ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନିକରଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଘଟଣା , ଘଟଣା ଚାପିବାକୁ ରାତି ଅଧିଆ ବୃକ୍ଷ ରୋପଣ, ଘଟଣା ରଫାଦଫା କରିବାକୁ ଚାଲିଛି ଉଦ୍ୟମ 

ବନିକରଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଘଟଣା , ଘଟଣା ଚାପିବାକୁ ରାତି ଅଧିଆ ବୃକ୍ଷ ରୋପଣ, ଘଟଣା ରଫାଦଫା କରିବାକୁ ଚାଲିଛି ଉଦ୍ୟମ 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନ ବିଭାଗ ରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି |ବନି କରଣ ନାଁରେ ବିନା ଗଛ ଲଗାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହେଉଛି |ସବୁ ସତ ପଦାକୁ ଆସିବା ପରେ ଏବେ ହରଡ଼ ଘଣାରେ ପଡିଛି ଜଙ୍ଗଲ ବିଭାଗ |ଯାହାକୁ ନେଇ ବିଭାଗ ପକ୍ଷ ରୁ ଦୁର୍ନୀତି କୁ ଲୁଚାଇବାକୁ ଯାଇ ରାତି ଅଧିଆ ବୃକ୍ଷରୋପଣ କରାଯାଉଥିବା ଅଭିଯୋଗ ହେଉଛି |ଅଭିଯୋଗ ମତେ ପାଟଣାଗଡ଼ ରେଞ୍ଜ ଅଧୀନ ରେ ଥିବା ଲରମ୍ଭାସେକ୍ସନ ରେ କାଂପା ଯୋଜନା ରେ ବୃକ୍ଷରୋପଣ କାମ ଆରମ୍ଭ ହୋଇଥିଲା |ହେକ୍ଟର ପିଛା 1ହଜାର ଗଛ ହିସାବରେ 20 ହେକ୍ଟର କୁ 20 ହଜାର ଗଛ ଲଗାଇବା କଥା, କିନ୍ତୁ ଦାୟିତ୍ୱ ରେ ଥିବା ଫରେଷ୍ଟର ଓ ରେଞ୍ଜର ଚଞ୍ଚକତା କରି ମାତ୍ର 1 ହେକ୍ଟର ଗଛ ଲଗାଇ କାଗଜ କଲମ ରେ 20 ହେକ୍ଟର ଦର୍ଶାଇ 11ଲକ୍ଷଟଙ୍କା ଉଠାଣ କରିଛନ୍ତି |ଯାହାର ଖବର ପାଇଁ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ |ହେଲେ ଗଛ ଦେଖାଇପାରିନ ଥିଲେ ଅଧିକାରୀ, ସବୁସତ ସାମ୍ନା କୁ ଆସିବା ପରେ ଘଟଣା ର ତଦନ୍ତ ଆରମ୍ଭ ହୋଇଥିଲା,ଦାୟିତ୍ୱ ରେ ଥିବା ଫରେଷ୍ଟର କୁ ନିଲମ୍ବନ କରାଯାଇଥିଲା |ଏବଂ ପ୍ରତି ଦିନ ଅନ୍ୟ ଜିଲ୍ଲାମାନଙ୍କର ଜଙ୍ଗଲ ଡିଭିଜନ ରେ ଥିବା ଏ ସି ଏଫ ମାନେ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ |କିନ୍ତୁ ଦିନ ବିତିବା ସହ ଘଟଣା ନରମ ହେବାକୁ ହଉଛି |ଯାହାର ସୁଯୋଗ ନେଇ ଖାଲି ଥିବା ସ୍ଥାନ ମାନଙ୍କରେ ଜଙ୍ଗଲ ବିଭାଗ ପକ୍ଷରୁ ତରବରିଆ ବୃକ୍ଷ ରୋପଣ କରାଯାଉଥିବା ଦେଖିବାକୁ ମିଳିଛି |ଉକ୍ତ ଘଟଣା ରେ ଅନ୍ୟମାନେ ବି ସାମିଲ ରହିଥିବା ବେଳେ କାହିଁକି ଉପଯୁକ୍ତ ତଦନ୍ତ ହେଉନାହିଁ କି ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ ଉଠୁଛି |ଘଟଣା ର ତଦନ୍ତ ପାଇଁ ରାଜ୍ୟ ରୁ ଏକ ପ୍ରତିନିଧି ଦଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଭାଗ ପକ୍ଷରୁ ତରବରିଆ ଭାବେ ଏମିତି ଗଛ ଲଗାଯାଉଥିବା ଜଣାପଡିଛି |ଘଟଣା ର ଉଚ୍ଚ ତଦନ୍ତ ର ଆବଶ୍ୟକତା ରହିଥିବା ବେଳେ କ୍ୟାମେରା ଦେଖି ଫେରାର ମାରୁଛନ୍ତି ଫରେଷ୍ଟର ବାବୁ ଏମିତି କି ପାଟଣାଗଡ଼ ରେଞ୍ଜର ମଧ୍ୟ୍ୟ ମୁହଁ ଖୋଲୁ ନାହାନ୍ତି |ଏମିତି ରେ କେମିତି ଏହାର ଉପଯୁକ୍ତ ତଦନ୍ତ ହେଉଛି ନାଁ ଟଙ୍କା ଲୋଭ ରେ ଦାୟିତ୍ୱ ରେ ଥିବା ଅଫିସର ମାନେ ଚୁପ ରହି ଘଟଣା କୁ ରଫାଦଫା କରୁଛନ୍ତି ତାହା ସମସ୍ତ ଙ୍କୁ ସନ୍ଦେହ ହେଉଛି।

ବଲାଙ୍ଗିର ରୁ ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଓଡିଶା ରେ ଖରିଫ ଧାନ କିଣା ସମସ୍ୟା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ବ୍ରହ୍ମା କୁମାରୀ ଆଶ୍ରମରେ ମାତୃ ଦିବସ ପାଳନ

ମସିହା ପ୍ରଭାବ -ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ହସ୍ତାନ୍ତର ତାରିଖ ନିର୍ଦ୍ଧାରିତ ହେଲା

Sunil Chandra Nayak

Leave a Comment

error: Content is protected !!