ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ‘ମାନାପୁରମ୍ ଗୋଲ୍ଡ ଲୋନ’ଅଫିସରେ ୫ ଦୁବୃର୍ତ୍ତଙ୍କ ଲୁଟ୍ ଉଦ୍ୟମ ବିଫଳ ; ସାଇରନ୍ ବାଜିବା ଯୋଗୁଁ ଲୁଟ୍ ଉଦ୍ୟମ ଫସର ଫାଟିଗଲା

ରାଇରଙ୍ଗପୁରରେ ‘ମାନାପୁରମ୍ ଗୋଲ୍ଡ ଲୋନ’ଅଫିସରେ ୫ ଦୁବୃର୍ତ୍ତଙ୍କ ଲୁଟ୍ ଉଦ୍ୟମ ବିଫଳ ; ସାଇରନ୍ ବାଜିବା ଯୋଗୁଁ ଲୁଟ୍ ଉଦ୍ୟମ ଫସର ଫାଟିଗଲା

 ମୟୂରଭଞ୍ଜ – ୦୧/୧୦ ( ମସିହା)ଆସିଗଲା ପାର୍ବଣ ଋତୁ । ଲୁଟେରା ଙ୍କ କଚେ ପୁଅ ବାର୍ ।ସହର , ଦୋକାନ ବଜାର, ବାଣିଜ୍ୟ ପ୍ରତିଷ୍ଠାନ, ବ୍ୟାଙ୍କ ,ଗହଣା ଦୋକାନ ଚଳ ଚଞ୍ଚଳ । ଗ୍ରାହକଙ୍କ ଗହଳ ଚହଳ ବଢ଼ି ଯାଇଛି ।ବିଦେଶ ଫେରନ୍ତା ପୁଅ ନିଜର ସ୍ବ ଅର୍ଜିତ ଧନ ଧରି ଗାଁ ମୁହାଁ ହେଲେଣି । ତେଣୁ ଲୁଟେରା,ଛିନତାଇ ମାନେ ସଂପୁର୍ଣ୍ଣ ଜାଲ ବିଛେଇବା ଆରମ୍ଭ କଲେଣି । ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ବଜାରର ଗାନ୍ଧୀ ଛକ ନିକଟରେ ଥିବା ‘ମାନାପୁରମ ଗୋଲ୍ଡ ଲୋନ’ ସଂସ୍ଥା କାର୍ଯ୍ୟାଳୟରେ ସୋମଵାର ଦିନ ପୂର୍ବାହ୍ନ ୯.୩୦ ଟା ପାଖାପାଖି  ସମୟରେ ସଂସ୍ଥାର କର୍ମଚାରୀ ମାନେ କାର୍ଯ୍ୟାଳୟରେ ତାଲା ଖୋଲୁଥିବା ସମୟରେ ୫ ଜଣ ଅଜଣା ଯୁବକ ପହଞ୍ଚି ସେମାନଙ୍କୁ ମାରାଣାସ୍ତ୍ର ଦେଖାଇବା ସହ ଭୟଭୀତ କରାଇ ମାରପାଟ କରି ଲୁଟ୍ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ହଠାତ୍ ଅଫିସର ସାଇରନ୍ ବାଜି ଯିବାରୁ ଦୁବୃର୍ତ୍ତ ମାନେ ଦୃତ ଗତିରେ ପାହାଡ଼ରୁ ଓହ୍ଲାଇ ବାଇକ୍ ଯୋଗେ ଖସି ପଳାଇଥିଲେ ।ଖବର ପାଇ ଟାଉନଥାନା ଅଧିକାରୀ ସୁନ୍ଦର ମହାଳିକ ଓ ତାଙ୍କ ଟିମ୍ ପହଞ୍ଚି ଛାନଭିନ କରିଥିଲେ । ସଂସ୍ଥାର କର୍ମଚାରୀ ସୌମେନ୍ଦ୍ର ପଣ୍ଡାଙ୍କ ଥାନାରେ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା କେଶ ନମ୍ବର ୨୮୬/୨୪ ରୁଜୁ କରି ତଦନ୍ତକୁ ଜୋରଦାର କରିଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

ରାଇରଙ୍ଗପୁରରେ ବହୁବିଶେଷଜ୍ଞ ଚିକିତ୍ସା ଶିବିର ଆୟୋଜନ ନେଇ ସମନ୍ୱୟ ବୈଠକ

Sunil Chandra Nayak

ପଞ୍ଚାୟତ ଅଗ୍ରଗତି ତଥ୍ୟ ତାଲିମ ଶିବିର 

masiha

Leave a Comment

error: Content is protected !!