ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟବସ୍ଥା ସଜାଡ଼ିବାକୁ ଅଣ୍ଟା ଭିଡ଼ିଲା ଶିକ୍ଷା ବିଭାଗ ଚର୍ଚ୍ଚାରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ

ବ୍ୟବସ୍ଥା ସଜାଡ଼ିବାକୁ ଅଣ୍ଟା ଭିଡ଼ିଲା ଶିକ୍ଷା ବିଭାଗ

ଚର୍ଚ୍ଚାରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ

ଲାଞ୍ଜିଗଡ, ୨୩/୧୧(ମନିସ)-ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷାଧିକାରୀ ନମିତାରାଣୀ ଭୋଇ ଛୁଟିରେ ଥିବାବେଳେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭବାନୀପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ଆଚାରୀ ଶବର। ଶ୍ରୀ ଶବର ଦାୟିତ୍ୱ ଗ୍ରହଣ କରିବା ପରେ ଲାଞ୍ଜିଗଡ ବ୍ଲକର ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ଶ୍ରୀ ଶବର ଯୋଗଦାନ କରିବାର କିଛିଦିନ ଭିତରେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ ବିଭିନ୍ନ ସ୍କୁଲ ପରିଦର୍ଶନ କରି ତଦାରଖ କରିଛନ୍ତି। ଆଜି ଶ୍ରୀ ଶବର ହଠାତ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ସୁଲିଆ, ଧଡେଲ ୟୁପି ସ୍କୁଲ, ବେନଗାଁ ଓ ବସନ୍ତପଡା ହାଇସ୍କୁଲ ପରିଦର୍ଶନ କରି ସ୍କୁଲଗୁଡିକରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିବାବେଳେ ସ୍କୁଲର ବିଭିନ୍ନ ସୁବିଧା ଅସୁବିଧାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସ୍କୁଲରେ ପାଠପଢାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ଉପସ୍ଥାନ ଓ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସେ ପରାମର୍ଶ ଦେଇଥିଲେ। ସେହିପରି କିଛି ଦିନତଳେ ଅନୁଷ୍ଠିତ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଭାଗ ନେଇଥିବାରୁ ଶ୍ରୀ ଆଚାରୀ ଖୁସିବ୍ୟକ୍ତ କରିଥିଲେ। ଶ୍ରୀ ଆଚାରୀଙ୍କ ସହିତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭରତ ଭୂଷଣ ସାହୁ ଏହି ଅଚାନକ ପରିଦର୍ଶନରେ ସାମିଲ ଥିବାବେଳେ ସମ୍ପୃକ୍ତ ସ୍କୁଲ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ। 

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ବିଜେଡି ସଭାପତି ଅସୁସ୍ଥ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତି କାମ କରୁ ନାହିଁ ଆୟୁଷ୍ମାନ କାର୍ଡ 

Sunil Chandra Nayak

ଗୋଲାମୁଣ୍ଡାରେ ପ୍ରଭୁ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ

Sunil Chandra Nayak

ଟେମରା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!