ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକ୍ଷୟ ମହାନ୍ତି ଙ୍କ ସଂଗୀତରେ ଝୁମିଲେ ଶ୍ରୋତା 

ଅକ୍ଷୟ ମହାନ୍ତି ଙ୍କ ସଂଗୀତରେ ଝୁମିଲେ ଶ୍ରୋତା 

ରାଉରକେଲା : କୋଏଲ ନଗର ସ୍ଥିତ ଅକ୍ଷୟ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଅକ୍ଷୟ ସଂଗୀତ ସନ୍ଧ୍ୟା କୁ ଉପସ୍ଥିତ ଶ୍ରୋତା ମନଭରି ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିିଥିଲେ ଆର.ଏସ.ପି. ସହର ସେବା ବିଭାଗର ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ପ୍ରଦୀପ କୁମାର ଦାସ,ସୁନିଲ୍ କାୟଲ୍, ଗୌତମ ମିଶ୍ର। ଏହି ଅବସରରେ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ଚିତ୍ରଭାନୁ ମହାନ୍ତି, ଭାସ୍କର ପୁହାଣ, ତବଲା ବାଦକ ଗୌରାଙ୍ଗ ଗୋଚ୍ଛାୟତ, ଅନୀଲ ମଲ୍ଲିକ ଙ୍କୁ ସେମାନଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଅକ୍ଷୟ ଫ୍ୟାନ୍ସ କ୍ଲବ ପକ୍ଷରୁ ସ୍ବର୍ଗତ ଅକ୍ଷୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦ୍ଦେଶ୍ଯରେ ଆୟୋଜିତ ଗଣପ୍ରଦୀପ ଦାନ କାର୍ଯ୍ୟକ୍ରମରେ ଦୀପ ଦାନ କରିଥିଲେ ବହୁ ଅକ୍ଷୟ ପ୍ରେମୀ ସାଧାରଣ। ଚର୍ଚ୍ଚିତ କଣ୍ଠଶିଳ୍ପୀ ମିତ୍ରଭାନୁ ମହାନ୍ତି, ଭାସ୍କର ପୁହାଣ, ଗୌରାଙ୍ଗ ଗୋଛୟତ, ଇତି ପଟ୍ଟନାୟକ, ସ୍ମିତା ମିଶ୍ର ପ୍ରମୁଖ ଭେଟି ଦେଇଥିଲେ ସାଗର ତୁମେ, ଯାଯାବର, ଏଇ ଯେ ବନଲତା, ଚନ୍ଦ୍ରମଣ୍ଡଳ ହସେ, ଭଳି ଅକ୍ଷୟ ମହାନ୍ତିଙ୍କ ବହୁ ଅଭୁଲା ସଂଗୀତ । ବିଟୁ ମହାନ୍ତି, ସ୍ମୃତି ରଞ୍ଜନ ରାଉତ, ବିଜୟ କୁମାର ଦାସ, ତ୍ରିବିକ୍ରମ ମାଝି. ଶକ୍କ୍ତେଶ୍ବର ପାତ୍ର ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ମନଛୁଆଁ କାର୍ଯ୍ୟକ୍ରମ କୁ ବେଶ୍ ବିଳମ୍ବିତ ରାତିଯାଏ ଉପଭୋଗ କରିଥିଲେ ଭରପୁର ଅକ୍ଷୟ ପ୍ରେମୀ ଶ୍ରୋତା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଦୁତ୍ ଛାୟା ରାଉତ ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା

Sunil Chandra Nayak

ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ରେ ଉଲ୍ଲେଖନୀୟ  ଅବଦାନ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହି ପୁଣି ସମ୍ବର୍ଦ୍ଧିତ

Sunil Chandra Nayak

ବହୁମୁଖି ପ୍ରତିଭା ସୁଦାମ ଚରଣ ବେହରାଙ୍କ ସୃତିଚାରଣ

masiha

Leave a Comment

error: Content is protected !!