ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଓକିଲ ସଙ୍ଘ ପକ୍ଷରୁ କଳାହାଣ୍ଡି ଦିବସ ଅବସରରେ ଆଲୋଚନ ସଭା

କଳାହାଣ୍ଡି ଓକିଲ ସଙ୍ଘ ପକ୍ଷରୁ କଳାହାଣ୍ଡି ଦିବସ ଅବସରରେ ଆଲୋଚନ ସଭା

ଆଜି ତା ୧. ୧୧. ୨୦୨୪ କଳାହାଣ୍ଡି ଦିବସ ଉପଲକ୍ଷେ କଳାହାଣ୍ଡି ଓକିଲ ସଙ୍ଘ, ଭବାନୀପାଟଣା କାର୍ଯ୍ୟାଳୟରେ ଓକିଲ ସଂଘ ର ସଭାପତି ଶ୍ରୀ ସୁଧାଂଶୁ କୁମାର ନନ୍ଦ ଙ୍କ ସଭାପତିତ୍ୱ ରେ ଏକ ଆଲୋଚନା ସଭା ର ଆୟୋଜନ କରାଯାଇଥିଲା। ଏଥିରେ କଳାହାଣ୍ଡି ଓକିଲ ସଂଘ ର ପୂର୍ବତନ ସଭାପତି ବୃନ୍ଦ, ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ଜଗନ୍ନାଥ ମୁଣ୍ଡ, ଶ୍ରୀଯୁକ୍ତ ଗାଜିନ୍ଦ୍ର ପ୍ରସାଦ ପାଢ଼ୀ,ଶ୍ରୀଯୁକ୍ତ ଅନୁପ କୁମାର ଜେନା, ଶ୍ରୀଯୁକ୍ତ ଭବେନ୍ଦ୍ର କୁମାର ପଣ୍ଡା ମଂଚାସୀନ ଥିଲେ। ଉକ୍ତ ସଭା ରେ କଳାହାଣ୍ଡି ର ଐତିହ, ସଂସ୍କୃତି, ପ୍ରାକୃତିକ ସମ୍ପଦ ଓ ଜିଲ୍ଲା ଗଠନ ପ୍ରକ୍ରିୟା ସମ୍ବନ୍ଧରେ ବିଭିନ୍ନ ବକ୍ତା ମାନେ ଆଲୋଚନା କରିଥିଲେ।ଐତିହାସିକ ସିପାହୀ ବିଦ୍ରୋହ ର ବହୁ ପୂର୍ବରୁ କଳାହାଣ୍ଡି ରେ ରେଣ୍ଡୋ ମାଝୀ ଙ୍କ ନେତୃତ୍ୱ ରେ ଇଂରେଜ ମାନଙ୍କ ବିରୁଦ୍ଧରେ ବିଦ୍ରୋହ ହୋଇ ଥିଲା। ବଙ୍ଗଳା ରେ ଦୁର୍ଭିକ୍ଷ୍ୟ ସମୟରେ କଳାହାଣ୍ଡି ରୁ ଚାଉଳ ଯୋଗାଇ ଦିଆଯାଇଥିଲା। ବର୍ତମାନ କଳାହାଣ୍ଡି ଦେଶର ଦ୍ୱିତୀୟ ବୃହତ୍ତମ ଶସ୍ୟ ଉତ୍ପାଦନ ଜିଲ୍ଲା ଭାବରେ ସ୍ୱୀକୃତି ପ୍ରାପ୍ତ ହୋଇଛି। କପା ଉତ୍ପାଦନ ରେ ମଧ୍ୟ କଳାହାଣ୍ଡି ଅଗ୍ରିଣ ଜିଲ୍ଲା ଭାବରେ ମାନ୍ୟତା ପ୍ରାପ୍ତ। କଳାହାଣ୍ଡି ର ରେଳ ପଥ ର ଉନ୍ନତି କରଣ, ଖଣିଜ ସମ୍ପଦ ର ସୁ ବିନିଯୋଗ,ଦାଦନ ସମସ୍ୟା ର ନିରାକରଣ, ପର୍ଯ୍ୟଟନ ସ୍ଥଳୀ ର ବିକାଶ ତଥା ବିଚାରପତି ନିଯୁକ୍ତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ବହିଦାର, ଶ୍ରୀଯୁକ୍ତ ସନ୍ତୋଷ କୁମାର ମୁଣ୍ଡ ତଥା ବହୁ ଆଇନଜୀବୀ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଓକିଲ ସଙ୍ଘ ର ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।ଉକ୍ତ କର୍ଯ୍ୟ୍ୟକ୍ରମ କୁ ସଂଘ ର ସହ ସମ୍ପାଦକ ଶ୍ରୀ ସୁଧାଂଶୁ ନାଏକ, କୋଷାଧକ୍ଷ ଶ୍ରୀ ମହେଶ ମହାପାତ୍ର, ସଭ୍ୟ ଶ୍ରୀ ମନୋଜ କୁମାର ତାଣ୍ଡି, ଶ୍ରୀ ସାରଣୀ ବେମାଲ, ସଭ୍ୟା କୁମାରୀ ଯଶୋବନ୍ତି ଦେଇ, ଆଇନଜୀବି ଶ୍ରୀମତୀ ଆଶା ମିଶ୍ର ସହଯୋଗ କରିଥିଲେ।

Related posts

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ତରଫରୁ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ

Sunil Chandra Nayak

ଚିଲିଗୁଡା ୟୁ ପି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

Sunil Chandra Nayak

ନିଖିଳ ଓଡ଼ିଶା ଆଇନଜୀବୀ ପରିଷଦର ଲଗାତାର ୭ମ ଥର ପାଇଁ ଉପସଭାପତି ହେଲେ ରାଇରଙ୍ଗପୁର ର ମନୋଜ ଦାସ

masiha

Leave a Comment

error: Content is protected !!