ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

କଲାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଭବାନୀପାଟଣା – କଲାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥାର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡ଼ିୟମ୍ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର କାର୍ଯ୍ୟକାରୀ ସଭାପତି ଶ୍ରୀ ସୁନୀଲ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ଉପ ସଭାପତି ଶ୍ରୀ ଅର୍ଜୁନ ପଟ୍ଟନାୟକ ଗତ ସାଧାରଣ ସଭାର ଗୃହିତ ପ୍ରସ୍ତାବ ପାଠ କରିଥିଲେ, ଉପସ୍ଥିତ ସମସ୍ତ ସଭ୍ଯ ବିପୁଳ କରତାଳି ମାଧ୍ୟମରେ ପୂର୍ବ ବୈଠକର ପ୍ରସ୍ତାବ ଗୁଡିକୁ ସମର୍ଥନ କରିଥିଲେ। ଜିଲ୍ଲା କ୍ରୀଡା ସଂସ୍ଥା ସମ୍ପାଦକ ତଥା ଓଡିଶା ଅଲିମ୍ପିକ ଏସୋସିଏସନ ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ କାଲି ପ୍ରସାଦ ପଟ୍ଟନାୟକ ଆୟ ବ୍ୟୟ ଅଡିଟ୍ ରିପୋର୍ଟ ସହ ଆଗାମୀ ବଜେଟ ଉପସ୍ଥାପନ କରିଥିଲେ ଏବଂ ସମସ୍ତ ସଦସ୍ଯ କରତାଳି ମାଧ୍ୟମରେ ସମର୍ଥନ କରିଥିଲେ। ଉପ ସଭାପତି ଶ୍ରୀ ରାମ କୁମାର ଜୈନ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ସହ ସମ୍ପାଦକ ଚକ୍ରଧର ସେଠି,କୋଷାଧ୍ୟକ୍ଷ ସର୍ଦାର ନିର୍ମଲ ସିଂ, ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ,ସର୍ଦାର ସନ୍ଥ ସିଂ,ରବି ପ୍ରସାଦ କାନୁନଗୋ, ଫୁଟବଲ ସମ୍ପାଦକ ଅବଦୁଲ କାଦର, ଅସିତ୍ ପଟ୍ଟନାୟକ, କାର୍ଯ୍ୟକାରିଣୀ ସଦସ୍ୟ କୁଳମଣି ସାହୁ , ସମ୍ଭୂ ପ୍ରସାଦ ରାଉତ, , ମହେନ୍ଦ୍ର କୁମାର ପଣ୍ଡା ଭିକାରୀ ଚରଣ ମିଶ୍ର, ପୁରନ୍ଦର ଭୋଇ, ଅଶୋକ କୁମାର ପଟ୍ଟନାୟକ, ଅଜୟ କୁମାର ପଟ୍ଟନାୟକ, ଅଶୋକ କୁମାର ପଟ୍ଟନାୟକ, ଜିଲ୍ଲା କ୍ରୀଡା ସଂସ୍ଥା ସହ ଅନୁବନ୍ଧିତ ସମସ୍ତ କ୍ଲବ ଯୁବ ଅନୁଷ୍ଠାନ ଓ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା ଓ ସଭ୍ଯ ମାନେ ଉପସ୍ଥିତ ଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ

Related posts

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

ତଳମଲା ସ୍କୁଲରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ

Sunil Chandra Nayak

ଅମିତ ଶାହାଙ୍କ ଇସ୍ତଫା ଦାବି କଲା ମୂଳ ନିବାସୀ ବିକାଶ ପରିଷଦ 

masiha

Leave a Comment

error: Content is protected !!