ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ  କପିଆକୁ ହରାଇ ରାଜପୁର ଚମ୍ପିୟାନ 

ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

କପିଆକୁ ହରାଇ ରାଜପୁର ଚମ୍ପିୟାନ 

ଗୋଲାମୁଣ୍ଡା :-୧୭।୧୧:-ଗୋଲାମୁଣ୍ଡା ବ୍ଲକ ଚପ୍ରୀଆ ପଞ୍ଚାୟତ ବିଶିବର୍ଣ୍ଣି ଖେଳ ପଡିଆ ଠାରେ ମା’ ମାଉଳୀ ଯୁବ ଅନୁଷ୍ଠାନ ଆନୁକୂଲ୍ୟରେ ୭ ଦିନ ଧରି ଚାଲିଥିବା ଫୁଟବଳ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ ରାଜପୁର ଓ କୁପିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ଖେଳରେ ରାଜପୁର ୨-୧ ଗୋଲ ସ୍କୋର କରି ରାଜପୁର ଦଳ ୧ ଗୋଲରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିୟାନ ହୋଇଥିଲା ।ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଚପୁରିଆ ପଞ୍ଚାୟତ ଅଧିକାରୀ ଭୂପେନ୍ଦ୍ର ସା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନରହରି ବାଗ, ରାଜେଶ ଅଗ୍ରୱାଲ, ତପନ ଗହୀର, ପବିତ୍ର ବେହେରା, ପୀତବାସ ବାଗ,ଅଶୋକ ମଙ୍ଗରାଜ,ଅନିଲ ମଲ୍ଲିକ,ଏସ କୁମାର, ହେମନ୍ତ ସାହୁ,ଗୁରେଶ୍ୱର ବାଗ,ଶ୍ୟାମ ସୁନ୍ଦର ଅଗ୍ରୱାଲ,ଜିତେନ୍ଦ୍ର ଯାଦବ, ବୁନ୍ଦାବନ ଖୁରା, ଶ୍ୟାରାମ ଯାଦବ ଯୋଗଦେଇ ଉଭୟ ଦଳର ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଖେଳକୁ ହୀରାଧର ମାଝୀ ପରିଚାଳନା କରିଥିବା ବେଳେ ବିପିନ ନାଏକ ଓ ଗୁଣନିଧି ବାଗ ଲାଇନ୍ ମେନ ଭାବେ ଦାୟିତ୍ୱ ତୁଲାଇ ଥିଲେ । ମନୋଜ କୁମାର ଚନ୍ଦନ ଓ ନୀଳକଣ୍ଠ ଜାନି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଲବଣି ଚନ୍ଦନ, ସମ୍ପାଦକ ଟୁନା ଦାସ, କୋଷାଧ୍ୟକ୍ଷ ବେଦବର ମାଝୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ମା ମାଉଳି ଫୁଟବଲ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ଜଗଜ୍ୱିବନ୍ ସା ଙ୍କ ରିପୋର୍ଟ୍ 

Related posts

ଜାତୀୟ ବାଳିକା ହ୍ୟାଣ୍ଡ ବଲ ପ୍ରତିଯୋଗିତା ରେ ଭୂବନ ମାଟି ର ଝିଅ ଶ୍ୱେତପଦ୍ମା

Sunil Chandra Nayak

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ 

masiha

ହାଇଦରାବାଦ ମାରଥାନରେ ଚିତ ରଂଜନ ପାତ୍ରଙ୍କ ବାଜିମାତ 

Sunil Chandra Nayak

Leave a Comment

error: Content is protected !!