ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘ ଦ୍ବାରା କାନ୍ତକବି ଙ୍କ ୧୩୭ତମ ଜୟନ୍ତୀ ପାଳିତ

ଧାମରା ସଂଘ ଦ୍ବାରା କାନ୍ତକବି ଙ୍କ ୧୩୭ତମ ଜୟନ୍ତୀ ପାଳିତ

ରାଉରକେଲା: ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ ଓ ସହ ସମ୍ପାଦକ ଙ୍କ ମଞ୍ଚ ସଂଯୋଜନାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ୧୩୭ତମ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଭାତ କୁମାର ପାଢ଼ୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିବା ବେଳେ ମୁଖ୍ୟବକ୍ତା ପ୍ରଫେସର ଡ଼ଃ ସୋମା ଚାନ୍ଦ କାନ୍ତକବି ଙ୍କ ସାମଗ୍ରିକ ଜୀବନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବହୁମୁଖୀ ପ୍ରତିଭାର ଅଧିକାରୀ କାନ୍ତକବିଙ୍କ ସାହିତ୍ୟ କୃତି ଆଲୋଚନା ବେଳେ ତାଙ୍କ ରଚିତ ଅନେକ ପଦ୍ୟାଂଶ ଉପରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ। ସହୀଦ ମାଟି ଭଦ୍ରକ ର ଗୈାରବମୟ କୀର୍ତ୍ତିଗାଥା ସହ ଉତ୍କଳ ମାତାର ବନ୍ଦନା ରେ ତାଙ୍କର ଲେଖନୀ ଯେପରି ଚଳଚଞ୍ଚଳ ହୋଇଉଠିଛି, ତାହା ତାଙ୍କ ଜାତୀୟତା ବୋଧର ପ୍ରମାଣ। ତାଙ୍କର ଦାୟାଦ ଭାବେ ଆମେ ଏହି ଚେତନା କୁ ବଜାୟ ରଖିବା ସହ ଆମ ପରପିଢି ମାନଙ୍କୁ ମଧ୍ୟ ଜାଗୃତ କରିବାକୁ ଡ଼ଃ ଚାନ୍ଦ କହିଥିଲେ। ସମ୍ମାନିତ ଅତିଥି ଭାବେ କାନ୍ତକବି ଙ୍କ ଅନ୍ୟତମ ନାତି ବାଣୀ କଲ୍ୟାଣ ମହାପାତ୍ର ବ୍ୟାଧି ଗ୍ରସ୍ତ କାନ୍ତକବି ଓ ତାଙ୍କ ପାରିବାରିକ କେତେକ ଅଜଣା କଥାର ସ୍ମୃତି ରୋମନ୍ଥନ କରିଥିଲେ। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଭଗବାନ ରାଉତ ସମସ୍ତଙ୍କୁ ସ୍ବାଗତ କରିବା ସହ କାନ୍ତକବି ଙ୍କ ଜୟନ୍ତୀ ପାଳନ କରି ଧାମରା ସଂଘ ତା’ର ୨୬ ବର୍ଷର ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ସହ ସମ୍ପାଦକ ଶ୍ରୀ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ସାହିତ୍ୟ ସମ୍ପାଦିକା ନିରୁପମା ପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଧାମରା ସଂଘର ପ୍ରାକ୍ତନ ସଭାପତି ରଘୁବର ଧଳଙ୍କ ପତ୍ନୀଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଅନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଂରକ୍ଷଣ ଓ ସଫେଇ ଦିବସ ପାଳିତ 

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୮୫ତହ ଅଧିବେଶନ ଅନୁଷ୍ଠିତ

masiha

ରାଇରଙ୍ଗପୁର ରେ ସେବାସ୍ତମ୍ଭ ପ୍ରତିଷ୍ଠାତା ଦାମୋଦର ସଞ୍ଜିବାୟାଙ୍କୁ ଶ୍ରଦ୍ଧାଞ୍ଜଳି

Leave a Comment

error: Content is protected !!