ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଳବହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ 

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଳବହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ 

ରାୟଗଡା/୨/୧୦/୨୪ : ରାୟଗଡା ଜିଲ୍ଳା ପ୍ରଶାସନର ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସୈାଜନ୍ୟତାରେ ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ବିଭାଗ ପକ୍ଷରୁ ସହରରେ ପ୍ରାତଃ ରାମଧୂନ ପ୍ରଚାର ହୋଇଥିବା ବେଳେ ସକାଳ ସାଢେ ୭ଟା ସମୟରେ ସ୍ଥାନୀୟ ଗଜପତି ଛକ ଠାରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତୀମାନଙ୍କ ସହିତ ଜିଲ୍ଲାସ୍ଥରୀୟ ଅଧିକାରୀ, ପ୍ରେମ ପାହାଡ଼ ୱାକର୍ସ କ୍ଲବର ଓ ଅନ୍ୟାନ୍ୟ ମନୟାଗଣ୍ୟ ଅତିଥି ଗାନ୍ଧୀ ପ୍ରମୋଦ ଉଦ୍ୟାନ ପର୍ଯ୍ୟନ୍ତ ପଦଯାତ୍ରାରେ ହଇଥିଲେ ଓ ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ସମବେତ ହୋଇଥିଲେ l ଜିଲ୍ଲାପାଳ ରୟାଗଡ଼ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ସରସ୍ୱତୀ ମାଝି, ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ,ଜିଲ୍ଲା ମୁଖ୍ୟ ଉନ୍ନୟନ ତଥାପି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେଵୀ,ଅତିରିକ୍ତ ଆରୋକ୍ଷୀ ଅଧିକ୍ଷ ଶ୍ରୀ ବିଷ୍ଣୁ ପ୍ରସାଦ ପlତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ପୌର ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରତିମା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ,

 ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସହରରେ ଥିବା ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବା ପରେ ସେଠାରେ ସର୍ବଧର୍ମ ପ୍ରାର୍ଥନା ସଭା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ହିନ୍ଦୁ ଧର୍ମର ଧର୍ମ ଗୁରୁ ପଣ୍ଡିତ ଗଙ୍ଗାଧର ବ୍ରହ୍ମା ପବିତ୍ର ଗୀତ , କ୍ରୀଷ୍ଟ ଧର୍ମର ପlଷ୍ଟର ଆନ୍ଦ୍ରୀୟ ବାଛେଳି ପବିତ୍ର ବାଇବଲ , ଶିଖ ଧର୍ମର ଧର୍ମଗୁରୁ ଆର କେ ରହlନ,ଗୁରୁଃଗ୍ରନ୍ଥ ସାହିବ,ଇସଲାମ ଧର୍ମର ମୌଲାନା ମ. ଅଲି, କୋରାନ ପାଠ କରିଥିଲେ l ଏଥିରେ ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ ମହାନ୍ତି,ଆଇନଜୀବୀ ବ୍ରଜସୁନ୍ଦର ନାୟକ,ୱାକର୍ସ କ୍ଲବର ସଭାପତି ଓ ସଦସ୍ୟବୃନ୍ଦ,ଗୋପୀନାଥ ସାହୁ, ସତ୍ୟବାଦୀ ପତି, ଜଳନ୍ଧର ପୁଷିକା ସମେତ ଅନ୍ୟ ସଦସ୍ୟ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଯୋଗଦାନ କରି ମାଲ୍ୟାର୍ପଣ କରିଥିଲେ l ଏହା ପରେ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ସ୍ୱାଧୀନତା ସଂଗ୍ରାମୀ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ଅହିଂସା ମାର୍ଗରେ ଗଲେ ସମାଜରେ ପରିବର୍ତନ ଆସେ ବୋଲ ପ୍ରକାଶ କରିଥିଲେ l ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ଗାନ୍ଧୀଜୀଙ୍କ ଜୀବନ ଦର୍ଶନ ଶୀର୍ଷକ ବିଷୟ ଉପରେ ଅନୁଷ୍ଠିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଏଥିରେ ଅତିରକ୍ତ ଜିଲ୍ଲାପାଳ ଭlସ୍କର ରଇତ, ମହିଳା ମହାବିଦ୍ୟାଳୟର ଗର୍ଭର୍ଣ୍ଣିଂ ବଡି ସଭାପତି ଡଃ.ଦୁଷ୍ମନ୍ତ୍ କୁମାର ମହାନ୍ତି,ରାଷ୍ଟ୍ରପତି ପୁରସ୍କାର ଶିକ୍ଷକ ସାହିତ୍ୟ ଡ଼ଃ ଦ୍ଵିତୀ ଚନ୍ଦ୍ର ସାହୁ, ,ଡ଼ଃ ଅର୍ଚନା ପଟ୍ଟନାୟକ, ରାୟଗଡ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତି ସରସ୍ବତୀ ରୟ ଆଦି ଗାନ୍ଧିଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଉଚ୍ଚ ବିଦ୍ୟାଳୟ ସ୍ଥରୀୟ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟlପିକା ରିତାରାଣୀ ମିଶ୍ର, ଅଧ୍ୟାପକ ରଘୁନାଥ ଭୁଏ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରବାସୀ ଭାରତୀୟ ଦିବସ-୨୦୨୫ ରେ ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଳା ସ୍ତରରେ ପ୍ରଥମ ଛାତ୍ରୀ ଏସ୍ ହାରିକା ,ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଲା ସ୍ତରରେ ଦ୍ଵିତୀୟ ଛାତ୍ରୀ ପରମେଶ୍ୱରୀ 

masiha

ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ପାଇଁ ଛୁଟି ବାତିଲ: ୩୧ ଯାଏ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!