ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହଦେବ ପରିଡ଼ା ଙ୍କ କବିତା ଅନ୍ଧାର ପୁରୀରେ ସୀତା

ଅନ୍ଧାର ପୁରୀରେ ସୀତା

 

ତ୍ରେତୟା ଯୁଗର ରାବଣ ହରି ନେଇ

ମାଆ ସୀତାଙ୍କୁ

ରଖିଥିଲା ଅଶୋକ ବନରେ

ନିତ୍ୟ ପ୍ରଭାବରେ ଦର୍ଶନ କରୁଥିଲା

ମାଆଙ୍କ ପଦ ଯୁଗଳକୁ

ଆର୍ଶିଵାଦ ମାଗୁଥିଲା ପ୍ରଭୁଙ୍କ ହସ୍ତରେ

ମୋର ହେଉ ମୃତ୍ୟୁ

ରାକ୍ଷସ ଜନ୍ମରୁ ମିଳୁ ମୋତେ ମୁକ୍ତି ।।

ଆଜିର ସମାଜରେ ଯେଉଁ ଜହ୍ଲାଦ

ମାନେ ହରଣ କରୁଛନ୍ତି

ମାତୃଜାତି କୁ କେଉଁ ଉଦ୍ଦେଶ୍ୟରେ?

ମାନବ ଜାତିର ଯେ ପ୍ରଥମ ଶିକ୍ଷାଦାତ୍ରୀ ଓ ଯାହାର ଦୟାରୁ ନର ଆସେ ସୁନ୍ଦର ପୃଥିବୀର ପୃଷ୍ଠକୁ

ତାର କ’ଣ ପ୍ରତି ଦାନ

ତାକୁ ଧର୍ଷଣ,କରିବା ତାର ଧାର୍ଯ୍ୟ ଦାବୀକୁ ଛଡ଼ାଇ ନେଇ

ତାର ରକ୍ତ ଶୋଷଣ କରିବା ସହ

ନୂତନ ଆଲୋକ ଦେଖିବା ପୂର୍ବରୁ

ତାକୁ ହତ୍ୟା କରିବା??

ବାଃ ବାଃ ରେ ପୁରୁଷ ଜାତି ଏହା କ’ଣ ତୋର ପୁରୁଷଙ୍କ ।।

ଥରେ ଚିନ୍ତା କରି ଦେଖ,ତୋର ସୃଷ୍ଟି କାରୀଣି ଜୀବନ ଛାତ୍ରୀ କିଏ?

ତା ବିନା ତୋର ପରିଚୟ କାହିଁ?

ଭୁଲି ଯାଉଛୁ ତୁ,,,,ତୋର ମୂଳ ଶକ୍ତି ସେ,,,ମାଆ ନାହିଁ ଯାହାର

ନାଆଁ ନାହିଁ ତାହାର,,,,,

ଆସ ହେ ଅମୃତର ସନ୍ତାନ,,

ଅମୃତ ଛାତ୍ରୀର ସୁରକ୍ଷା,ଆମର ହେଉ ପରମ କର୍ତ୍ତବ୍ୟ

ଏକା ଧାରାରେ ଯେ ଆମ ପାଇଁ

ଜନନୀ,ଜାୟା, ଭଗିନୀ,କନ୍ୟା

ଆଦିମାତା,ଆଦିଶକ୍ତି

ତାକୁ ତାର ଶକ୍ତି ଫେରାଇ ଦେବା

ମୁକ୍ତ କଣ୍ଠରେ ଗାନ କରିବା,

ଯା,,ଦେବୀ ସର୍ବ ଭୂତେଷୁ

ମାତୃ ରୂପେଣ ସଂସ୍ଥିତା

ଯା,, ଦେବୀ ସର୍ଵେ ଭୂତେଷୁ

ଶକ୍ତି ରୂପେଣ ସଂସ୍ଥିତା,,।।

ସହଦେବ ପରିଡ଼ା

 କୋଷାଗୁମୁଡା

Related posts

ଗୋପାଳ ପୁର ଥାନା ଅଧିକାରୀ ଙ୍କର ଦବଙ୍ଗଗିରି । ପୋଲିସ ବିରୁଦ୍ଧରେ ପୋଲିସ ରୁଜୁ କଲା ମାମଲା

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

ବେହେରା ରେ କାଳବୈଶାଖୀ ବର୍ଷା , ଉପୁଡ଼ିଲା ଗଛ ଭାଙ୍ଗିଲା ବିଜୁଳି ଖୁଣ୍ଟ

Leave a Comment

error: Content is protected !!