ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାବସପୁର୍ ଠାରେ ବଙ୍କା ସମାଜ ର କେନ୍ଦ୍ରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାବସପୁର୍ ଠାରେ ବଙ୍କା ସମାଜ ର କେନ୍ଦ୍ରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜୁନାଗଡ଼୨୪/୧୧(ମ ନି ସ)ଜୁନାଗଡ଼ ବ୍ଲକ ହାବସପୂର୍ ବଙ୍କା ସମାଜ ଭବନ ପରିସରରେ ଶନିବାର ଦିନ କେନ୍ଦ୍ରୀୟ କମିଟିର କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହେଇଯାଇଛି । କେନ୍ଦ୍ରୀୟ କମିଟି ହାବସପୂର୍ ଅଞ୍ଚଳ କମିଟି ଙ୍କ ମିଳିତ ଉଦ୍ୟମ ରେ ଆୟୋଜିତ ଏହି ସମାରୋହରେ ଯୋଗ ଦେଇ ଜିଲ୍ଲା ସଭାପତି ବିମ୍ବାଧର ପ୍ରଧାନୀ ଶିକ୍ଷା ସ୍ବାସ୍ଥ୍ୟ ଓ କେନ୍ଦ୍ରରେ ଓବିସି ତାଲିକା ଭୁକ୍ତ କରିବା ପାଇଁ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।ଏଥିରେ ସମାଜ ରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ଗୁଡ଼ିକ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ପ୍ରସ୍ତାବ ଗୁଡିକ ପାରିତ କରାଯାଇଥିଲା ।

ଏଥିରେ କଳାହାଣ୍ଡି,ନୂଆପଡ଼ା,ବଲାଙ୍ଗିର,ରାୟଗଡ଼ା,ନବରଙ୍ଗପୁର, କୋରାପୁଟ,ଜଗଦଲପୁର(ଛତିଶଗଡ) ବସ୍ତର ଜିଲ୍ଲା ଆଦି ୨୪ ଟି ଅଞ୍ଚାଲରୁ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ ।୨୦୧୮ରୁ୨୦୨୪ ମହିହା ପର୍ଯ୍ୟନ୍ତ ଆୟ ବ୍ୟୟ ର ହିସାବ ସର୍ବସମ୍ମୁଖରେ ପ୍ରଦାନ କରାଯାଇଥିଲା ।କେନ୍ଦ୍ର ସମ୍ପାଦକ ଯାମିନି କାନ୍ତ ଲେଞ୍ଜିଆ,ଉପ ସଭାପତି ବିରେନ୍ଦ୍ର ବେହେରୁଖ,କଣ୍ଠସ୍ୱର ପୁଝାରୀ, ସହ ସଂପାଦିକ ରାଜେନ୍ଦ୍ର ମହାଲକ, କୋଷାଧ୍ୟକ୍ଷ ବଂଶୀଧର ନାଏକ,ମଞ୍ଚାଷିନ ରହିଥିବା ବେଲେ କାମଦେବ ପୁଝାରୀ ମଞ୍ଚ ପରିଚାଳନା କରିଥିଲେ । ହାବସପୁର ଅଞ୍ଚଳ କମିଟି ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଚନ୍ଦ୍ର ଶେଖର ମାଝୀ,ପ୍ରକାଶ ପାତ୍ର ସହଯୋଗ କରିଥିବା ବେଳେ ଦୁର୍ଜନ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସାମାଜିକ କର୍ମୀ ଯୁବ ସଂଘଠକ ଶିବ ପାତ୍ର ଙ୍କ ଅବଦାନ କୁ ନେଇ ମଞ୍ଚାସିନ ଅତିଥି ମାନେ ସାଧୁବାଦ୍ ଜଣାଇଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଦିବ୍ୟାଙ୍ଗ ସୁନା ଧର ଭତ୍ତାରୁ ବଞ୍ଚିତ: ଭୀମ ଭୋଇ ଭିନ୍ନକ୍ଷମ ଶିବିର କାହା ସ୍ୱାର୍ଥରେ

Sunil Chandra Nayak

ମୋଟରସାଇକେଲ – କାର ଦୁର୍ଘଟଣା ୨ ଗୁରୁତ୍ତର,୧ ଆହତ

masiha

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!