ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିପିଡିପି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ତିନି ଦିନିଆ ତାଲିମ ଶିବିର 

ଜିପିଡିପି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ତିନି ଦିନିଆ ତାଲିମ ଶିବିର 

ବନ୍ଧୁଗାଁ ତା, ୧୨/୧୨/୨୪.ଗତ ୧୦.୧୨.୨୪ ରୁ ୧୨ତାରିଖ ରେ ଛୁଟି ଯୋଗୁଁ ୧୩/୧୨/୨୪ ପର୍ଯ୍ୟନ୍ତ ହବାକୁ ଥିବା ତାଲିମ ଶିବିର ଆଜି ବନ୍ଧୁଗାଁ ବ୍ଲକର ଅସୱାଲ ଭଵନ ଗୃହ ଠାରେ ସକାଳ ୧୦:୩୦ ରୁ ୨ ଟା ପର୍ଯ୍ୟନ୍ତ ଆରମ୍ଭ ହୋଇ ତିନିଦିନ ଧରି ଚାଲିଥିବା ତାଲିମ ଶିବିର ଆସନ୍ତା କାଲି ଶେଷ  ହେବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି I ଏହି ତାଲିମ ଥିଲା ବନ୍ଧୁଗାଁ ବ୍ଲକର ସମସ୍ତ ପଞ୍ଚାୟତର  ସରପଞ୍ଚ, ସମସ୍ତ ନାଇବ ସରପଞ୍ଚ, ଓ ସମସ୍ତ ପଞ୍ଚାୟତ କାର୍ଯ୍ୟଳୟର ପିଓ ଏବଂ ପଞ୍ଚାୟତ ରୁ କିଛି ଅଙ୍ଗନବାଡ଼ି ଓ ସମସ୍ତ ପଞ୍ଚାୟତର ଏ.ଡ଼ି. ଇ.ଓ ଏବଂ ବନ୍ଧୁଗାଁ ବ୍ଲକର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଆଶା କର୍ମୀଙ୍କୁ ତାଲିମ କେନ୍ଦ୍ରରେ ଯୋଗଦେବା ପାଇଁ ମେଡିକାଲ ଅଧିକାରିଙ୍କୁ ଚିଠି ମାଧ୍ୟମରେ ଜଣା ଯାଇଥିଲା I ଏହି ସମସ୍ତିଙ୍କୁ ନେଇ  ଡ଼ି.ପି.ଏମ. ଅଧିକାରୀ ସନ୍ତୋଷ ନାୟକଙ୍କ ଅଧକ୍ଷତାରେ ଏହି ୩ ଦିନିଆ ତାଲିମ ଶିବିର କରାଯାଇଥିଲା I ଏହି ତିନିଦିନିଆ ତାଲିମ ଠାରେ ଏହା ନିର୍ଦ୍ଧାରିତ କରି ଅବଗତ କରାଗଲା କି ପଞ୍ଚାୟତ କାର୍ଯ୍ୟାଳୟର ଟଙ୍କା ପଞ୍ଚାୟତର ଯେ କୌଣସି କାର୍ଯ୍ୟରେ ଟଙ୍କା ରଖି କରିବା ପାଇଁ ପଞ୍ଚାୟତର କିଛି ଟିମକୁ ନେଇ କାର୍ଯ୍ୟ କରିବା ପାଇଁ ବିଚାର କରାଯାଇ କାମ କରାଯିବା ପାଇଁ ଆଲଚନା ପରେ ହିଁ କାର୍ଯ୍ୟହବ I ଏଥିରେ ପଞ୍ଚାୟତର ୯ ଜଣିଆ ଏକ ଟିମ,୨୬ ଗୋଟି ବିଭାଗ ଓ ୭ ଜଣିଆ କମିଟି ଓ ପଞ୍ଚାୟତ ର ସରପଞ୍ଚ, ପିଓ, ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ଉପସ୍ଥିତରେ ଆଲୋଚନା କରି ପଞ୍ଚାୟତର ଯେକୌଣସି ପ୍ରକାର କାର୍ଯ୍ୟ କରିବା ପାଇଁ ବିଚାର କରି  କାର୍ଯ୍ୟ କରି ପାରିବା ପାଈଁ ଏହି ୩ ଦିନିଆ ତାଲିମ ଶିବିରରେ  ବୁଝାଯାଇଥିଲା I ଏଥିରେ ବ୍ଲକର ପେସା କର୍ଡିନେଟର ବିନୋଦ କୁମାର କନ୍ଦପାନ ଏବଂ ବ୍ଲକର ଜିପିଈଓ ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଙ୍କ ଉପସ୍ଥିତରେ ଆଜି ଶେଷ ହୋଇଥିଲା I

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

 

Related posts

ପଶ୍ଚିମ ଓଡିଶା ସାାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା ଗୃହ ସୁରକ୍ଷା ସଚେତନତା କର୍ମଶାଳା

masiha

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଗୁରୁଦିବସ 

masiha

ଜଗମୋହନ ସ୍ଵାସ୍ଥ୍ୟକେନ୍ଦ୍ରରେ କୟାକଳ୍ପ ପୁରସ୍କାର ବିତରଣ

Sunil Chandra Nayak

Leave a Comment

error: Content is protected !!