ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧନ୍ବନ୍ତରୀ ଜୟନ୍ତୀ ପାଳିତ 

ଧନ୍ବନ୍ତରୀ ଜୟନ୍ତୀ ପାଳିତ 

 ମୟୂରଭଞ୍ଜ: ୨୯/୧୦ ( ମସିହା)କାଶୀରାଜ ବୈଦ୍ୟସଂଘ ପକ୍ଷରୁ ଭଗବାନ ଧନ୍ବନ୍ତରୀଙ୍କ ଜୟନ୍ତୀ ସ୍ଥାନୀୟ ରାଇରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖସ୍ଥ ବ୍ରହ୍ମଚର୍ଯ୍ୟ ଆୟୁର୍ବେଦ ହଲ୍‌ଠାରେ ପାଳିତ ହୋଇଯାଇଛି।ଭଗବାନ ଧନ୍ବନ୍ତରୀଙ୍କ ପୂଜାର୍ଚ୍ଚନା ପରେ ସଂଘର ସଭାପତି ସଂଜୟ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସଂଘର ଉପଦେଷ୍ଟା ସ୍ତମ୍ଭକାର ଲଳିତ ମହାନ୍ତ ଯୋଗଦେଇ କହିଥିଲେ ଯେ, ଭଗବାନ ଧନ୍ବନ୍ତରୀ ଦେବତାଙ୍କ ବୈଦ୍ୟ ଥିଲେ। ତାଙ୍କ ପୂଜା ଦ୍ବାରା ଆରୋଗ୍ୟ,ଶୁଭପ୍ରାପ୍ତି ହୁଏ ଏବଂ ସଂସାରରେ ଚିକିତ୍ସା ବିଜ୍ଞାନର ବିସ୍ତାର ପାଇଁ ସେ ଅବତାର ନେଇଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ବୈଦ୍ୟ ମଦନ ଦାସ, ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ ନିଳୟ ମହାକୁଡ ଓ ତରଣୀସେନ ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଘର ସମ୍ପାଦକ ସୁଧୀର ଚନ୍ଦ୍ର ସେଠୀ ପ୍ରାରମ୍ଭିକ ସୂଚନା ଓ ବିବରଣୀ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନୀଲ ମହାନ୍ତ,ଫାଗୁରାମ ମାଝୀ,ପାଉଁରା ବେହେରା,ତୁଷାରକାନ୍ତ ସାହୁ,ସେକ୍‌ ମୁକ୍ତାର ହୁସେନ୍‌,ଜୁଗୁରାମ ସୟ ଓ ଲମ୍ବା ମୁନ୍ଦୁଇୟା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବୈଦ୍ୟ ତାପସ କୁମାର ମହାନ୍ତ ଧନ୍ୟବାଦ ଦେଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମା’ ବାଟମଙ୍ଗଳାଙ୍କ ପ୍ରଥମ ବାର୍ଷିକୋତ୍ସବର ପୂର୍ଣାହୁତି ଓ ରାଜରାଜେଶ୍ବରୀ ବେଶ

masiha

ପବିତ୍ର ରାମ ନବମୀ ଉପଲକ୍ଷେ ଚିରଞ୍ଜିବୀ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା.

Sunil Chandra Nayak

ବୋରିଗାଁ ରେ ତିନି ମାସ ପରେ ବାଲିଯାତ୍ରା  ହେଲା ଉଦଯାପିତ

Leave a Comment

error: Content is protected !!