ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୃଷ୍ଟିବାଧିତ ମଙ୍ଗୁଳିଙ୍କୁ ତାଙ୍କର ଦାନ ଵୀର କାର୍ଯ୍ୟ ନେଇ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଧନା 

ଦୃଷ୍ଟିବାଧିତ ମଙ୍ଗୁଳିଙ୍କୁ ତାଙ୍କର ଦାନ ଵୀର କାର୍ଯ୍ୟ ନେଇ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଧନା 

କଟକ: ସମୟ ସ୍ରୋତରେ ମଙ୍ଗୁଳି ବସନ୍ତିଆ ଦୃଷ୍ଟିହୀନ । ମନ ତାଙ୍କର ଦାନ ବୀର । ସେ ମହାକାଳପଡ଼ା ଅଞ୍ଚଳର ବିଜୟନଗର ନିକଟସ୍ଥ ବଢ଼ିହି ଗ୍ରାମ lରେ ଏକ ଛୋଟିଆ କୁଡିଆ ଘରେ ବସବାସ କରନ୍ତି। ଘରଟି ଚାଳ ଛପର ଉପରେ ମଧ୍ୟ ପାଲ ପଡ଼ିଛି । ମଙ୍ଗୁଳିଙ୍କର ନିତିଦିନିଆ କର୍ମ ହେଉଛି ବିଭିନ୍ନ ସ୍ଥାନରେ ଥିବା ମଠ ଓ ମନ୍ଦିରକୁ ଯାଇ ଭଜନ ଗାଇ ଭିକ୍ଷା କରିବା । ଏଥିରୁ ଯାହା ରୋଜଗାର ହୁଏ,ସେ ଚଳିବା ପାଇଁ ରଖି ସେହି ମନ୍ଦିରରେ ଦାନ କରିଦେଇଥାନ୍ତି । ତାଙ୍କର କିଛି ଗଚ୍ଛିତ ଅର୍ଥରେ ସେ ହରପାର୍ବତୀ ମନ୍ଦିରରେ ପ୍ରସାଦ ଦାନ ଦେଇଥିଲେ । ମନ୍ଦିର ପୂଜକଙ୍କ କଥା ଅନୁସାରେ ଏହି କର୍ମରେ ମଙ୍ଗୁଳି ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହିପରି ଜାଗୁଳାଇ ମନ୍ଦିରର କାର୍ଯ୍ୟ ପାଇଁ ମଧ୍ୟ ୧୦ ହଜାର ଦାନ କରିଛନ୍ତି । ସେ ଜଗନ୍ନାଥଙ୍କ ଭଜନ ଜଣାଣ ଗାଇଥାନ୍ତି । ମଙ୍ଗୁଳି ବାସନ୍ତିଆଙ୍କ ଏହିପରି ଦାନଧର୍ମି କାର୍ଯ୍ୟ ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଟ୍ରଷ୍ଟ ପକ୍ଷରୁ ତାଙ୍କ ପରିବାର ପାଇଁ ପୋଷାକ ସହ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି । ସେ ଜଗନ୍ନାଥ ପ୍ରେମୀ ହୋଇଥିବାରୁ ତାଙ୍କୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ପ୍ରଦାନ କରାଯାଇଛି । ମଙ୍ଗୁଳିଙ୍କ ଭାଷାରେ ଲୋକ ମାନେ ଦେଇଥିବା ଦାନର ଅର୍ଥ ପ୍ରଭୁଙ୍କ ହୁଣ୍ଡି କୁ ଗଲେ ଦାତାଙ୍କର ପୂର୍ଣ୍ଣ ଆମର ବି ପୂର୍ଣ୍ଣ । ଆଜିର ଏହି କାର୍ଯ୍ୟକ୍ରମ ରେ ସହଯୋଗୀ ବ୍ୟକ୍ତି ଗଣ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ସମାଜସେବୀ ଦମନ ମହାନ୍ତି,ଟ୍ରଷ୍ଟର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର,ଟ୍ରଷ୍ଟର କର୍ମକର୍ତା ଅନୁଗୋଳ କଣିହାଁର ଇଂ.ପ୍ରଶାନ୍ତ କୁମାର ଦାଶ,କାଳନ୍ଦୀ ମଲ୍ଲିକ ଓ ତୋଫାନ ଚନ୍ଦ୍ର ସାହୁ ପ୍ରମୁଖ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବଂଜାରା ନାରୀ ସେବା ସଙ୍ଘ ସମାରୋହ

Sunil Chandra Nayak

ବନ୍ଧୁଗାଁରେ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା,ବୃକ୍ଷରୋପଣ,ରକ୍ତଦାନ ଓ ପୁରସ୍କାର ବିତରଣ ଉତ୍ସବ-୨୦୨୬ ଅନୁଷ୍ଠିତ 

Leave a Comment

error: Content is protected !!