ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା 

ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା 

ନବରଙ୍ଗପୁର :(୨/୧୨/୨୪)ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଶକ୍ତି ସଂରକ୍ଷଣ ଉପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର 19 ଗୋଟି ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସରଧାପୂର ଉଚ୍ଚ ବିଦ୍ୟାଳୟର ଛାତ୍ର ଶାନ୍ତନୁ ପ୍ରଧାନ ପ୍ରଥମ,ଗୋପାଳ ପ୍ରଧାନ ଦ୍ଵିତୀୟ ଓ ଅନନ୍ତ ନାରାୟଣ ବିଦ୍ୟାପୀଠ ମୁଣ୍ଡମରାଇ ର ଦଶମ ଶ୍ରେଣୀ ର ସୌରଭ ଗୌଡ଼ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବି ଇ ଓ ଲିଙ୍ଗରାଜ ସ୍ୱାଇଁ, ଏ ବି ଇ ଓ ସିମଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର କୃତି ଛାତ୍ର ମାନ କୁ ମାନପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ସି ଆର ସି ସି ଜଗନ୍ନାଥ ପଢ଼ିହାରୀ,ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ, ଗାଇଡ ଶିକ୍ଷକ ଗଣପତି ଗମାଙ୍ଗ,ଶିକ୍ଷକ ବିଧୂ ଭୂଷଣ ରାଉତ, ପ୍ରୀତିପ୍ରିୟା ପାଣିଗ୍ରାହୀ ଙ୍କ ସମେତ ସମସ୍ତ କର୍ମଚାରୀ ପରୀକ୍ଷା ପରିଚାଳନା,ମୂଲ୍ୟାୟନ ଓ ପୁରସ୍କାର ବିତରଣ ରେ ସହଯୋଗ ପ୍ରଦାନ କରିଥିଲେ। ( ମ ନି ସ ( 

Related posts

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପରିବହନ କ୍ଷତି ସହୁଛି ଯୋଗାଣ ନିଗମ 

ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ  ସ୍ବଚ୍ଛ ସାଥିମାନଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!