ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଛ ମାରିବାକୁ ଯାଇ ନଦୀରେ ୨୪ ବର୍ଷୀୟ ଯୁବକ ମୃତ 

ମାଛ ମାରିବାକୁ ଯାଇ ନଦୀରେ ୨୪ ବର୍ଷୀୟ ଯୁବକ ମୃତ 

ଜୁନାଗଡ଼ ( ମ ନି ସ):୧୧/୧୨: // କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମେରମହୁଲ ନିକଟରେ ଥିବା ତେଲ ନଦୀରେ ଅତଡ଼ା ମାଟି ଚାପାରେ ଜଣକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଭୋଳାନାଥ ଦଳେଇଙ୍କ ପୁଅ ନବୀନ କୁମାର ଦଳେଇ (୨୪) ବୋଲି ଜଣାପଡିଛି । ସେ ଗତକାଲି ତେଲନଦୀକୁ ମାଛ ମାରିବାକୁ ଯାଇଥିଲେ। ନଦୀକୂଳରେ ବନ୍ୟା ଦ୍ୱାରା ବିଭିନ୍ନ ଘାଇ ଗୁଡିକ ସୃଷ୍ଟି ହୋଇଥିବା ବେଳେ ଘାଇ ଭିତରକୁ ମାଛ ଧରିବାକୁ ଗଲାବେଳେକୁ ମାଟି ଅତଡ଼ା ତାଙ୍କ ଉପରେ ପଡିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ପକ୍ଷରୁ କୁହାଯାଇଛି। ଏ ନେଇ ମୃତକର ବଡ଼ ଭାଇ ସୁଷମା ଦଳେଇ କେଗାଁ ପୋଲିସରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କେଗାଁ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବାକୁ ପ୍ରଣାପ୍ରାଣେ ଚେଷ୍ଟା କରିଥିଲେ ସୁଦ୍ଧା ଶବ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଆଜି ସକାଳୁ ପୁଣି କେଗାଁ ପୋଲିସ, ତହସିଲଦାର ଚନ୍ଦନ କୁମାର ନାଏକ, ଗୋଲାମୁଣ୍ଡା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଅପରାହ୍ନ ସମୟରେ ଶବଟିକୁ ଉଦ୍ଧାର କରିଥିଲେ । ପୋଲିସ ୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ଶବ ବ୍ୟବଚ୍ଛେଦ କରିବାକୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ଆଇ ଆଇ ସି ମକୁନ୍ଦ ଦେବ ନାଏକ ସୂଚନା ଦେଇଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣା ଠାରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ 

masiha

ନବରଙ୍ଗପୁର ଜିଲ୍ଲା ଉତ୍କଳ ଯାଦବ ମହାସଭା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ଦିବ୍ୟ ଜୀବନ ସଂଘର ରୈ।ପ୍ୟ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!