ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୩୭ ତମ କୁରାଳ ପଞ୍ଚମୀ ପୂଜା ବର୍ଷ ପାଳିତ

୩୭ ତମ କୁରାଳ ପଞ୍ଚମୀ ପୂଜା ବର୍ଷ ପାଳିତ

ଢେଙ୍କାନାଳ: ମୀନା ବଜାର କୁମ୍ଭାର ସାହି ରେ ୧୯୮୭ ମସିହାରୁ ଆରମ୍ଭ ହୋଇ ଆଜି ୩୭ ତମ କୁରାଳ ପଞ୍ଚମୀ ପୂଜା ବର୍ଷ ପାଳିତ ହୋଇଯାଇଛି। ଲକ୍ଷ୍ମୀ ନାରାୟଣ ହେଉଛନ୍ତି ଇଷ୍ଟ ଦେବତା କୁମ୍ଭାର ମାନଙ୍କର । ଆଜି କଳସ ଯାତ୍ରା, ଅଧିବାସ ପୂଜା,ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା ଅନୁଷ୍ଠିତ ହୋଇଥିଲା।ଏ ବର୍ଷ ରୌପ୍ୟ ଅଳଙ୍କାର ଲାଗି କରାଯାଇଥିଲା। ପୂଜା ର ଆଜି ୧୨ ତାରିଖ ସପ୍ତମ ଦିନରେ ରେ ଆଜି ଅନ୍ନ ପ୍ରସାଦ ଲାଗି ହୋଇଥିଲା। ଅନ୍ନ, ଡ଼ାଲି, ଶାଗ, ଆମ୍ବୁଲ ଖଟା, ତରକାରୀ ,କ୍ଷୀରୀ ପ୍ରସାଦ ଆକାର ରେ ୨୦୦୦ ଉର୍ଦ୍ଧ୍ବ ଭକ୍ତ ପ୍ରସାଦ ସେବନ କରିଥିଲେ।ପୂଜକ କାଳନ୍ଦୀ, କର୍ତ୍ତା ସତ୍ୟାନନ୍ଦ ବେହେରା, ସଭାପତି ଉଦୟ ନାଥ ବେହେରା, ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା ଓ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରେ ଏହି ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ସାତ ଦିନ ଧରି ଚାଲିବ ଏହି ପୂଜା। ଆଜି ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଓ ମିଳିତ ବଜାର ସଭାପତି ରାମ ଚନ୍ଦ୍ର ପାତ୍ର ଆଜି ମଣ୍ଡପ ପରିଦର୍ଶନ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ

masiha

ସ୍ନାନ ମଣ୍ଡପରେ ବିରାଜିତ ପ୍ରଭୁ ଦଧିବାମନ ସ୍ଵାମୀ , ୧୦୮ ଶୁଵାଷିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଦେଲେ ଦର୍ଶନ

masiha

ମୁନିଗୁଡାରେ 37ତମ ମହାଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ,ସଭାପତିରୁ ପୂର୍ଣ୍ଣ ଅବସର ଅଜୀତିକୁ ସମର୍ପଣ

masiha

Leave a Comment

error: Content is protected !!