ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତା ପଣ୍ଡା ଙ୍କ ସ୍ତୁତି ଭକ୍ତି ନୈବେଦ୍ୟ

ଭକ୍ତି ନୈବେଦ୍ୟ

ତୁମେ ଶ୍ରୀରାଧାଙ୍କ 

ଶ୍ରୀପଦ ପଲ୍ଲବେ

ଦେହୀ ମୁଦାରମ୍ ପ୍ରୀତି ।

ଶ୍ରୀଗୀତ ଗୋବିନ୍ଦ

ଲେଖନୀ ଆଧାରେ

ଶ୍ରୀହସ୍ତର ସ୍ବୀକାରୋକ୍ତି ।।

 

ତୁମେ ଯାଜ୍ଞସେନୀ

ଭଗ୍ନାଶ ପଣତେ

ଆହ୍ଲାଦିତ ପ୍ରିୟ ସଖା ।

ତୁମ ପ୍ରତିଦାନ

ଅମୂଲ୍ୟ ଅମୋଘ

ସିଦ୍ଧି ସମର୍ପଣେ ଲେଖା ।।

 

ଅଣଲେଉଟା ସେ

ରୁକୁଣା ରଥରେ

ପୀରତି ସନ୍ଦେଶ ବାର୍ତ୍ତା ।

ସତ୍ୟଭାମା ପ୍ରେମ

ପ୍ରଗଣା କାନନେ

ମଣି ମାଣିକ୍ୟ ର ଗାଥା ।।

 

ଅଭିଶପ୍ତା ସେଇ

ଅହଲ୍ୟା ଆଶାରେ

ତୁମେ କୃପାରେଣୁ ଧାର ।

ଶବରୀ ବିଶ୍ୱାସ

ଜୀବନ ସଞ୍ଜ ରେ 

ଆତିଥ୍ୟ ର ଉପହାର ।।

 

ମୀରା ଅଞ୍ଜଳିର

ଆଞ୍ଜୁଳେ ଛନ୍ଦରେ

ତୁମେ ମହକିତ ସ୍ମୃତି ।

ମାଣିକ ଶ୍ରଦ୍ଧା ର

ରତ୍ନମୁଦ୍ରିକା ରେ

ତୁମେ ଭିନ୍ନ କିମ୍ବଦନ୍ତୀ ।।

 

ତୁମେ ଆବେଗର

ମନ୍ଦାକିନୀ ଧାରା

ଭାବ ଭକତି ର ମନ ।

ମୋ ପାପୀ ଓଠରୁ

ଝରି ଆସୁଥିବା

ତୁମେ ଶ୍ରୀ ବିଷ୍ଣୁ ସହସ୍ର ନାମ ।।

ସସ୍ମିତା ପଣ୍ଡା

କଟିକଟା, କଟକ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଘଟାନ୍ତର

Sunil Chandra Nayak

ଶ୍ରଦ୍ଧା ରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

ଶିଉନି ଓ ହଂସପଡ଼ା ରେ ଦୀପାବଳି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!