ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ବାର୍ଷିକ ଉତ୍ସବ 

ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ବାର୍ଷିକ ଉତ୍ସବ 

ରାଉରକେଲା: ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍” (ସଙ୍ଗୀତ ତରଙ୍ଗ ସାମାଜିକ ସାଂସ୍କୃତିକ ଟ୍ରଷ୍ଟ୍, ରାଉରକେଲା ର ଏକ ଅଙ୍ଗ) ର ବାର୍ଷିକ ଉତ୍ସବ ସିଭିକ୍ ସେଣ୍ଟର୍ ଠାରେ ସମାରୋହରେ ପାଳିତ ହୋଇ ଯାଇଛି। ଉତ୍ସବରେ ଦୀପିକା ମହିଳା ସଂହତି, ରାଉରକେଲାର ଉପାଧ୍ୟକ୍ଷ୍ୟା ନମ୍ରତା ବର୍ମା ମୁଖ୍ୟ ଅତିଥି ତଥା ରାଉରକେଲା ଇସ୍ପାତ କାରଖନାର ଏ ଜି ଏମ୍ ଦମ୍ପତି ଗଣେଶ ରାଓ ରେଡ୍ଡୀ ଓ ଶକୁନ୍ତଳା ରେଡ୍ଡୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀମତି ବର୍ମା, ସମ୍ମାନିତ ଅତିଥି ଶ୍ରୀମତୀ ଓ ଶ୍ରୀ ରେଡ୍ଡୀ, ଅନୁଷ୍ଠାନର ଅଧ୍ୟକ୍ଷ ଲିଓନ ବିନୋଦ ମାହୁନ୍ତ, ଅନୁଷ୍ଠାନର ଉପଦେଷ୍ଟା ଆରଏସପି ର ସିଜିଏମ ଏସ୍. ରାୟ ଚୌଧୁରୀ , ଆରଏସପି ର ମହାପ୍ରବନ୍ଧକ ଡକ୍ଟର୍ ପି କେ ସାହୁ, ମୁଖ୍ୟ ମେଡିକାଲ ଅଫିସର ଡକ୍ଟର୍ ଜୟନ୍ତ ଆଚାର୍ଯ୍ୟ, ବଲ୍ଜିତ୍ ସିଂହ,ସଭାପତି ତପନ ନାୟକ, ସମ୍ପାଦକ ସନ୍ତୋଷ ଦାସ ଓ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ସମୁହ ପ୍ରଦୀପ ପ୍ରଜ୍ବଳନ ସହ ଶୁଭାରମ୍ଭ କରିଥିଲେ | ଅତିଥିମାନେ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ନିଆରା ଅନୁଚିନ୍ତା, ଅବଦାନ ତଥା ଉଦ୍ଦେଶ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବିନୋଦ ମାହୁନ୍ତ ଓ ସଭାପତି ଶ୍ରୀ ନାୟକ ବାର୍ଷିକ ଉତ୍ସବ ରେ ସମସ୍ତ ସଭ୍ୟ ସଭ୍ୟା ଙ୍କୁ ଅଭିନନ୍ଦନ ଜଣାଇଥିଲେ । ସାଧାରଣ ସମ୍ପାଦକ ସନ୍ତୋଷ ଦାସ ଅନୁଷ୍ଠାନର ସୃଷ୍ଟି, ଉଦ୍ଦେଶ୍ୟ, ଯୋଜନା ସମ୍ପର୍କରେ ସଂକ୍ଷେପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଦସ୍ୟ କଳାକାରମାନେ ଜାତୀୟ ଦୂରଦର୍ଶନର ନବେ ଦଶକର ଲୋକପ୍ରିୟ ସଙ୍ଗୀତ “ମିଲେ ସୁର୍ ମେରା ତୁମାରା”ର ଭାବମୟ ପରିବେଷଣ ଦର୍ଶକଙ୍କ ମନମୁଗ୍ଧକର ଥିଲା । ପୁରୁଣା – ନୂଆ ବିଭିନ୍ନ ସ୍ୱାଦର ବଲିଉଡ୍ ହିନ୍ଦୀ, ଓଡ଼ିଆ, ନାଗ୍ ପୁରୀ ଆଦି ଗୀତ ପରିବେଷଣ କରି କଳାକାର ମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ | ସନ୍ଧ୍ୟାର ମୂଖ୍ୟ ଆକର୍ଷଣ ଥିଲେ ସୁନ୍ଦରଗଡରୁ ଆସିଥିବା ସ୍ଵତନ୍ତ୍ର ଅତିଥି ତଥା ଦୃଷ୍ଟିହୀନ କଣ୍ଠଶିଳ୍ପୀ ଅକ୍ଷୟ ତିୱାରୀ ଯିଏ ଦିଲ୍ କା ଆଲମ୍ ମେ କ୍ୟା ବାତାଉଁ ତୁଝେ ଗୀତରେ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ ! ମୁଖ୍ୟ ଅତିଥି ଶ୍ରୀମତି ବର୍ମା ଓ ସମ୍ମାନିତ ଅତିଥି ଶ୍ରୀ ରେଡ୍ଡୀ ଯଥାକ୍ରମେ ଏକ ଉଚ୍ଚକୋଟୀର ଗଜଲ୍ ତଥା ଲୋକପ୍ରିୟ ରୂପ୍ ତେରା ମସ୍ତାନା ପରିବେଷଣ କରି ଦର୍ଶକଙ୍କୁ ମତୁଆଲା କରିଥିଲେ । ଏଥିରେ ଅନେକ ଲୋକପ୍ରିୟ ଗୀତ ଯେପରି ମେରେ ରସ୍କେ କମର୍, ପଗ୍ ଘୁଂଗ୍ ବାନ୍ଧ୍ ମୀରା, ଆଜ୍ ସେ ପେହଲେ, ଜାନେମନ୍ ଜାନେମନ୍ ତେରେ ଦୋ ନାୟନ୍, ୱାଦା କର୍ଲେ ସାଜନା,ମାଣିକ ଆଲୋ ଆଲୋ ମାଣିକ, ଗଜଲ୍ ଗଜଲ୍, ଜାନେ ଦୋ ଜାନେ ଦୋ ମୁଁଝେ, କୋଇ ନା କୋଈ ଚାହିଏ, ତୁମ୍ ସା କୋଇ ପ୍ୟାରା କୋଇ, ମେରା ଏକ୍ ସପ୍ନା ହେ, ୟେ ଦୋସ୍ତୀ, ଖାମୋସିଆଁ, ମୁହବତ୍ କି ନହିଁ ଜାତି, ଶୁନ୍ ବେଲୀୟା, ଯାନୁ ମେରୀ ଯାନ୍, ଦିଲ୍ ତୋରେ ମେ ଲାଇଗ୍ ଗେଲକ୍ ଗୋରିୟା ଆଦି ଗୀତରେ ଦର୍ଶକ ଝୁମି ଉଠିଥିଲେ | ମାଉଥ୍ ହର୍ମୋନିଅମ୍ ରେ ଲିଓନ ବିନୋଦ ମାହୁନ୍ତଙ୍କ ଏ ଆପ୍ନା ଦିଲ୍ ତୋ ଅୱାରା ,ବଂଶୀ ଓ ସେକ୍ସୋଫୋନର ଯୁଗ୍ମ ପରିବେଷଣରେ ତେନୁ ଇତ୍ନା ମେ ପ୍ୟାର୍ କରାନ୍ ଗୀତ ର ଧୁନ୍ ପରିବେଷଣ କରି ଶ୍ରୀ ବଲ୍ଜିତ୍ ସିଂହ୍ ଓ ଡାକ୍ତର ଆଚାର୍ଯ୍ୟ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ | ସନ୍ଧ୍ୟାର କଳାକାର ଶ୍ରୀମତି ସୋମା ରାୟ ଚୌଧୁରୀ, ସଙ୍ଗୀତା, ରୀନା, ହିମାନି, ମିନତୀ, ସସ୍ମିତା ଓ ଶୁଭଶ୍ରୀ ,ଶ୍ରୀ ବିନୋଦ ମାହୁନ୍ତ, ତପନ ନାୟକ, ସନ୍ତୋଷ ଦାସ, ସତ୍ୟବ୍ରତ ମହାନ୍ତି, ପ୍ରଦୀପ ମହନ୍ତ, ସବ୍ୟସାଚୀ ଦାସ, ମନୋରଞ୍ଜନ ଦାଶ,ଏସ୍. ରାୟ ଚୌଧୁରୀ , ଡକ୍ଟର୍ ପି କେ ସାହୁ, ଦେବୋଜିତ୍ ରାଭା, ଡକ୍ଟର୍ ଜୟନ୍ତ ଆଚାର୍ଯ୍ୟ , ବଲ୍ଜିତ୍ ସିଂହ, ଅଶ୍ଵିନୀ ସିଂ, ଅଶୋକ ପଟେଲ, ରାମ ମହନ୍ତ, ଜଗନ୍ନାଥ ସାହୁ, ବନୋଜ୍, ପ୍ରଭାତ, ବିକାଶ, ବିଭୁଦତ୍ତ, ସୌମେନ୍ଦ୍ର, ଉତ୍ତମ ଓ ହଲିନ୍ଦର୍ ବଡାଇକ୍ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଫିରୋଜ୍ ଓ ଶୁଭଶ୍ରୀ ମଞ୍ଚ ସଞ୍ଚାଳନ କରିଥିଲେ। ଶେଷରେ ଅନୁଷ୍ଠାନର ଆୟୋଜନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିଂସାରିରେ ପୋଲିସର ଫ୍ଲାଗ ମାର୍ଚ୍ଚ

masiha

ଦୁଇ ଦିନିଆ ଖାଦ୍ୟ ମେଳା ଉଦଯାପିତ ,ମାଣ୍ଡିଆ ପିଠା ପଣା ରେ ମହକିଲା ମଞ୍ଚ

Sunil Chandra Nayak

ଧର୍ମଗଡ ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

masiha

Leave a Comment

error: Content is protected !!