ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓମଫେଡ ର ପ୍ରଦୂଷଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ

ରାଉରକେଲା/ ଆଜି ପ୍ରଧାନପାଲି ଅଞ୍ଚଳ ର ଜନସାଧାରଣ ମାନେ ବିଭିନ୍ନ ସମସ୍ୟା ନେଇ ପ୍ରଦୂଷଣ ବିଭାଗ ଯାଇଥିଲେ l ପାଖରେ ଥିବା ଓମଫେଡ ଫାକ୍ଟ୍ରି ରୁ ଅନବରତ କଳା ଧୂଆଁ ବାହାରି ସ୍ଥାନୀୟ ଅଂଚଳରେ ବାୟୁ ପ୍ରଦୂଷଣ କରୁଛି। ଯାହାଦ୍ୱାରା କି ଛୋଟ ପିଲା ଓ ବୟସ୍କ ମାନେ ବିଭିନ୍ନ ରୋଗ ର ଶିକାର ହେଉଛନ୍ତି । ବିଶେଷ କରି ଘର ଦ୍ୱାର ରେ ଗୋଟେ କଳା ଗୁଣ୍ଡ ର ଆବରଣ ପଡିରହୁଛି । ଯେଉଁ ମାନେ ଶ୍ୱାସରୋଗ ରେ ପୀଡିତ, ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡୁଛିି l ପ୍ରଦୂଷଣ ସ୍ଥାନୀୟ ବାସିନ୍ଦା ଙ୍କର ଚାଷ ବାସ ରେ ବି ପ୍ରଭାବ ପକାଉଛି l ସ୍ଥାନୀୟ ନେତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ମୀନତି ଦେବତାଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ପ୍ରଦୂଷଣ ବିଭାଗ ର ବରିଷ୍ଠ ଅଧିକାରୀ ବବିତା ସିଂ ଙ୍କୁ ଭେଟି ଲିଖିତ ଆକାର ରେ ଜଣାଇ ଏହାର ପ୍ରତିକାର କରିବା ପାଇଁ ଦାବି କରାଯାଇଛି। ଓମଫେଡ ଫାକ୍ଟ୍ରିକୁ ନିର୍ଦ୍ଦେଶ ଦେଇ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ତାଗିଦ କରିବାକୁ ସ୍ଥାନୀୟ ଅଂଚଳବାସୀ ଯଥା ବାଙ୍କିଆ, ତୁଳସୀଟୋଲା, ଲୁହାକେରା, ରୁଗଡା ବସ୍ତି, ବନପୋଷ, ପ୍ରଧାନପାଲି କୁ ପ୍ରଦୂଷଣ ମୁକ୍ତ କରିବାପାଇଁ ଏକ ଦାବି ପତ୍ର ଦିଆଯାଇଛି। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଜନ୍ମାଷ୍ଟମୀ ବ୍ରତ ପୁସ୍ତକ ଉନ୍ମୋଚନ ଓ ବଣ୍ଟନ

Sunil Chandra Nayak

ମସୀହା ପ୍ରଭାବ : ପେନସନ କାର୍ଡ ମୁକୁଳିଲା, ବିଡ଼ିଓ ଦେଲେ 5ହଜାର ଓ ଚିକିତ୍ସା ପାଇଁ ଦୁଇ ଦିନରେ ଯିବେ ଭୁବନେଶ୍ବର

Sunil Chandra Nayak

ପୁର୍ତ୍ତ ବିଭାଗ ର ଅବହେଳା ଯୋଗୁଁ ରାସ୍ତା ପାଇଁ ଲୋକେ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!