ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ “ମଣ୍ଡେଇ” ପାଳିତ 

ଡାବୁଗାଁରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ “ମଣ୍ଡେଇ” ପାଳିତ 

ଡାବୁଗାଁ, ୨୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ବାବା ଭୈରବ ମନ୍ଦିର ନିକଟ ପଡିଆରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଗୁରୁବାର ପାଳିତ ହୋଇଯାଇଛି | ପୂର୍ବାହ୍ନ ୧୧ ଘ. ରେ ଡାବୁଗାଁ ଦୁଲ୍ଲାରଦେଇ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ କୁ ବାଦ୍ୟ ବଜାଇ, ବାଣ ଫୁଟାଇ ଓ ବିଭିନ୍ନ ନୃତ୍ୟ ଦଳ ନୃତ୍ୟ କରି ଏକ ବିରାଟ ଶୋଭାଯାତ୍ରାରେ ଆସି ମଣ୍ଡେଇ ମଞ୍ଚ ରେ ସ୍ଥାପିତ କରାଯାଇଥିଲା | ପରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ କରିବା ପରେ ବିଭିନ୍ନ ବିଭଗର ଷ୍ଟଲକୁ ଉଦଘାଟନ କରିଥିଲେ | ପରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଭାବେ ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନୀତ ଅତିଧି ଭାବେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ନବରଙ୍ଗପୁର ବିଡିଓ ସୁନୀଲ ଖରା, ନନ୍ଦହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ, ତେନ୍ତୁଳିଖୁଣ୍ଟି ବିଡିଓ ନିରୋଜ କୁମାର ପାଣିଗ୍ରାହୀ, ପାପଡାହାଣ୍ଡି ବିଡିଓ କପିଳଦେବ ସାହୁ, ଉମରକୋଟ ପୌରପାଳିକା ଅଧ୍ୟକ୍ଷା ରାଧା ଭତ୍ରା, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଜେ. ରାଜଶେଖର ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଏମ. ଆପ୍ପା ରାଓ, ଜି. ସାଇ ରାଜୁ, ସୁରେନ୍ଦ୍ର କୁମାର ମିଶ୍ର, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବିଭିନ୍ନ ବ୍ଲକର ଅଧ୍ୟକ୍ଷା ଅଧ୍ୟକ୍ଷ, ଡାବୁଗାଁ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ ମାନେ ମଞ୍ଚାସୀନ ଥିଲେ | ଏଥିରେ ଉପସ୍ଥିତ ଅତିଥି ମାନେ ଆମ ସଂସ୍କୃତି, ଐତିହ୍ୟକୁ ବଜାୟ ରଖିଛି ଏହି ମଣ୍ଡେଇ | ଏହା ଏବେ ଜାତୀୟ ସ୍ତରରେ ନାମ କରିଛି | ନାଚ, ଗୀତ, ଖେଳ ଆଦି ପ୍ରତିଭା ସହ ଅଞ୍ଚଳର ଲୋକଙ୍କ ବିକାଶ କରିବା ମଣ୍ଡେଇର ଲକ୍ଷ୍ୟ ବୋଲି ଅତିଥି ମାନେ କହିଥିଲେ | ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମରେ କୁସୁମବନ୍ଧ ଗ୍ରାମର ସଂଗ୍ରାମୀ ସୋନୁ ମାଝି କଳା ପରିଷଦ ର ଢେମସା ନୃତ୍ୟ, ବିଭିନ୍ନ ବିଦ୍ୟାଳୟର ନୃତ୍ୟ ଓ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା | ଏଥିରେ ଶୁଭଶ୍ରୀ ଗନ୍ତାୟତ ଓ ଗୁପ୍ତେପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିଲେ | ଶେଷରେ ନୃତ୍ୟ ଦଳ ଗୁଡିକୁ ପୁରସ୍କୃତ କରାଯାଇଥିଲା | ଏଥିରେ ବ୍ଲକ କାର୍ଯ୍ୟ|ଳୟ ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ପ୍ରେରଣା ତାଲିମ ଶିବିର ଉଦଯାପିତ

masiha

ମହାନତା ଦେଖାଇଲେ ଟ୍ରାକ୍ଟର ମାଲିକ ନିଜ ଗାଡ଼ି ଯୋଗେ ଶ୍ମଶାନରେ ପହଞ୍ଚାଉଛନ୍ତି କାଠ 

masiha

BPUT Academic Audit Team Visits GIST, Rayagada

masiha

Leave a Comment

error: Content is protected !!