ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହରଗୌରୀ ଯୁବକ ସଂଘ ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ହରଗୌରୀ ଯୁବକ ସଂଘ ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ଆଜି କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ଯୁବକ ସଂଘ ତରଫରୁ ଆଜି ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯାଇଛି l ପ୍ରଥମେ ତାଙ୍କ ପ୍ରତିଛବି ଉପରେ ପୂଜା ଅର୍ଚ୍ଚନା କରି ପରେ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶେଷରେ ବିର୍ସା ମୁଣ୍ଡାଙ୍କ ନାମରେ ଗୋଟିଏ ବୃକ୍ଷ ରୋପଣ କରାଯାଇଥିଲା l ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି l ବ୍ରିଟିଶ କବଳରୁ ଭାରତକୁ ମୁକ୍ତ କରିବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଅବଦାନ ଅବିସ୍ମରଣୀୟ ମାତ୍ର ୨୫ ବର୍ଷ ବୟସରେ ସେ ଆଦିବାସୀଙ୍କ ଅଧିକାର ତଥା ଦେଶର ସ୍ୱାଧୀନତା ପାଇଁ ବିଦ୍ରୋହ କରି ଶେଷରେ ସହିଦ ହୋଇଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଦିବାସୀ ସମାଜର ଜଣେ ମୁଖ୍ୟ ସୁଶାନ୍ତ ଜାନୀ, ମୁଖ୍ୟବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ଡ଼କ୍ଟର ଅଜିତ କୁମାର ବେହେରା, ସମାଜସେବୀ ଧନେଶ୍ୱର ସାହୁ, ଅଧ୍ୟାପକ ସୁଶାନ୍ତ ସୁନା, ଅନିରୋଦ୍ଧ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ହରଗୌରୀ ଯୁବକ ସଂଘର ସଭାପତି ଯୁଗେଶ ଜାନୀ, ସମ୍ପାଦକ ତୀର୍ଥରାଜ ବନଛୋର, କୁମାରୀ ଦୁଶ୍ମିତା ସାହୁ ଓ କୁମାରୀ ଯାଜ୍ଞସେନୀ ସାହୁ ଅତିଥି ମାନଙ୍କୁ ଫୁଲତୋଳା ଓ ଚନ୍ଦନ ଦେଇ ସ୍ୱାଗତ ଜଣାଇଥିଲେ l ଯୁଗଳ ନାଗ ମଞ୍ଚପରିଚାଳନା କରିଥିବାବେଳେ ହରଗୌରୀ ଯୁବକ ସଂଘର ସାଂସ୍କୃତିକ ସମ୍ପାଦକ ଭ୍ରମର ଜାନୀ, ହୃଦାନନ୍ଦ ସାହୁ, ଯଶୋବନ୍ତ ସାହୁ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ସରୋଜ ସୁନା କୃତଜ୍ଞତା ଜଣାଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

 

Related posts

ଭାଲୁଚଞ୍ଚରାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ

masiha

ଇଗ୍ନୋ ପକ୍ଷରୁ ପାଠ୍ୟକ୍ରମ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ 

Sunil Chandra Nayak

Leave a Comment

error: Content is protected !!