ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାତ୍ୟା ପରେ ବଢ଼ିଲା ନାଳରେ ଭାସିଗଲେ ଗରିବ ଚାଷୀ

ବାତ୍ୟା ପରେ ବଢ଼ିଲା ନାଳରେ ଭାସିଗଲେ ଗରିବ ଚାଷୀ

 ମୟୂରଭଞ୍ଜ-: ୨୮/୧୦ // ମହାବାତ୍ୟା ଦାନା ର ପ୍ରଭାବରେ ଘନିଭୂତ ହୋଇଥିବା ଲଘୁଚାପ ଜନିତ ଝଡ ତୋଫାନ ରେ ଶିମିଳିପାଳରେ ଅତ୍ୟଧିକ ବର୍ଷା ଯୋଗୁଁ ଶିମିଳିପାଳ ପାଦଦେଶରେ ଥିବା ନଦୀ, ନାଳରେ ବନ୍ୟା ଜଳରେ ଉବୁଟୁବୁ ହେଉଥିବା ବେଳେ, ଶିମିଳିପାଳ ପାଦଦେଶରେ ଥିବା ବିଶୋଇ ଥାନା ଭାତଛତ୍ର ପଞ୍ଚାୟତ ଅନ୍ତର୍ଗତ ତଲକବାଦି ଗ୍ରାମ ମାଟିଆଳି ସାହିର ଶ୍ରୀରାମ ନାଏକ (୬୧) ଶନିବାର ଅପରାହ୍ନ ସମୟରେ ନିକଟସ୍ଥ ଭାତଛତର ଗ୍ରାମର ସାପ୍ତାହିକ ହାଟ ରେ ଚାଷ କରିଥିବା ପନିପରିବା ବିକ୍ରି କରି ସନ୍ଧ୍ୟା ୭ଟା ସମୟରେ ନିଜ ପରିବାର ସହିତ ଘରକୁ ଫେରିବା ସମୟରେ ବଢ଼ିଲା ନାଳରେ ଭାସି ଯାଇଥିଲେ ଶ୍ରୀରାମ ନାଏକ। ତେବେ ଅନ୍ଧାର ଘେରରେ ଘର ଲୋକେ ବହୁତ ଖୋଜାଖୋଜି କରି କୌଣସି ସନ୍ଧାନ ନ ପାଇବାରୁ ସ୍ଥାନୀୟ ସରପଞ୍ଚ ବୁଧୁରାମ ହାଁସଦା ଓ ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ର ମୋହନ ଗିରି ଙ୍କୁ ଖବର ଦେଇଥିଲେ।ପରେ ଉକ୍ତ ଖବର ବିଶୋଇ ଥାନା, ବ୍ଲକ, ତହସିଲଦାର ଓ ଅଗ୍ନିଶମ ବିଭାଗ କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ, ଘଟଣାସ୍ଥଳରେ ବ୍ଲକ ବିଡ଼ିଓ କାର୍ମୀ ଓରାମ, ତହସିଲଦାର ମନୋଜ କୁମାର ସାହୁ, ବିଶୋଇ ଥାନା ପୋଲିସ,ଅଗ୍ନିଶମ କର୍ମଚାରୀ ଓ ଉପସ୍ଥିତ ଅଞ୍ଚଳବାସୀ ପହଞ୍ଚି ଶ୍ରୀରାମ ନାଏକ ଙ୍କ କୌଣସି ସନ୍ଧାନ ପାଇ ନଥିଲେ। ତେବେ ରବିବାର ସକାଳ ୬ ଟା ସମୟରେ ନାଏକ ଙ୍କୁ ମୃତ ଅବସ୍ଥାରେ ନାଳ ଭିତରେ ଥିବା ଏକ ବୁଦା ଭିତରୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଥିଲେ। ତେବେ ଘଟଣାସ୍ଥଳରେ ମୃତକଙ୍କ ପୁଅଙ୍କୁ ଭାତଛତ୍ର ସରପଞ୍ଚ ବୁଧୁରାମ ହାଁସଦା ହରିଶ୍ଚନ୍ଦ୍ର ଯୋଜନା ବାବଦକୁ ନଗଦ ୩ ହଜାର ଟଙ୍କା ପ୍ରଦାନ କରିଥିଲେ।ପରେ ବିଶୋଇ ଥାନା କେଶ୍ ନମ୍ବର ୨୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ, ଉକ୍ତ ରାସ୍ତା ରେ ଥିବା ନାଳର ପୋଲ ଦେଇ ତଲକବାଦି ଓ ରଙ୍ଗା ମାଟିଆ ଗ୍ରାମର ପାଖାପାଖି ୮୦୦ ରୁ ୧୦୦୦ ଲୋକ ପ୍ରତ୍ୟେକ ଦିନ ଯିବା ଆସିବା କରୁଥିବା ବେଳେ,ବର୍ଷା ଦିନରେ ନାହିଁ ନ ଥିବା ଅସୁବିଧା ର ସମୁଖୀନ ହୁଅନ୍ତି। ଏଣୁ ଏହି ପୋଲ କୁ ଭଲ ଭାବରେ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ପ୍ରଶାସନିକ ସ୍ତରରେ ଆବେଦନ କରିଛନ୍ତି।

   ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ଆମପାଣି ବୁଢ଼ାରଜା ଦଶରା ପ୍ରସ୍ତୁତି ନେଇ କର୍ମକର୍ତ୍ତା ଙ୍କ ସହ ଆଲୋଚନା କଲେ ଧର୍ମଗଡ ବିଧାୟକ

Sunil Chandra Nayak

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ଅର୍ଜିନାଲ ପାଓ୍ବାର କ୍ଲବ ପକ୍ଷରୁ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!