ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ା ବାରିମୂଳ ଜେଲ ରେ ଥିବା ଅନ୍ତେବାସୀ ମାନଙ୍କୁ ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନ ତରଫରୁ ମାଗଣା ରେ ଉଦ୍ୟଗ ବିକାଶ ମହମ ବତୀ, ଫିନାଇଲି,ଅଗର ବତୀ ତାଲିମ ପ୍ରଦାନ

କେନ୍ଦ୍ରାପଡ଼ା ବାରିମୂଳ ଜେଲ ରେ ଥିବା ଅନ୍ତେବାସୀ ମାନଙ୍କୁ ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନ ତରଫରୁ ମାଗଣା ରେ ଉଦ୍ୟଗ ବିକାଶ ମହମ ବତୀ, ଫିନାଇଲି,ଅଗର ବତୀ ତାଲିମ ପ୍ରଦାନ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ଜେଲ ର ଅନ୍ତେବାସୀ ମାନଙ୍କୁ ଏସବିଆଇ ଆର ସେଟି ତରଫରୁ ଛଅ ଦିନିଆ ତାଲିମ ଡୋମେଷ୍ଟିକ ଜିନିଷ ଯଥା ମହମ ବତୀ, ଫିନାଇଲି,ଅଗର ବତୀ, ଡିଟର ଜେଣ୍ଟ ଲିକୁଡି, ଅଳତା ପ୍ରସ୍ତୁତି ଟ୍ରେନିଂ ଆଜି 12-12-24 ରିଖ ଗୁରୁ ବାର ଠାରୁ ଆରମ୍ଭ ହେଇଛି!ଏହି ତାଲିମ ଶିବିର ରେ ଜେଲ ରେ ଥିବା ସତୁରି ଜଣ ଅନ୍ତେବାସୀ ଅଂଶ ଗ୍ରହଣ କରିଛନ୍ତି!ଏହି ତାଲିମ ଶିବିର ଉଦଘାଟନ ଉତ୍ସବ ରେ କେନ୍ଦ୍ରାପଡ଼ା ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହା ପାତ୍ର ପ୍ରଦୀପ ପ୍ରଜଳନ କରିଥିଲେ ଓ କିଭଳି ଅନ୍ତେବାସୀ ମାନେ ଜେଲ ରୁ ଗଲା ପରେ ସମାଜ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ଓ ସ୍ୱରୋଜଗାର କରି ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ଆଲୋକପାତ କରିଥିଲେ!ଏହି କାର୍ଯ୍ୟକ୍ରମ ରେ ଜେଲ ର ସୁପରିଟେଣ୍ଟ ଶ୍ରୀଯୁକ୍ତ ବାବୁଲି ବାରିକ, ଆର ସେଟି ର ନିର୍ଦେଶକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାସ ଯୋଗ ଦେଇଥିଲେ, ଜେଲ ର କର୍ମକର୍ତ୍ତା ଶ୍ରୀଯୁକ୍ତ ସୁକାନ୍ତ ରାଉତ, ପ୍ରହଲ୍ଲାଦ ବେହେରା!ଏହି କାର୍ଯ୍ୟକ୍ରମ କୁ ଆର ସେଟି ର କୋଅର୍ଡିନେଟର ପ୍ରଭାତ ମହାନ୍ତି ପରିଚାଳନା କରିଥିଲେ ଓ ମାନସ ଜେନା, ଉଦୟ ସେଠୀ ଉପସ୍ଥିତ ରହି ସହଯୋଗ କରିଥିଲେ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଗୁଣପୁର ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା

Sunil Chandra Nayak

ବେହେରା ରେ ‘ନଶା ମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ

Sunil Chandra Nayak

ବାଲ୍ୟବିବାହ ରୋକିଲା ଚନ୍ଦାହାଣ୍ଡି ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!