ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଙ୍କ କବିତା ଶିକ୍ଷକ

ଶିକ୍ଷକ

ଚନ୍ଦ୍ରକଳା

ଶିକ୍ଷା ଶବଦରୁ ଶିକ୍ଷକର ନାମ

ଶିକ୍ଷାଦାନ ଦେବା ପାଇଁ,

ଶିକ୍ଷାଦାନ ଦେଇ ମଣିଷ ଗଢ଼ଇ

ଆମ ସମାଜର ପାଇଁ ||

 

ସମାଜର ଶିଶୁ କୋମଳମତି ଯେ

ଶିକ୍ଷକ ଏଠାରେ ଶିଳ୍ପୀ

ଶିକ୍ଷାର୍ଥୀ ସ୍ଥପତି ଭୂମିକାରେ ରହି

ଫୁଟାଏ କଳା ଭଳି ଭଳି ||

 

କବି କଳାକାର ଡାକ୍ତର ଓକିଲ

ଶାସକ ମନ୍ତ୍ରୀ ସଚିବ

ବିଦ୍ୟା ମନ୍ଦିରରେ ତାଙ୍କୁ ଶିକ୍ଷାଦେଇ

ଅର୍ଜନ କରେ ଗୌରବ ||

 

ଶିକ୍ଷକ ସାକ୍ଷାତ ଚଳନ୍ତି ଦେବତା

ବ୍ରହ୍ମା ବିଷ୍ଣୁ ମହେଶ୍ୱର

ଅଜ୍ଞାନ ରୂପକ ଅନ୍ଧକାରକୁ ସେ

କରିଣ ଥାଆନ୍ତି ଦୂର ||

 

ଶିକ୍ଷକ ଅଟନ୍ତି ଜ୍ଞାନ ମନ୍ଦାକିନୀ 

ପ୍ରେରଣାର ଅଟେ ଉତ୍ସ

ଆଦର୍ଶ ଚେତନେ ପବିତ୍ର ଭାବନେ

ଶିଷ୍ୟକୁ କରନ୍ତି ସ୍ୱଚ୍ଛ ||

 

ଆତ୍ମ ବିଶ୍ୱାସର ସିଏ ମୁଖ୍ୟ ସ୍ତମ୍ଭ

ସମାଜର ଦରପଣ

ଅକୁଣ୍ଠିତ ଚିତ୍ତେ ଜ୍ଞାନସେ ଦିଅନ୍ତି

ବଦାନ୍ୟତାର ଶ୍ରାବଣ ||

କୋରାପୁଟ

 

Related posts

ଆଜାଦି କୀ ଅମୃତମହୋତ୍ସଵ ଅବସରରେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଡ଼ିଲା ସ୍ୱଚ୍ଛତା ରଥ

Sunil Chandra Nayak

ବାଲେଶ୍ବର – ସୁରେନ୍ଦ୍ର ନାଥ ସ୍ମୃତି କମିଟି ପକ୍ଷରୁ ବିଶ୍ବ ପରିବେଶ ଦିବସରେ ବୄକ୍ଷରୋପଣ 

ଐତିହାସିକ ଗବେଷକଙ୍କ ଐତିହାସିକ କ୍ଷେତ୍ର ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!