ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ରାଇଘରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର:(ତା୧୬.୧୨.୨୦୨୪)(ରବି ନାରାୟଣ ମହାନ୍ତି) ଆଜି ରାଇଘର ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ, ନବରଙ୍ଗପୁର ଶ୍ରୀ ପ୍ରକାଶ ମିଶ୍ର, ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର,ବି ଡି ଓ ଲକ୍ଷ୍ମୀ ସାଗର ମାଝୀ, ତହସିଲଦାର ରିତୁ ସିଂ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୨୫ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୭ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ରାଇଘର ବ୍ଲକ ଗଞ୍ଜପରା ଗ୍ରାମ ପଞ୍ଚାୟତ ଗସ୍ତ କରି ଡିଗ୍ରୀ କଲେଜ ର ସ୍ଥାନ ଚିହ୍ନଟ ପ୍ରସ୍ତାବ କୁ ଦେଖିଥିଲେ ଏବଂ ନୂଆପଡ଼ା ଏସ ଏସ ଡି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ଶ୍ରେଣୀରେ ପାଠ ପଢ଼ାଇ ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ଭ୍ରାମ୍ୟ ମାଣ ବୈଠକ ଅଞ୍ଚଳଗୁମ୍ମା ରେ ଅନୁଷ୍ଠିତ 

Senior Journalist Bulei Behera awarded

masiha

ୱାର୍ଲ୍ଡ ଏକ୍ସଲେନ୍ସ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ 

Leave a Comment

error: Content is protected !!