ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡାଠାରେ ୭୫ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

ଗୋଲାମୁଣ୍ଡାଠାରେ ୭୫ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

ଗୋଲାମୁଣ୍ଡା /୦୧/୧୧/୨୦୨୪ // ଗୋଲାମୁଣ୍ଡା ବ୍ଲକ ସଭାଗୃହରେ ୭୫ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ ହୋଇଯାଇଛି। ଉକ୍ତ ସମାରୋହରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଡ଼ିଓ ଶ୍ରୀଧର ପଣ୍ଡା, ପୂର୍ବତ୍ତନ ଜିଲ୍ଲା ପରିଷଦ ସଦସ୍ୟ ବୃଷଭ ନାଏକ,ଦଶପୁର ସମିତି ସଭ୍ୟ ଦୁର୍ଗେ ସାହୁ, ମହାଳିଙ୍ଗ ସମିତି କିରଣ ସିଂ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ବ ପୂର୍ବରୁ କଳାହାଣ୍ଡି ଇଷ୍ଟଦେବୀ ମାଁ ମାଣିକେଶ୍ବରୀ ଦେବୀଙ୍କ ଫଟୋ ମୂର୍ତ୍ତିକୁ ପୂଜାକରି ଶେଷରେ କଳାହାଣ୍ଡି ଗଠନ ଦିବସ ଉପରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିମାନେ କଳାହାଣ୍ଡିର ଗଠନ କିପରି ହେଲା କଳାହାଣ୍ଡି ବୋଲି ନାମ କରଣ ଦିଆଗଲା ଏ ନେଇ ଏକ ସଂକ୍ଷିପ୍ତ ସମ୍ୟକ ଭାଷଣ ରଖିଥିଲେ । କଳାହାଣ୍ଡି ଗଠନ ଉପରେ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓଙ୍କ ମୁଖ୍ୟ ଭୂମିକା ଥିଲା । ସେ କଟକ ଐତିହାସିକ ଲାଳବାଗ କୋଠିରେ ଏକ ମିଶ୍ରଣ ଚୁକ୍ତିରେ ଯୋଗ ଦେଇ କଳାହାଣ୍ଡି ଜିଲ୍ଲା ମାନ୍ୟତା ପାଇଁ ସ୍ଵାକ୍ଷର କରିଥିଲେ। ଏହାର ଠିକ ଏକବର୍ଷ ଦଶମାସ ପରେ ୧୯୪୯ ମସିହା ନଭେମ୍ବର ପହିଲାରେ ଏକ ସ୍ୱତନ୍ତ୍ର ଜିଲ୍ଲାର ପରିଚୟ ଲାଭ କରିଥିଲା। କଳାହାଣ୍ଡିରେ ଅନେକ କଲା ସଂସ୍କୃତି ଭରପୁର ଥିବାରୁ ଏହି ଜିଲ୍ଲାକୁ କଳାହାଣ୍ଡି ବୋଲି ନାମ କରଣ କରାଯାଇଥିଲା। ସେହିପରି ପରବର୍ତ୍ତୀ ସମୟରେ କାଶୀପୁର ମଧ୍ୟ କଳାହାଣ୍ଡିରୁ ପୃଥକ ହୋଇ କୋରାପୁଟରେ ମିଶିଥିବା ବେଳେ ୧୯୯୩ ମସିହାରେ ଓଡିଶାରେ ଶାସିତ ସରକାରଙ୍କ ଅନୁମୋଦନକ୍ରମେ ନୂଆପଡା ଜିଲ୍ଲା ପୁନର୍ଗଠନ ମାନ୍ୟତା ପାଇଥିଲା। ବର୍ତ୍ତମାନ ଧର୍ମଗଡ଼ ଓ ଭବାନୀପାଟଣା ସବଡ଼ିଭିଜନକୁ କଳାହାଣ୍ଡି ଜିଲ୍ଲା ବଳବତ୍ତର ରହିଛି । ଉକ୍ତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି, ଏମ ବି କେ, ସିଆରପି ସହ ଅନେକ ମହିଳା ଯୋଗ ଦେଇଥିଲେ ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଆନ୍ଧ୍ରପ୍ରଦେଶ  ଇଟାଭାଟି ମାଳିକ ଙ୍କ ଟଙ୍କା ଖାଇଲେ ସର୍ଦ୍ଦାର ,   ବନ୍ଧା ହେଲେ ୨ ଶିଶୁ ଶ୍ରମିକ , ୬ ବର୍ଷ ପୁଅ ଓ ୧୪ ବର୍ଷ ଝିଅ ଙ୍କୁ ଉଦ୍ଧାର ପାଇଁ ବାପାଙ୍କ ଆକୁଳ ନିବେଦନ

masiha

ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ହୋଲି ମହୋତ୍ସବ ପାଳିତ

Sunil Chandra Nayak

ଦାଣ୍ଡବୋଷ ଏୟାରଷ୍ଟ୍ରିପ ନିର୍ମାଣ ନେଇ ସରକାରୀ ଜମିରେ ୪୩ ପରିବାରଙ୍କୁ ବିସ୍ଥାପନ ସରଜମିନ ତଦନ୍ତ ନେଇ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳଙ୍କ ସରଜମିନ ତଦନ୍ତ ଓ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!