ ଚାମ୍ପିଅନସିପ୍ ଟାଇଟଲ୍‌ ହାସଲ କରିଥିଲେ।ଏହି ପ୍ରତିଯୋଗୀତା ପାରା ସ୍ମୋର୍ଟସ୍ ଆସୋସିଏସନ୍ ଅଫ୍ ଓଡିଶାର ଉଦୟ ସ୍ପୋର୍ଟସ୍ ଏକାଡେମୀ ଭୁବନେଶ୍ବର ଏବଂ ରୋଟାରୀ କ୍ଲବ୍ ର ସହଯୋଗରେ ଅନୁଷ୍ଠିତ ହୋଇଥଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ର ପାଞ୍ଚ ଛାତ୍ରୀ ଜାତୀୟ କ୍ରୀଡ଼ା ସମ୍ମିଳନୀ ପାଇଁ ମନୋନୀତ

Sunil Chandra Nayak

ଅଲ ଇଣ୍ଡିଆ INTAR ବିଶ୍ୱବିଦ୍ୟାଳୟ କିକ୍ ବକ୍ସିଂ ରେ ମିସ୍ ରୋଶନି ବେଗମ୍ ଙ୍କ ବ୍ରୋଞ୍ଜ୍  ପଦକ ହାସିଲ

Sunil Chandra Nayak

ହାପି ବାର୍ଥ ଡେ ସଚିନ…

Sunil Chandra Nayak

Leave a Comment

error: Content is protected !!