ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓମଫେଡ ର ପ୍ରଦୂଷଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ

ରାଉରକେଲା/ ଆଜି ପ୍ରଧାନପାଲି ଅଞ୍ଚଳ ର ଜନସାଧାରଣ ମାନେ ବିଭିନ୍ନ ସମସ୍ୟା ନେଇ ପ୍ରଦୂଷଣ ବିଭାଗ ଯାଇଥିଲେ l ପାଖରେ ଥିବା ଓମଫେଡ ଫାକ୍ଟ୍ରି ରୁ ଅନବରତ କଳା ଧୂଆଁ ବାହାରି ସ୍ଥାନୀୟ ଅଂଚଳରେ ବାୟୁ ପ୍ରଦୂଷଣ କରୁଛି। ଯାହାଦ୍ୱାରା କି ଛୋଟ ପିଲା ଓ ବୟସ୍କ ମାନେ ବିଭିନ୍ନ ରୋଗ ର ଶିକାର ହେଉଛନ୍ତି । ବିଶେଷ କରି ଘର ଦ୍ୱାର ରେ ଗୋଟେ କଳା ଗୁଣ୍ଡ ର ଆବରଣ ପଡିରହୁଛି । ଯେଉଁ ମାନେ ଶ୍ୱାସରୋଗ ରେ ପୀଡିତ, ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡୁଛିି l ପ୍ରଦୂଷଣ ସ୍ଥାନୀୟ ବାସିନ୍ଦା ଙ୍କର ଚାଷ ବାସ ରେ ବି ପ୍ରଭାବ ପକାଉଛି l ସ୍ଥାନୀୟ ନେତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ମୀନତି ଦେବତାଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ପ୍ରଦୂଷଣ ବିଭାଗ ର ବରିଷ୍ଠ ଅଧିକାରୀ ବବିତା ସିଂ ଙ୍କୁ ଭେଟି ଲିଖିତ ଆକାର ରେ ଜଣାଇ ଏହାର ପ୍ରତିକାର କରିବା ପାଇଁ ଦାବି କରାଯାଇଛି। ଓମଫେଡ ଫାକ୍ଟ୍ରିକୁ ନିର୍ଦ୍ଦେଶ ଦେଇ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ତାଗିଦ କରିବାକୁ ସ୍ଥାନୀୟ ଅଂଚଳବାସୀ ଯଥା ବାଙ୍କିଆ, ତୁଳସୀଟୋଲା, ଲୁହାକେରା, ରୁଗଡା ବସ୍ତି, ବନପୋଷ, ପ୍ରଧାନପାଲି କୁ ପ୍ରଦୂଷଣ ମୁକ୍ତ କରିବାପାଇଁ ଏକ ଦାବି ପତ୍ର ଦିଆଯାଇଛି। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ବିଜୟ ନେଇ ରାଇରଙ୍ଗପୁରରେ ବିଜେଡ଼ି ତରଫରୁ ଉତ୍ସଵ ପାଳିତ

Sunil Chandra Nayak

କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ ଙ୍କ ପରିଦର୍ଶନ

Sunil Chandra Nayak

ମମତା ଶତପଥୀ ଙ୍କ କବିତା ମୁଁ ଆଜିକା ସୁନ୍ଦରୀଝିଅ

Sunil Chandra Nayak

Leave a Comment

error: Content is protected !!