ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୃଦ୍ ରୋଗ ନିରାକରଣ ସଚେତନତା ଆଲୋଚନା ଚକ୍ର

ହୃଦ୍ ରୋଗ ନିରାକରଣ ସଚେତନତା ଆଲୋଚନା ଚକ୍ର

ରାଉରକେଲା: ବିଶ୍ୱରେ ହୃଦ୍ ରୋଗ ଜନିତ ମୃତ୍ୟୁ ସଂଖ୍ୟା ଅତ୍ୟଧିକ। ଏଥିରୁ ନିରାପଦ ରହିବାକୁ ହେଲେ ହୃଦ୍ ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ଅତି ଆବଶ୍ୟକ।

ଏହି ଉଦ୍ଦେଶ୍ୟରେ ରୋଟାରୀ କ୍ଲବ ଓ ଇନ୍ନର ହୁଇଲ କ୍ଲବ ରାଉରକେଲା ରିଭର ସାଇଡ୍ ଏବଂ ହାଇଟେକ ମେଡିକାଲ କଲେଜର ମିଳିତ ସହଯୋଗରେ ଗୋପବନ୍ଧୁ ପାଠାଗାର ସଭାକକ୍ଷରେ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ହାଇଟେକ ମେଡିକାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ସୌମେନ ପ୍ରସାଦ ବେହେରା, ଓ ହୃତପିଣ୍ଡ ଶଲ୍ୟ ଚିକିତ୍ସକ ଡାକ୍ତର ମନୋଜ କୁମାର ମହାରଣା ଏଥିରେ ଯୋଗ ଦେଇ କିପରି ଓ କାହିଁକି ଏହି ସମସ୍ୟା ଦେଖା ଦିଏ, ତଥା ଜରୁରୀ କାଳୀନ ପରିସ୍ଥିତିରେ ରୋଗୀର କିପରି ଚିକିତ୍ସା କରିବା ଦରକାର ସେ ସମ୍ବନ୍ଧ ରେ ପ୍ରୋଜେକ୍ଟର ସାହାଯ୍ୟରେ ବୁଝାଇ କହିଥିଲେ। ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବେ ବ୍ୟାୟାମ କରିବା, ସୁଷମ ଖାଦ୍ୟ ଖାଇବାକୁ ଉପଦେଶ ଦେବା ସହ ଧୂମପାନ ଓ ମଦ୍ୟପାନ ଠାରୁ ଦୂରେଇ ରହିବାକୁ କହିଥିଲେ। ଶେଷରେ ଶ୍ରୋତା ମାନଙ୍କର ଅନେକ ପ୍ରଶ୍ନର ଉତ୍ତର ବକ୍ତା ମାନେ ଦେଇ ଥିଲେ। ଏହି ହୃତପିଣ୍ଡ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ଡାକ୍ତର ପି. ସି. ମହାପାତ୍ର ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ରିଭର ସାଇଡ୍ ରୋଟାରୀ କ୍ଲବର ସଭାପତି ସନ୍ତୋଷ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ଓ ବହୁ ସଂଖ୍ୟାରେ ରୋଟାରୀଆନ ମାନେ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ। ଇନ୍ନର ହୁଇଲ କ୍ଲବ ସମ୍ପାଦିକା ସୁପ୍ରିୟା ମହାନ୍ତିଙ୍କ ସହ ସମସ୍ତ ସଦସ୍ୟା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ଏହି ଆଲୋଚନାଚକ୍ରକୁ ସଫଳ କରିଥିଲେ। ଏହି ସଭାରେ ପାଠାଗାରର ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇ ଥିବା ବେଳେ, ପାଠାଗାର ସଭାପତି ନବଘନ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିମାନ ବନ୍ଦର ସମ୍ପ୍ରସାରଣ ମାମଲା ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ଜଣେ ଶିକ୍ଷୟତ୍ରୀ ଗୁରୁତର

Sunil Chandra Nayak

କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!