ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମ୍ପ୍ୟୁଟର ଦୋକାନୀ ମାନଙ୍କ ବୈଠକ 

କମ୍ପ୍ୟୁଟର ଦୋକାନୀ ମାନଙ୍କ ବୈଠକ 

କଲମପୁର -୧୦/୧୧(ମସିହା) କଲମପୁର ଧାନ ମଣ୍ଡି ପରିସରରେ ବ୍ଲକରେ ଥିବା ୧୧ ଗୋଟି ଗ୍ରାମ ପଞ୍ଚାୟତର କମ୍ପ୍ୟୁଟର ଦୋକାନୀ ମାନଙ୍କୁ ନେଇ ଜ୍ଞାନ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏଥିରେ କମ୍ପ୍ୟୁଟର କେନ୍ଦ୍ରରେ ଦେଇଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ! ନିଜ ନିଜ ମଧ୍ୟରେ ପ୍ରତିଯୋଗିତା ହେଉଥିବାରୁ କମ୍ପ୍ୟୁଟର ମାଲିକ ମାନେ ବେଳେ ବେଳେ କ୍ଷତିର ସମ୍ମୁଖିନ ହୋଇ ଆସୁଛନ୍ତି,ଗ୍ରାହକ ମହଳରେ ମଧ୍ୟ ଏଥିପାଇଁ ଅସନ୍ତୋଷ ଦେଖାଦେଇ ଆସୁଛି, ଏସବୁ ସମସ୍ୟାର ସମାଧାନ କରିବା ପାଇଁ ହେଲେ ସଂଘଠନ ଅତ୍ୟନ୍ତ ଆବଶ୍ୟକ ବୋଲି ସମସ୍ତେ ବୈଠକରେ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପ୍ରକାଶ ପାଇଥିଲା, ବୈଠକରେ ଉପସ୍ଥିତ ସମସ୍ତ ୩୬ଜଣ କର୍ମକର୍ତ୍ତାଙ୍କୁ ନେଇ କମ୍ପ୍ୟୁଟର ମାଲିକ ସଂଘ ଗଠନ କରାଯାଇଥିଲା, ଏଥିରେ ସଭାପତି ଭାବେ ଜ୍ଞାନ ରଞ୍ଜନ ପଣ୍ଡାଙ୍କୁ ମନୋନୀତ କରାଯାଇଥିବା ବେଳେ, ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ମାଝୀ, ଉପସଭାପତି ଭାବେ ମନୀଷ କୁମାର ନାଏକ, ଯୁଗ୍ମ ସମ୍ପାଦକ ଭାବେ ଦୁଷ୍ମନ୍ତ ଛତ୍ରିଆଙ୍କୁ ମନୋନୀତ କରାଯାଇଥିଲା!, ସେହିପରି ଉପଦେଷ୍ଟା ଭାବେ ବରିଷ୍ଠ ସଭ୍ୟ ନିରଞ୍ଜନ ପାଢ଼ୀ, ସୁଧୀର ରାଉତ, ମୃତୁଞ୍ଜୟ ବେହେରା ପ୍ରମୁଖ ମନୋନିତ ହୋଇଛନ୍ତି।

କଳାହାଣ୍ଡିରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ ମସିହା

Related posts

ଗୁମାକିଆ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ 

masiha

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

Sunil Chandra Nayak

Rayagada News: JK Paper Mill Accused of Illegally Siphoning Water from Nagabali River

masiha

Leave a Comment

error: Content is protected !!