ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ମହିଳା ମାନଙ୍କ ମଧ୍ୟରେ ମେହେନ୍ଦି ପ୍ରତିଯୋଗିତା 

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ମହିଳା ମାନଙ୍କ ମଧ୍ୟରେ ମେହେନ୍ଦି ପ୍ରତିଯୋଗିତା 

ନବରଙ୍ଗପୁର:( ତା ୨୮.୧୧.୨୦୨୪)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ମେହେନ୍ଦି କଳାକାର ମାନେ ନିଜର ମେହେନ୍ଦି ଚିତ୍ରକଳାକୁ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାର ପୌରପାଳିକା,ବିଭିନ୍ନ ସ୍କୁଲ,କଲେଜ ରୁ ବହୁ ସଂଖ୍ୟାରେ ମହିଳା ପ୍ରତିଯୋଗୀମାନେ ନିଜର ଆବଶ୍ୟକୀୟ ସାମଗ୍ରୀରେ ମେହେନ୍ଦି ପ୍ରତିଯୋଗିତାରେ ଭାଗ ନେଇଥିଲେ।ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଭାବେ ମହିଳା ମହାବିଦ୍ୟାଳୟ ର ମଞ୍ଜୁଳା ଭତ୍ରା, ମଡର୍ଣ ଡିଗ୍ରୀ କଲେଜ ର ଏନ୍ ସୋନିଆ,ମହିଳା ସ୍ନାତକ ମହାବିଦ୍ୟାଳୟର ଉର୍ମିଳା ମାଝୀ ଉତ୍ତୀର୍ଣ୍ଣ ହେଲେ।ବିଚାରପତି ରୂପେ ଡେପୁଟି କଲେକ୍ଟର ଟି ମନସ୍ମିତା,ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟାପିକା ଡ ସଂଯୁକ୍ତା ପଣ୍ଡା ଓ ତର୍ଣ୍ଣମ ଆରା ପ୍ରମୁଖ ଯୋଗ ଦେଇଥିଲେ।ଏହି ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମଣ୍ଡେଇ ପଡିଆ ରେ ପୁରସ୍କୃତ କରାଯିବ।ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମାଲେଶ୍ୱରି ସାହୁ ଏବଂ ଅଧ୍ୟାପକ ମାନେ ସହଯୋଗ କରିଥିଲେ।ପ୍ରତିଯୋଗିତା ଆୟୋଜନରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାଶିଆ ହରିଜନ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ,ଆତ୍ମାରାମ ସାହୁ , ନୀଳକଣ୍ଠ ନାଏକ ଉପସ୍ଥିତ ଥିଲେ। ( ମ ନି ସ ) 

Related posts

ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ପୋଡାଗଡ ପର୍ଜ୍ୟଟନ ସ୍ଥଳୀରେ 5t ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ , ପରିଦର୍ଶନ କଲେ ପର୍ଜ୍ୟଟନ ସ୍ଥଳୀ ସମସ୍ୟା ଉପରେ ଅବଗତ ହେଲେ

Sunil Chandra Nayak

ଗୋଲାମୁଣ୍ଡା କୃଷି ବିଭାଗ କାର୍ଯ୍ୟାଳୟରେ ୭୭ତମ ବନମହୋତ୍ସବ ପାଳିତ

Leave a Comment

error: Content is protected !!