ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ ରେ ହନୁମାନ ଜୟନ୍ତୀ ରେ ବିଶାଳ ଶୋଭାଯାତ୍ରା

ଜୁନାଗଡ଼,୧୭/୪(ମ ନି ସ) ଜୁନାଗଡ଼ ହନୁମାନ ମନ୍ଦିର ପରିଚାଳନା କମିଟି ତରଫରୁ ହିନ୍ଦୁ ନବବର୍ଷ ପାଳନ ଅବସରରେ ହନୁମାନ ଜୟନ୍ତୀ ପାଳନ କରାଯାଇ ଏକ ବିଶାଲ ଶୋଭାଯାତ୍ରା ବାହାରିଥିଲା l କମିଟି ପକ୍ଷରୁ ସ୍ତାନୀୟ ହନୁମାନ ମନ୍ଦିର ଠାରୁ ବିଭିନ୍ନ ସଂଗଠନ ସାମିଲ ହୋଇ ଭଗବାନ୍ ହନୁମାନ ଙ୍କ ଫଟୋ କୁ ସୁସଜ୍ଜିତ କରାଯାଇ ସହର ର ଇନ୍ଦିରା ଗାନ୍ଧୀ ଛକ , ପୁରୁଣା ବସ୍ ଷ୍ଟାଣ୍ଡ ,କଲମପୁର ଛକ , ନୂଆ ବସ୍ ଷ୍ଟାଣ୍ଡ ଲଙ୍କେଶ୍ଵରୀ ଚ୍ଛକ, ହସ୍ପିଟାଲରେ ଛକ ଦେଇ ପୁଣି ମନ୍ଦିରରେ ପହଂଚିଥିଲା l ଏହି ଶୋଭାଯାତ୍ରା ରେ ଘଣ୍ଟ ବାଦ୍ୟ, ବେଣ୍ଡ ବାଜା ଓ ଡିଜେ ବାଦ୍ୟ ରେ ସହର କମ୍ପି ଉଠିଥିଲା l ଏଥିରେ ସହର ର ବିଭିନ୍ନ ଅନୁଷ୍ଠାନ ର ଶତl ଧିକ ମହିଳା ପୁରୁଷ ସାମିଲ ହୋଇଥିଲେ l କମିଟି ତରଫରୁ ସହର୍ ର ବିଭିନ୍ନ ଛକ ରେ ପଣା ଓ ଥଣ୍ଡା ପାନୀୟ ବ୍ୟବସ୍ତା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟି ର ଗୋପାଲ ମିତ୍ତଲ, ଅମିତ୍ ଗୁପ୍ତl, ହିମାଂଶୁ ବରାଡ଼, ପ୍ରଭାତ ଦାସ, ସୂରଜ ଅଗ୍ରୱାଲ, ଅଙ୍କିତ ଶର୍ମା, ସନ୍ତୋଷ ଅଗ୍ରୱାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ଠାରେ ୭୬ତମ ସ୍ବାଧିନତା ଦିବସ ୨୦୨୨ ପାଳିତ

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ବିଧାୟକ କଲେ ବନ୍ଧୁ ମିଳନ

Sunil Chandra Nayak

ୟଙ୍ଗ ଷ୍ଟାର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନର୍ଲା ଚାମ୍ପିଅନ

Sunil Chandra Nayak

Leave a Comment

error: Content is protected !!