ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଶିଶୁ ମନ୍ଦିରରେ ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର 

ରାୟଗଡ଼ା ଶିଶୁ ମନ୍ଦିରରେ ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର 

ରାୟଗଡ଼ା : ତା :୨୪/୧୧/୨୪  // ରାୟଗଡ଼ା ସ୍ଥିତ ରାମକୃଷ୍ଣ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଧ୍ୟାତ୍ମିକ କକ୍ଷରେ ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର , ଦେଶାତ୍ମବୋଧକ ଏବଂ ଆଧ୍ୟାତ୍ମିକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀଯୁକ୍ତ କବିରାଜ ମହାରଣା, ଡଃ ରତିରଂଜନ ଦାଶ, ଲଳିତ ମୋହନ ଜେନା, ପ୍ରମୋଦ କୁମାର ମହାନ୍ତି, ଓ ଆନନ୍ଦ ଚନ୍ଦ୍ର ପଣ୍ଡା ମଞ୍ଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନଙ୍କୁ ମାନପତ୍ର ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇ ଥିଲା। କାର୍ଯ୍ୟକ୍ରମର ମଞ୍ଚକୁ ଶ୍ରୀମତୀ ସସ୍ମିତା ମିଶ୍ର ଓ ପ୍ରଦୀପ ନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ କବିତା ପାଠର ଅତିଥି ଥିଲେ ଶ୍ରୀଯୁକ୍ତ ସଦାଶିବ ରାଜଗୁରୁ ଏହି କାର୍ଯ୍ୟକ୍ରମରେ ସଞ୍ଚାଳନ କରୁଥିଲେ ଶ୍ରୀମତି ପଦ୍ମିନୀ ମିଶ୍ର ଓ ମହେଶ୍ବେତା ପାଣିଗ୍ରାହୀ। ଜୟଦେବ ସିଠ । ଶ୍ରୀ ଜୟଦେବ ସିଠ ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମର ନକ୍ସା ଅଙ୍କନ କରିବା ସହ ଧନ୍ୟବାଦ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଜୟଦେବ କଳା ବିକାଶ କେନ୍ଦ୍ରର ୮ ମ ବାର୍ଷିକୋତ୍ସବ ସମ୍ପନ୍ନ 

masiha

ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ମହାନଦୀର ବନ୍ୟାଜଳ

masiha

Leave a Comment

error: Content is protected !!