ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ରାଇରଙ୍ଗପୁର ପୂର୍ଣେଶ୍ବର ଶୈବପୀଠରେ ଗଜାନନ ବିଗ୍ରହ ପ୍ରତିଷ୍ଠାରେ ମହାମହିମ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା 

ରାଇରଙ୍ଗପୁର ପୂର୍ଣେଶ୍ବର ଶୈବପୀଠରେ ଗଜାନନ ବିଗ୍ରହ ପ୍ରତିଷ୍ଠାରେ ମହାମହିମ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା 

ମୟୂରଭଞ୍ଜ- // ରାଇରଙ୍ଗପୁର ସହରର ରାଜାରୁଜୁଡା ଅମଳର ବହୁ ପୁରାତନ ୩୦୦ ବର୍ଷରୁ ଉର୍ଦ୍ଧ୍ବ ପୂର୍ଣେଶ୍ବର ମନ୍ଦିର ଦିର୍ଘବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ବର୍ତମାନର ଧର୍ମପ୍ରାଣ ଶୈବ ଉପାସକ ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ବାଳ ଏବଂ ତାଙ୍କ ଅଧିନସ୍ଥ କର୍ମଚାରୀ ଦିର୍ଘ ଦେଢ଼ ବର୍ଷ ହେଲା ମନ୍ଦିରର କଳେଵରକୁ ସଜାଇ ମନ୍ଦିରର ଏକ ନୂଆ ରୂପ ଦେଇଛନ୍ତି ।ଏହି ମନ୍ଦିର ନିର୍ମାଣ,ଫୁଲ,ଫଳ,ଵୃକ୍ଷ ଭରା ବଗିଚା ମନ୍ଦିର ବାହାରେ ଓ ଭିତରେ ଏକ ନୂଆ ଆକର୍ଷଣ ର ବିନ୍ଦୁ ପାଲଟିଛି ।ଏହି ମନ୍ଦିରକୁ ମହାମହିମ ରାଷ୍ଟ୍ରପତି ୩ ବର୍ଷ ପୂର୍ବେ ଆସି ପ୍ରତି ସୋମବାର ମନ୍ଦିର ଧୁଆପୋଛା,ଝାଡୁ ମାରିବା,ବୃକ୍ଷ ରୋପଣ କରିବା,ପରିବେଶ ପ୍ରତି ଯତ୍ନ ନେବା ସହ ପୂଜାର୍ଚ୍ଚନା କରୁଥିଲେ । ମନ୍ଦିର ଭିତରେ ପୂଜା ପାଉଥିବା ଜରାଜୀର୍ଣ୍ଣ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ଦେଖି ସେହିଦିନଠାରୁ ତାଙ୍କ ମନରେ ଏକ ନୂତନ ବିଗ୍ରହ ସ୍ଥାପନ ପାଇଁ ଉଦ୍ରେକ ହୋଇଥିଲା । ନିକଟରେ ସେ ଏକ ନୂତନ ଗଣେଶ ବିଗ୍ରହ ସ୍ଥାପନ ପାଇଁ ବିଗ୍ରହ ପଠାଇଥିଲେ । ପୂର୍ଣେଶ୍ବର ମନ୍ଦିର କମିଟି ଅଧ୍ୟକ୍ଷ ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିର ଭିତରେ ପାର୍ବତୀ ନନ୍ଦନ ଶ୍ରୀ ଶ୍ରୀ ଗଜାନନ ବିଗ୍ରହ ପ୍ରତିଷ୍ଠା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମନ୍ଦିରକୁ ଆକର୍ଷଣୀୟ ଫୁଲ ସାଜସଜ୍ଜା କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ବଡ଼ ପୂଜକ ପ୍ରସନ୍ନ ଷଡଙ୍ଗୀ,,ଜନନ ରଞ୍ଜନ, ଟିକୁ ଓତା,ଭଦ୍ରକ ଦୁଇ ଜଣ ବିଦ୍ୱାନ ପଣ୍ଡିତ ଆସି ସକାଳୁ ୯ ଘଟିକାରୁ ପୂଜାର୍ଚ୍ଚନା କରିଥିଲେ ।ସକାଳେ ସୂର୍ଯ୍ୟ ପୂଜା,ଘଟମଣ୍ଡଳ ପୂଜନ,ଅଗ୍ନି ସଂସ୍କାର,ପୂର୍ଣେଶ୍ବର ବାବା ଏବଂ ନୂତନ ଗଜାନନ ବିଗ୍ରହଙ୍କ ଅଭିଷେକ,ଶୈବାଗ୍ନୀ ସ୍ଥାପନ ପୂଜନ କରାଯାଇଥିଲା । କର୍ତ୍ତାଭାବେ ତହସିଲଦାର ବିଶ୍ବନାଥ ବିଶ୍ବାଳ ଦାୟିତ୍ଵ ନିଭାଇଥିଲେ । ଅପରାହ୍ନ ୫ ଘଟିକାରେ ଯଜ୍ଞ ଓ ପୂର୍ଣ୍ଣାହୁତି କରାଯାଇଥିଲା ।ଏହି ପୂର୍ଣ୍ଣାହୁତିରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେଇ ପୂଜାର୍ଚ୍ଚନା କରି ଭାବ ବିହ୍ୱଳ ହୋଇପଡ଼ିଥିଲେ ।ପରେ ମନ୍ଦିର ଭିତରେ ଗଜାନନ ଙ୍କ ଓ ଶିବ ବାବାଙ୍କୁ ପୂଜା କରି ଆଶୀର୍ବାଦ ନେଇଥିଲେ । ମନ୍ଦିରର ପୂଜକ ମାନଙ୍କୁ କିଛି ଉପହାର ଦେଇଥିଲେ । ମନ୍ଦିର କମିଟି ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ପୂର୍ଣେଶ୍ଵର ବାବାଙ୍କ ଏକ ଫଟୋଚିତ୍ର ଉପହାର ଦିଆଯାଇଥିଲା । ମନ୍ଦିର ପ୍ରାଙ୍ଗଣରେ ସୁଧାକଳା ଅନୁଷ୍ଠାନ ତରଫରୁ ପୁଷ୍ପରେ ମହାମହିମ ରାଷ୍ଟ୍ରପତିଙ୍କ ଅବିକଳ ସୁନ୍ଦର ଆକର୍ଷଣୀୟ ଚିତ୍ର କରାଯାଇଥିଲା । ମନ୍ଦିର ପରିବେଶ ଶିବ ମୟ ହୋଇ ଯାଇଥିଲା । ସମଗ୍ର ଅଂଚଳ ଓମ୍ ନମ୍ଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ହୋଇଥିଲା । ମହାମହିମ ରାଷ୍ଟ୍ରପତିଙ୍କ ସହ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ,ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

सांसद श्री निरंजन बिशी ने ओडिशा के लिए विशेष वित्तीय सहायता पैकेज की मांग की

Sunil Chandra Nayak

ବନ୍ଦେ ମାତରମ୍’ ଗାଇବା ଅନିବାର୍ୟ ନୁହେଁ — ସୁପ୍ରିମ କୋର୍ଟର ସ୍ପଷ୍ଟ ବାର୍ତ୍ତା 

Sunil Chandra Nayak

“ଯୁଦ୍ଧର ମଧ୍ୟରେ ଶକ୍ତିଶାଳୀ ନିଷ୍ପତ୍ତି: କିଏ ଏହି ଜୁଲକଦର?” 

Sunil Chandra Nayak

Leave a Comment

error: Content is protected !!