ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଷ୍ଠି ଶିକ୍ଷା ସମ୍ବଳ କେନ୍ଦ୍ରର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

ନୂଆପଡା:ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ପଞ୍ଚାୟତର ଖମତରାଇ ଗ୍ରାମ ଠାରେ ଗୋଷ୍ଠି ଶିକ୍ଷା ସମ୍ବଳ କେନ୍ଦ୍ରର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି । ଗୋଷ୍ଠି ଶିକ୍ଷା ସମ୍ବଳ କେନ୍ଦ୍ରର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଜନସାଧାରଣଙ୍କ ପୁଅ ଝିଅ ମାନଙ୍କୁ ମୁକ୍ତ ଶିକ୍ଷା ପ୍ରଦାନ କରିବା । ଏହି ଶିକ୍ଷା ସମ୍ବଳ କେନ୍ଦ୍ର ବହୁତ ଦିନରୁ ଅଙ୍କିତା ବେହେରା ଓ ପରିବାର ପକ୍ଷରୁ ଚାଲୁଥିବା ବେଳେ ବୈଷୟିକ ସହଯୋଗ ଲୋକଦୃଷ୍ଟି ଖଡ଼ିଆଳ ଦ୍ୱାର ଚାଳିତ ଗ୍ରାମ୍ୟ କମିଟି, ଯୁବକ ସଙ୍ଘ ଓ ଗ୍ରାମର ଯୁବତୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଚାଲି ଆସୁଛି । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ,ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ବି ଇ ଓ ଖଡ଼ିଆଳ ସରୋଜ କୁମାର ବେହେରା, ସମ୍ମାନୀତ ଅତିଥି ମାନେ ବ୍ଲକ ଅଧକ୍ଷ୍ୟା ପୁଷ୍ପାଞ୍ଜଳି ନନ୍ଦ, ସରପଞ୍ଚ ଡୁଆଝର ଜିତୁ କୁମ୍ଭାର, ଏ ଆଇ ଏଫ ପ୍ରକଳ୍ପ ମୁଖ୍ୟ ଲୋକଦୃଷ୍ଟି ଭୁବନେଶ୍ୱର ରାଉତ, ରେଞ୍ଜର ସିନାପାଲି ଖଗେଶ୍ବର ମାଝୀ, ଓ ଟି ଜି, ଓ ଏ ଭି କୋମନା ନରେନ୍ଦ୍ର ନାଏକ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ସମିତି ସଭ୍ୟ ଡୁଆଝର କେଦାର ତାଣ୍ଡି, ସଭାପତି ସି ଆର ସି ଏମ ସି ଖମତରାଇ ହରି ମାଝୀ, ସମ୍ପାଦିକା ସି ଆର ସି ଏମ ସି ମରିୟାମ ତାଣ୍ଡି ମଞ୍ଚାସିନ ଥିଲେ । ସଭା ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହଯୋଗ ଜୈମିଶା ନିଆଲ, ମମତା ତାଣ୍ଡି, ସୋନାଳିକା ନିଆଲ, ଦୀପାଞ୍ଜଳି ତାଣ୍ଡି, ଯମୁନା ମାଝୀ, ସରସ୍ବତୀ ମାଝୀ, କୁନି ମାଝୀ, ଝରଣା ଜଗତ,ବର୍ଷା ଜଗତ, ପ୍ରମୋଦିନୀ ନିଆଲ, ଯଶୋବନ୍ତି ଜଗତ, ଯୋଗିତା ନିଆଲ, ବବିତା ମାଝୀ, ଅଗସ୍ତି ମାଝୀ, ଗ୍ରାମବାସୀ ଓ ଲୋକଦୃଷ୍ଟି କର୍ମୀମାନେ ସହଯୋଗ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଇଏଏସ୍‌ ସ୍ତରରେ ଅଦଳବଦଳ: ବିଜ୍ଞପ୍ତି ପ୍ରକାଶ ,ବେଦଭୂଷଣ, ଆଇଏଏସ ଧର୍ମଗଡ ଉପଜିଲ୍ଲାପାଳ

Sunil Chandra Nayak

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ 

Sunil Chandra Nayak

ରାଉରକେଲା – ଓଡ଼ିଆ ଭାଷା ବିକାଶ ମଞ୍ଚ ର ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!