ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ପ୍ରଣେତାଙ୍କ ମହାପ୍ରୟାଣ ତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି ଓ ନୂତନ କାର୍ଯ୍ୟାଳୟ ଉଦଘାଟନ

ସମ୍ବିଧାନ ପ୍ରଣେତାଙ୍କ ମହାପ୍ରୟାଣ ତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି ଓ ନୂତନ କାର୍ଯ୍ୟାଳୟ ଉଦଘାଟନ 

ରାଉରକେଲା: ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ତରଫରୁ ସେକ୍ଟର ୭-୧୭ ଛକ ନିକଟସ୍ଥ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ବିଜେପିର ନେତୃବୃନ୍ଦ ତାଙ୍କ ମହାପ୍ରୟାଣ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ସଂଯୋଜକ ଭ୍ରମରବର ବେହେରା , ଭାରତ ରତ୍ନ ସମ୍ବିଧାନ ପ୍ରଣେତା ବାବାସାହେବଙ୍କ ସୃତିଚାରଣ କରିବା ସହିତ ସେ ଭାରତୀୟଙ୍କୁ ସମ୍ବିଧାନ ମାଧ୍ୟମରେ ସାମାଜିକ , ଅର୍ଥନୈତିକ, ରାଜନୌତିକ ନ୍ୟାୟ ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ସେ ଭାବପ୍ରକାଶ ଓ ବିଶ୍ବାସ, ଧର୍ମ ଆଚରଣରେ ସ୍ଵାଧୀନତା, ସମସ୍ତଙ୍କ ମଧ୍ୟରେ ଜାତୀୟ ଏକତା ଓ ସଂହତିର ଅଭିବୃଦ୍ଧି ବ୍ୟବସ୍ଥା ପ୍ରଦାନ କରିଥିଲେ । ସେ ଏକାଧାରରେ ଜଣେ ସମାଜ ସଂସ୍କାରକ, ଆଇନଜ୍ଞ ଏବଂ ରାଜନେତା ଥିଲେ । ତାଙ୍କର ମାନବ ପ୍ରେମ , ଉଦାର ପୌରୁଷ ପାଇଁ ଚିରଦିନ ସ୍ୱରଣୀୟ ହେଇ ରହିଛନ୍ତି। ତାଙ୍କର ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚୀତ ମୋର୍ଚ୍ଚା ସଂଯୋଜକ ସୁଶିଲ ସେଠୀ, ଜିଲ୍ଲା ସମ୍ପାଦକ ଅଜୟ କାଂସାରୀ, , ବରିଷ୍ଟ ନେତା ଜିତେନ ମହାନ୍ତି, ମନୋରଞ୍ଜନ ମୁନି, ପଶ୍ଚିମ ମଣ୍ଡଳ ସଭାପତି ସନ୍ତୋଷ ବିରାଟ, ମନୋଜ ପଟ୍ଟନାୟକ, ଗୌତମ ଦୁଙ୍ଗୁରି, ଅନନ୍ତ ଦାସ, ଛୋଟୁ ମହନ୍ତ ପ୍ରଭାସିନୀ ଦୁଂଗୁରୀ , ଗୌତମ ବାଡ଼ା , ନର୍ମତା ବାଗ, ପ୍ରତିମା ରାଉତ, ଦୂର୍ଗା ପଟ୍ଟନାୟକ, ହେମନ୍ତ ଜେନା, ସନ୍ତୋଷ ରାଉତ, ହିମାଂଶୁ ନାୟକ, ଅକ୍ଷୟ ଜେନା ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

     ସେହିପରି ପାନପୋଷ ସାଙ୍ଗଠନିକ ଜିଲ୍ଲା ବିଜେପି ର କାର୍ଯ୍ୟାଳୟ ସେକ୍ଟର ୩ ସ୍ଥିତ ଡି- ୧୪ ଠାରେ ରାଜ୍ୟ ଉପସଭାପତି ସୁକେଶି ଓରାମ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଙ୍କ ବାସଭବନରେ ବିଜେପି ର ଅସ୍ଥାୟୀ କାର୍ଯ୍ୟାଳୟ ଚାଲୁଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରବାଦ ପୁରୁଷ ବିଜୁ ବାବୁ ଯୁଗ ଯୁଗ ପାଇଁ ମନେ ରହିବେ

Sunil Chandra Nayak

ତୁଜୁଙ୍ଗ ଗ୍ରାମ ରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ ତଥା ସୀତା ବିବାହ ସମ୍ପନ୍ନ

Sunil Chandra Nayak

୭୭ତମ ସ୍ବାଧୀନତା ଦିବସରେ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ଲକ ପ୍ରଶାସନ

masiha

Leave a Comment

error: Content is protected !!