ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୋଚାନୀୟ ଅବସ୍ଥା ରେ ବଜାର ପଡ଼ା ଡ୍ରେନ, ଦୁର୍ଗନ୍ଧ ରେ ଫାଟି ପଡ଼ୁଛି ସମଗ୍ର ଅଂଚଳ

ଶୋଚାନୀୟ ଅବସ୍ଥା ରେ ବଜାର ପଡ଼ା ଡ୍ରେନ, ଦୁର୍ଗନ୍ଧ ରେ ଫାଟି ପଡ଼ୁଛି ସମଗ୍ର ଅଂଚଳ

ଜୁନାଗଡ଼ ୨୮/୧୦(ମନୀ ସ)କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ଅନ୍ୟତମ ପୁରାତନ ସହର ଭାବେ ପରିଚିତ ,୧୯୭୦ ମସିହା ରେ ଜୁନାଗଡ଼ ଏନ ଏ ସି ର ମାନ୍ୟତା ପାଇଥିବା ବେଳେ ୪ଥର ଶ୍ରେଷ୍ଠ ଏନ ଏ ସି ଭାବେ ପୁରସ୍କୃତ ହେବା ସହ ସର୍ବ ଭାରତରେ ଶ୍ରେଷ୍ଠ ଏନ ଏ ସି ଭାବେ ସ୍ୱଚ୍ଛ ଭାରତ ପୁରସ୍କାର ହାସଲ କରିଛି।ତେବେ ଜୁନାଗଡ ସହର ୨ ନମ୍ବର ୱାଡ଼ ର ବଜାର ପଡ଼ା ମଧ୍ୟରେ ଥିବା ଡ୍ରେନ ବହୁତ ଦିନରୁ ଭଙ୍ଗା ଅବସ୍ଥା ରେ ପଡ଼ି ରହିଛି ଓ ସେହି ଡ୍ରେନ କୁ ବହୁତ ଦିନରୁ ସଫା କରାଯାଇ ନ ଥିବା ରୁ ମଇଳା ଆବର୍ଜନା ରେ ଭର୍ତ୍ତି ହୋଇ ବଜାରପଡ଼ା ଦୁର୍ଗନ୍ଧ ରେ ଫାଟି ପଡ଼ୁଛି।ଏହି ପଡ଼ା ରେ ଦୈନିକ ପନିପରିବା ବଜାର ବସିଥାଏ,ଜୁନାଗଡ଼ ର ସହର ସହ ଜନସାଧାରଣ ପନିପରିବା କିଣିବା ପାଇଁ ଏହି ବଜାର ଉପରେ ନିର୍ଭର କରିଥାନ୍ତି ।ହେଲେ ଏହି ଦୁର୍ଗନ୍ଧ ଡ୍ରେନ ଯୋଗୁ ସ୍କୁଲ, କଲେଜ ଛାତ୍ରଛାତ୍ରୀ ସମେତ ପଡା ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଯୋଗୁ ପଡ଼ା ର ସୌନ୍ଦର୍ଯ୍ୟତା ନଷ୍ଟ ହେବା ସହ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ହେବାର ମଧ୍ୟ ଆଶଙ୍କା ରହିଛି। ଶୀଘ୍ର ଏହି ଡ୍ରେନ କୁ ସଫାକରି ମରାମତି କରିବା ପାଇଁ ସହର ବାସୀ ଦାବୀ କରୁଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁପ୍ରା ପକ୍ଷରୁ ସ୍ୱଛତା ପକ୍ଷ ପାଳନ ଓ ଗ୍ରାମ୍ୟରାସ୍ତା ତଥା ଜଗନ୍ନାଥ ମନ୍ଦିର ପରିସର ସଫେଇ

masiha

ସୀମାନ୍ତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର

masiha

ସୋଲାର ପାନୀୟ ଜଳ ଓ ବସୁଧା ପ୍ରକଳ୍ପ ଅଚଳ ଦୁର୍ଦ୍ଦିନରେ ଜନସାଧାରଣ

Sunil Chandra Nayak

Leave a Comment

error: Content is protected !!