ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଗ୍ରୀ ଅଫ ଡ଼କ୍ଟର ଅଫ ଗ୍ଲୋବାଲ ଲିଡରସିପ ଉପାଧିରେ ସମ୍ବର୍ଦ୍ଧିତ ହେଲେ ଡ଼. ଭବାନୀ ଶଙ୍କର ନିଆଲ

ଡିଗ୍ରୀ ଅଫ ଡ଼କ୍ଟର ଅଫ ଗ୍ଲୋବାଲ ଲିଡରସିପ ଉପାଧିରେ ସମ୍ବର୍ଦ୍ଧିତ ହେଲେ ଡ଼. ଭବାନୀ ଶଙ୍କର ନିଆଲ

ଆନ୍ତର୍ଜାତୀକ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲଙ୍କୁ ଆମେରିକା ସ୍ଥିତ ଡେସ୍ପ୍ରିଙ୍ଗ ଇଣ୍ଟରନେସନାଲ ୟୁନିଭେର୍ସିଟି ତରଫରୁ ଡିଗ୍ରୀ ଅଫ ଡ଼କ୍ଟର ଅଫ ଗ୍ଲୋବାଲ ଲିଡରସିପ ଉପାଧିରେ ସମ୍ମାନିତ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ, ଡ଼.ନିଆଲକୁ ଏହି ବିଶ୍ୱ ବିଦ୍ୟାଳୟ ଦ୍ୱାରା ଗତବର୍ଷ ଡ଼କ୍ଟର ଅଫ ଲିଟ୍ରେଚର ଉପାଧିରେ ସମ୍ମାନିତ କରାଯାଇଥିଲା। ଏ ଅବସରରେ ସେ ଏହି ବିଶ୍ୱ ବିଦ୍ୟାଳୟର କୁଲ ସଚିବ ଡ଼କ୍ଟର ଆମୋସ ଜେମ୍ସଙ୍କୁ ଧନ୍ୟବାଦ ଦେବାସଙ୍ଗେ ସଙ୍ଗେ ଆମେରିକା ସ୍ଥିତ ଏହି ବିଶ୍ୱ ବିଦ୍ୟାଳୟର ଅଧ୍ୟକ୍ଷ, ଉପ ସଭାପତି ଏବଂ ଡିନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଥିଲେ।ସୂଚନା ଯୋଗ୍ୟ ଯେ, ଡ଼. ନିଆଲଙ୍କର କବିତା ବିଶ୍ୱର ୨୪ ଭାଷାରେ ଅନୁଦିତ ହୋଇସାରିଛି। ଏହା ବ୍ୟତୀତ ଲକଡାଉନ କବିତା ସଂକଳନ ୫ଟି ଅନ୍ତଃରାଷ୍ଟ୍ରୀୟ ଭାଷାରେ ପ୍ରକାଶିତ ହେବା ସ୍ଥଳେ ଏହାର ଏକ ଅନ୍ତଃରାଷ୍ଟ୍ରୀୟ ସମୀକ୍ଷା ପୁସ୍ତକ ମଧ୍ୟ ପ୍ରକାଶନ ହୋଇସାରିଛି। ଡ଼. ନିଆଲଙ୍କ କବିତା ପୁଣି ଉର୍ଦ୍ଦୁରେ ଅନୁଦିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଡ଼ ନିଆଲଙ୍କୁ ଗ୍ଲୋବାଲ ଲିଡରସିପ କରାଯାଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଜନସଂଗଠନ ତରଫରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ( ମ ନି ସ ) 

Related posts

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଭେଟିଲେ ଗୁଣୁପୁରର ବିଜେପି କାର୍ଯ୍ୟକର୍ତ୍ତା

masiha

ବନ୍ଧୁଗାଁରେ ବ୍ଲକ୍ ସ୍ତରୀୟ ଲୋକସେବା ଦିବସ ପାଳିତ

Sunil Chandra Nayak

ବିଶ୍ଵ ହିନ୍ଦୁ ପରିଷଦର ତ୍ରୈମାସିକ ବୈଠକ 

masiha

Leave a Comment

error: Content is protected !!