ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ମାନିତ ଉତ୍ସବ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ , ବିଷ୍ଣୁ ଚରଣ ସ୍ୱାଇଁ ସମ୍ମାନିତ 

ସମ୍ମାନିତ ଉତ୍ସବ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ , ବିଷ୍ଣୁ ଚରଣ ସ୍ୱାଇଁ ସମ୍ମାନିତ 

ରାଜ୍ୟ ସ୍ତରୀୟ ଅଷ୍ଟମ ସ୍ଵନକ୍ଷତ୍ର ଉତ୍ସବରେ today news24odisha ଓ ନୂତନ ଓଡ଼ିଶା news ପକ୍ଷରୁ ସମ୍ମାନିତ ଉତ୍ସବ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ! ଏହି ସମ୍ଭର୍ଦ୍ଧିତ ଉତ୍ସବ ରେ ବିଷ୍ଣୁ ଚରଣ ସ୍ୱାଇଁ ଙ୍କୁ ସମ୍ମାନିତ କରାଯାଇଥିଲା ! ସାରା ଭାରତ ବର୍ଷର ସମସ୍ତ ବର୍ଗର ଶ୍ରମିକ ଭାଇ ଓ ଭଉଣୀ ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ ନୂତନ ଓଡିଶା ନ୍ୟୁଜ ଓ today news24odisha ଚେନାଲର ଅଷ୍ଟମ ସ୍ଵନକ୍ଷତ୍ର ଉତ୍ସବ ପାଳନ ହେବାସହ ଉଭୟ ନିୟୁଜ ପକ୍ଷରୁ ବିଜୁପଟ୍ଟନାୟକ ଅଡ଼ିଟୋରିୟମ ରାୟଗଡା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ରକ୍ତଦାନ ଶିବିରରେ ନିୟୁଜ ମାଲିକ ଶ୍ରୀଯୁକ୍ତ ହିମାଂଶୁ ପଣ୍ଡା ପ୍ରଥମ ପର୍ଯ୍ୟାୟରେ ରାୟଗଡା ବ୍ଲଡ଼ବେଙ୍କକୁ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା ।

  ଇତିପୂର୍ବେ ରାୟଗଡା ଜିଲ୍ଲାର ଶ୍ରମିକ ନେତା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପଣ୍ଡା ସମାଜର ସେବା ନିମନ୍ତେ ଶ୍ରମିକ ଓ ସାଧାରଣ ଜନତାଙ୍କ ମୌଳିକ ଅଧିକାରକୁ ନେଇ ବଡ ବଡ କମ୍ପାନୀ ମାନଙ୍କୁ ବିଭିନ୍ନ ପ୍ରସଙ୍ଗର ଉପରେ ପ୍ରଶ୍ନ ଉଠାଇ ପ୍ରତିବାଦ କରିଥିଲେ ।ଯାହାକି କମ୍ପାନୀ ମାନେ ପଣ୍ଡାଙ୍କ ପ୍ରତିବାଦରେ ତିଷ୍ଠି ପାରିନଥିଲେ ।ଯାହାଫଳରେ ସେମାନେ ବାଧ୍ୟତାମୂଳକ ଭାବେ ଅଞ୍ଚଳ ଛାଡିଯିବାକୁ ପଡିଥିଲା ।କିନ୍ତୁ କମ୍ପାନୀ ଅଞ୍ଚଳ ଛାଡିବା ପୂର୍ବରୁ ତତ୍କାଳୀନ ଶ୍ରମିକ ନେତା ଶ୍ରୀଯୁକ୍ତ ପଣ୍ଡାଙ୍କ ଅଜଣା ଟ୍ରକ ଧକ୍କାରେ ମୃତ୍ୟୁ ବରଣ କରିବାକୁ ପଡିଥିଲା ।କିନ୍ତୁ କିଛି ସମାଜର ଭଲ କରିବାକୁ ହେଲେ କିଛି ହରାଇବାକୁ ପଡିଥାଏ ।ଏଠାରେ ସ୍ବର୍ଗତ ପଣ୍ଡାଙ୍କ ସେହିଭଳି ହିଁ ହୋଇଛି । ନିଜର ଜୀବନକୁ ବାଜି ଲଗାଇଦେଲେ ।ସେଥିସକାଶେ ତାଙ୍କର ସ୍ମୃତି ଚାରଣ ନିମନ୍ତେ ସ୍ୱର୍ଗତ ପଣ୍ଡାଙ୍କ ସୁପତ୍ର ହିମାଂଶୁ ପଣ୍ଡା today news24odisha ଓ ନୂତନ ଓଡିଶା ନ୍ୟୁଜ ଭଳି ଦୁଇଟି ନିୟୁଜ ଚେନାଲ ଖୋଲି ଭାରତର ସମସ୍ତ ଶ୍ରମିକ ଭାଇଭଉଣୀ ମାନଙ୍କରେ ଉଦ୍ଧେଶ୍ୟରେ ସମର୍ପିତ କରିଛନ୍ତି ।ଯାହାକି ପିତାଙ୍କ ଆମର ଆତ୍ମାର ସଦଗତି ହବ ।

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ରେଭେନ୍ସା ଅର୍ଥନୀତି ସ୍ନାତକୋତ୍ତର ୧୯୮୨-୮୪ ବ୍ୟାଚର ବଂଧୁ ମିଳନ ପର୍ବ 

masiha

ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ କାର୍ଯ୍ୟର ସମୀକ୍ଷା

masiha

କୋକସରା ବ୍ଲକ କଂଗ୍ରେସ କମିଟି ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!