ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଉଁଟ ସମାଜର ଆଞ୍ଚଳିକ କମିଟି ଗଠିତ

କେଉଁଟ ସମାଜର ଆଞ୍ଚଳିକ କମିଟି ଗଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଦେଇପାଲି ତେଲନଦୀ ସେବାଶ୍ରମ ଠାରେ ସଭା ସଭାପତି ଦାମ୍ବୋଦର ନାଏକଙ୍କ ତତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ନିଖିଳ ଓଡ଼ିଶା କେଉଁଟ କୈବର୍ତ୍ତ ମହାସଭା ତରଫରୁ ତେରେସିଂହା ନାଏକ ଅଞ୍ଚଳର ଆଞ୍ଚଳିକ କମିଟି ଗଠନ କରାଯାଇଥିଲା l ସଭାପତି ଭାବେ ହୃଦାନନ୍ଦ ମଲ୍ଲିକ ମନୋନୀତ ହୋଇଥିବା ବେଳେ ସଂପାଦକ ସପ୍ତରୁଷି ମଲ୍ଲିକ ଉପସଭାପତି ମଧୁସୂଦନ ମଲ୍ଲିକ ସହ ସଂପାଦକ ସୁଶାନ୍ତ ମଲ୍ଲିକ କୋଷାଧ୍ୟକ୍ଷ ଭାବେ ସନାତନ ନାଏକ ଚୟନ ହୋଇଛନ୍ତି l ଏହି ସଭାରେ ଅଞ୍ଚଳ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ ସାନଡୁଙ୍ଗୁରିଗୁଡା ଆଞ୍ଚଳିକ କମିଟି ସଂପାଦକ କିଶୋର ଚନ୍ଦ୍ର ନାଏକ ସମେତ ପ୍ରମୁଖ ସାମାଜିକ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l ସମାଜର ଉନ୍ନତି ଏବଂ ବିକାଶ ଦିଗରେ ଉପସ୍ଥିତ ଥିବା ସମସ୍ତ ଜାତି ଭାଇମାନେ ନିଜ ନିଜ ମତପ୍ରକାଶ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କାଉଡୋଳା ଗ୍ରାମର ସରକାରୀ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

masiha

ଜୁନାଗଡ ବ୍ଲକ ଅନ୍ତର୍ଗତ ଆଟିଗାଁ ବିଶ୍ଵାଳ ପଡ଼ା ଏ ଓଏସସିଏଫ ପକ୍ଷରୁ ଏକ ନୂଆଁଖାଇ ଭେଟଘାଟ

masiha

ସିବିଏସ୍ଇ ଦଶମ ବୋର୍ଡ଼ ପରୀକ୍ଷା , ଧର୍ମଗଡ଼ ର ଛାତ୍ର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁଙ୍କ କୃତିତ୍ୱ। ୯୯.୨% ନମ୍ବର ରଖି କୃତକାର୍ଯ୍ୟ…

Sunil Chandra Nayak

Leave a Comment

error: Content is protected !!