ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ସମ୍ବିଧାନ ଦିବସ ପାଳିତ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ସମ୍ବିଧାନ ଦିବସ ପାଳିତ

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ତା ୨୬.୧୧.୨୦୨୪ ରିଖ ମଙ୍ଗଳବାର ଦିନ ରାୟଗଡା ସିଭିଲକୋର୍ଟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି I ଜିଲ୍ଲା ଆଇନ ସେବାପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ଅଲ୍ପନା ସ୍ୱାଇଁ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ସବ୍ ଜଜ୍ ଶ୍ରୀ ଆଶିସ ପଟ୍ଟନାଏକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ, ରେଜିଷ୍ଟର ଶ୍ରୀ ସୋମ୍ୟରୂପ ସାହୁ, ମହିଳା କୋଟର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ଗ୍ରାମ୍ୟ ନ୍ୟାୟଧିକାରୀ ଶ୍ରୀମତି ଜ୍ୟୋତିର୍ମୟୀ ଷଡଙ୍ଗୀ, ରାୟଗଡା ବାର୍ ଆସୋସିଏସନ୍ ର ଆଇନଜୀବୀ ଓ କୋର୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଓକିଲ, କୋର୍ଟ କର୍ମଚାରୀ ମାନେ ସମ୍ବିଧାନ ର ଉଦେଶିକା ପାଠ କରିଥିଲେ I ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ସ୍ଥାନୀୟ ଭି.ସି ହଲ୍ ପରିସରରେ ମୌଳିକ କର୍ତ୍ତବ୍ୟ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି I ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା ବାର୍ ଆସୋସିଏସନ୍ ର ଓକିଲ୍, ଜିଲ୍ଳା ଅଦାଲତ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ, ପାରା ଲିଗାଲ ଭଲ୍ୟୁଣ୍ଟର ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲତାବାଞ୍ଜିରୁ କର୍ଲା ରାସ୍ତାର କଲଭଟ କାର୍ଯ୍ୟ ନିମ୍ନ ମାନର ସହ ବିନା ସୂଚନା ଫଳକରେ କାମର ଅଭିଯୋଗ କଲେ ଗ୍ରାମ ବାସୀ

ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ ବାଲିଗୁଡାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

masiha

Leave a Comment

error: Content is protected !!