ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଅନ୍ତର୍ଗତ ତେରେସିଂହା ଗ୍ରାମ ବେଲପଡ଼ା ସ୍ଥିତ ଲିଙ୍ଗରାଜ ନାଗଙ୍କ ଘରେ ଗୁରୁବାର ଦିନ ଦି’ପହର ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବା ପତ୍ର ପୋଡ଼ି ନଷ୍ଟ ହୋଇ ଯାଇଛି l ସେହି ସମୟରେ ଘରେ କେହି ନ ଥିବା ବେଳେ ଏହି ଘଟଣା ଘଟିଥିଲା l ନିଆଁର ବେଗ ଏତେ ତୀବ୍ର ଥିଲା ଯେ ଅଳ୍ପ ସମୟ ମଧ୍ୟରେ କାଠବାକ୍ସ, ଆଲମାରୀ, ପଲଙ୍କ, ସିଲେଇ ମସିନ, କୁଲର, ଦାମୀ ଶାଢ଼ୀ, ପୋଷାକ ସହ ଅନେକ ଘରୋଇ ଉପକରଣ (ସାମଗ୍ରୀ) ପୋଡ଼ି ଯାଇଥିଲା l ନିଆଁକୁ ଲିଭାଇବାକୁ ସ୍ଥାନୀୟ କିଛି ଯୁବକଙ୍କ ଚେଷ୍ଟା ସତ୍ୱେ ଅନେକ ନଷ୍ଟ ହୋଇ ସାରିଥିଲା l ଦମକଳ ପହଞ୍ଚିଲା ବେଳକୁ ସ୍ଥାନୀୟ ଯୁବକ ମାନେ ନିଆଁକୁ ଆୟତ୍ତ କରି ପାରିଥିଲେ l ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହା ଯାଉଛି l ଘରେ ନିଆଁ ଲାଗିବା ଦ୍ୱାରା ଦୁଇ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ଶ୍ରୀ ନାଗ ମତ ପ୍ରକାଶ କରିବା ସହ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କୁକୁର କାମୁଡାରେ ମହିଳା ଗୁରୁତର

Sunil Chandra Nayak

ଥୁଆମୂଳ ରାମପୁର ବ୍ଲକ୍ ଠାରେ ଓଡିଶା ଡ୍ରାଇଭର ମହାସଂଘ ଦିବସ ପାଳିତ 

masiha

ରାଉରକେଲା ଆପୋଲୋ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗର ସଫଳତା

masiha

Leave a Comment

error: Content is protected !!