ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡ: ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବକୃତା ପ୍ରତିଯୋଗିତାର ଆଜିର ଶିଶୁ ଓ ଟେକ୍ନୋଲୋଜି ବିଷୟ ଵସ୍ତୁ ଉପରେ ଛାତ୍ର ଛାତ୍ରୀ ମାନେ ଆଲୋକପାତ କରିଥିଲେ । ଶିଶୁ ଦିବସ ପାଳନର ଉଦେଶ୍ୟ ଅତି ମହାନ l ପଣ୍ଡିତ ଜବାହର ଲାଲ ନେହୁରୁ ଶିଶୁ ମାନଙ୍କୁ ନେଇ ମହାନ କଳ୍ପନା କରିଥିଲେ l ଶିଶୁ ବତ୍ସଳ ନେହେରୁଙ୍କ ଠାରେ ଶିଶୁ ପ୍ରେମ ନୈସର୍ଗିକ ଓ ସହଜାତ ଥିଲା l ସେ ଜାଣିଥିଲେ ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ ନାଗରିକ ଓ ନିୟାମକ l ଆଜି ଯେ ଶିଶୁ ବାସ୍ତବରେ ସେ ଜଣେ ଉତ୍ତମ ନାଗରିକ ଓ କର୍ଣ୍ଣଧାର l ଦେଶର ସାମଗ୍ରିକ ବିକାଶ ଶିଶୁ ମାନଙ୍କର ଉପରେ ନିର୍ଭରଶୀଳ ଓ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧନ ଜାତିର ମୂଖ୍ୟ କର୍ତ୍ତବ୍ୟ l ସେମାନଙ୍କର ଉତ୍ତମ ଚରିତ୍ର ଗଠନ, ସତ୍ୟବଦିତା, ନମ୍ରତା, ସାଧୁତା, ସମୟାନୁବର୍ତ୍ତିତା ପାଇଁ ଦୃଷ୍ଟି ଦେବା ଉଚିତ l ସୁସ୍ଥ ନୈତିକ ସମାଜ ଗଠନ ପାଇଁ ସମାଜକୁ ସଜାଡ଼ିବା ଉଚିତ l ଶିଶୁ ମାନଙ୍କ ଉଦାର ଚିନ୍ତାଧାରା, ନିର୍ମଳ ମନ ଓ ଉତ୍ତମ ସ୍ୱାସ୍ଥ୍ୟ ବୁକାଶ ଘଟାଇବା ପାଇଁ ଶିଶୁ ଦିବସ ପାଳନ କରାଯାଏ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ l ସାଇପ୍ରିୟା ନଗର ସ୍ଥିତ ଏନଭିଆର ଓ ଡ୍ରିମ ଇଣ୍ଡିଆ ସ୍କୁଲ ଏହି ବକୃତା ପ୍ରତିଯୋଗିତାରେ ୨୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ମୁଖ୍ୟ ଅତିଥି ଓ ବିଚାରକ ଭାବେ ଅଵସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ଯୋଗଦେଇଥିଲେ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ପ୍ରତିଯୋଗିତାରେ ଏସ. ଦୀକ୍ଷିତା ଭଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ହାର୍ଦ୍ଧିକ ମିନା ଦ୍ଵିତୀୟ ଓ ପ୍ରତ୍ୟୁଷା ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସମସ୍ତ ପ୍ରତିଯୋଗିକୁ ଟ୍ରଷ୍ଟ ତରଫରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପଦକ ଦୟାନନ୍ଦ ଖାଡ଼ଙ୍ଗା, ସଭ୍ୟା ମହାଶ୍ୱେତା ପାଣିଗ୍ରାହୀ, ଗୀତାରାଣୀ ମିଶ୍ର, ପ୍ରତିମା ପାଢ଼ୀ, ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ରେ ତିନି ଦିନିଆ କର୍ମଶାଳା

masiha

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

Sunil Chandra Nayak

ତୁଳସୀ କ୍ଷେତ୍ର ହେଲ୍ପ ଫାଉଣ୍ଡେସନ ପକ୍ଷରୁ ଫୁଲୱାମା ସହିଦ୍ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ

masiha

Leave a Comment

error: Content is protected !!