ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅମିତ ଶାହା ଙ୍କ ମନ୍ତବ୍ୟ ବିରୁଦ୍ଧରେ ଧର୍ମଗଡ ରେ ପ୍ରତିବାଦ 

ଅମିତ ଶାହା ଙ୍କ ମନ୍ତବ୍ୟ ବିରୁଦ୍ଧରେ ଧର୍ମଗଡ ରେ ପ୍ରତିବାଦ 

ଗତ କାଲି ରାଜ୍ୟସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାରତ ରତ୍ନ ସମ୍ବିଧାନ ପ୍ରଣେତା ଡ଼ ବାବାସାହେବ ଆମ୍ବେଦକର ଙ୍କୁ ନେଇଁ ଯେଉଁ ଅରୁଚିକର ମନ୍ତବ୍ୟ ଦେଇଥିଲେ ତାର ପ୍ରତିବାଦ ରେ ବୁଧବାର ଧର୍ମଗଡ଼ରେ କିଛି ଓକିଲ ଓ OBC-ST-SC ସଂଘ ଏବଂ ଆମ୍ବେଦକରବାଦୀ ମାନଙ୍କ ତରଫରୁ ପ୍ରତିବାଦ କରାଯାଇଥିଲା. ଶ୍ରୀଯୁକ୍ତ ଶାହା ତାଙ୍କ ଟିପ୍ପଣୀ ରେ ଆମ୍ବେଦକର ଆମ୍ବେଦକର କହିବା ଆଜି ଏକ ଫେସନ ପାଲଟି ଗଲାଣି. ସେମାନେ ଯେତେଥର ଏଭଳି ନାମ ଜପୁଛନ୍ତି, ତା ବଦଳରେ ଭଗବାନ ଙ୍କ ନାମ ଜପିଥିଲେ ସେମାନଙ୍କ ସାତ ପୁରୁଷ ସ୍ୱର୍ଗ ରେ ଉପଭୋଗ କରିଥାନ୍ତେ କହିଥିଲେ. ଏହାକୁ ପ୍ରତିବାଦ କରି ଓକିଲ ଦିଗାମ୍ବର ଦୁରିଆ କହିଲେ ସ୍ୱର୍ଗ କେହି ଦେଖି ନାହାନ୍ତି, ଆମକୁ ମଧ୍ୟ ଏହା ଦରକାର ନାହିଁ. ଆମ ପୂର୍ବଜ ଶହ ଶହ ବର୍ଷ ଧରି ଭଗବାନ କୁ ଜପି ଜପି ମରିଛନ୍ତି ହେଲେ ଆମ ଲୋକଙ୍କୁ ଶିକ୍ଷା, ନିଯୁକ୍ତି, ସମ୍ପତ୍ତି ମିଳିନାହିଁ. କେବଳ ଡ଼. ଆମ୍ବେଦକର ଓ ତାଙ୍କ ଲିଖିତ ସମ୍ବିଧାନ ର ଆଶୀର୍ବାଦ, ଜ୍ୟୋତିବା ଫୁଲେ ଙ୍କ ଲଢେଇ ଫଳରେ ହିଁ ଆମେ ଏକ ସ୍ୱାଭିମାନୀ ଜୀବନ ଜିଇଁବାର ସୌଭାଗ୍ୟ ମିଳିଛି. କୌଣସି ଭଗବାନ,ଆଲ୍ହା,ଯୀଶୁ କେହିବି ଆମକୁ ସ୍ୱାଭିମାନ ଦେଇନାହାନ୍ତି, ତେଣୁ ଶାହା ଙ୍କ ମନ୍ତବ୍ୟ ଆମ୍ବେଦକର ଓ ତାଙ୍କ ସମ୍ବିଧାନ ପ୍ରତି RSS ଓ ବିଜେପି ଦଳର ଆଭିମୁଖ୍ୟ ର ଅସଲି ପ୍ରତିଛବି ବୋଲି କହିଛନ୍ତି .ଓକିଲ ଚିତ୍ତ ରଞ୍ଜନ ନିଆଲ, ଅମିତ ଶାହା ବାବା ସାହେବ ଙ୍କ ବିରୁଦ୍ଧରେ ଏଭଳି ଟିପ୍ପଣୀ ଦେଇ ଏ ଦେଶର କୋଟି କୋଟି OBC-ST-SC ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି. ତେଣୁ ସେ ଶୀଘ୍ର ଭାରତ ବାସୀ ଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବୀ କରିଥିଲେ. OBC-ST-SC ମହାସଂଘ ର ସଭାପତି ଡମ୍ବରୁଧର ଲହଜଲ ମଧ୍ୟ ଗୃହମନ୍ତ୍ରୀ ଙ୍କ ଏଭଳି ମନ୍ତବ୍ୟ କୁ ତୀବ୍ର ଭରସନା କରିଥିଲେ ଓ ଜଣେ ମହାପୁରୁଷ ଙ୍କ ପ୍ରତି ତାଙ୍କର ଏଭଳି ବିଚାର ପାଇଁ କ୍ଷମା ମାଗନ୍ତୁ କହିଥିଲେ . ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ବିନୋଦ ନାଏକ, ପୃଥ୍ଵୀରାଜ ତାଣ୍ଡି, ଦୁର୍ଯ୍ୟୋଧନ ଠାକୁର, obc ନେତା ଡାକେଶ୍ୱର ଲହଜଲ, ଆଦିବାସୀ ନେତା ଟଙ୍କଧର ଶବର, ଚକ୍ରଧର ବେଣୁପାଣି, ଫୁଲେଶ୍ୱର ସେନାପତି, ନାରାୟଣ ବିହାରୀ , ଲକ୍ଷଜ୍ୟୋତି ଜାଲ, ସୋମ୍ୟ ନାଏକ, ସୁଧୀର ଗୋପାଳ ଆଦି କର୍ମକର୍ତା ଉପସ୍ଥିତ ଥିଲେ.।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଅଂଶୁମାନଙ୍କ ପରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତର କଂଗ୍ରେସ ସଭାପତି, ସମ୍ପାଦକ ,ସଭ୍ୟ ,ବ୍ଲକ କଙ୍ଗ୍ରେସ କମିଟି ଆଜି ଇସ୍ତଫା ଦେଲେ

masiha

କେନ୍ଦୁଝରରେ ଆଦିବାସୀ ଯୁବକ ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିବା ଘଟଣା ଏହି ସମ୍ୱେଦନଶୀଳ ଘଟଣା ସମଗ୍ର ରାଜ୍ୟକୁ ଲଜ୍ଜିତ ଓ
ନିନ୍ଦିତ କରିଛି: ବିଜେଡି

Sunil Chandra Nayak

ରାହୁଲ ଯାଦବ ଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ମୁକୁଟ

Sunil Chandra Nayak

Leave a Comment

error: Content is protected !!