ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ 

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ 

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ସେନା ହାବିଲ୍ଦାର ତଥା ବ୍ରହ୍ମପୁର ଶାରୀରିକ ଏକାଡେମୀର ପ୍ରତିଷ୍ଠାତା ଶ୍ରୀ ସିମାଞ୍ଚଳ ବାରିକ ଗୋଗ ଦେଇ ଛାତ୍ରଛାତ୍ରୀଙ୍କୁ ନିଜର ଅନୁଭୂତି, ଶିକ୍ଷା ଗ୍ରହଣ ସହ କ୍ରୀଡ଼ା, ଯୋଗ ଆଦି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାଲିଡ୍ ଏନ୍. ଜି. ଓ. ର କୋଷାଧ୍ୟକ୍ଷ ଶ୍ରୀ ସଦାନନ୍ଦ ଉଠାନସିଂ, ଜି. ଦୁର୍ଗାପ୍ରସାଦ, ଉପାଧ୍ୟକ୍ଷ ଶ୍ରୀ ଅନୀଲ କୁମାର ଦିଗାଲ, ଶିକ୍ଷକ ଓ ଅଣଶିକ୍ଷକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଦ୍ବିତୀୟତଃ ବ୍ରହ୍ମପୁର ସ୍ଥିତ ସଲିଡ୍ ଏନ୍. ଜି. ଓ. ର ପ୍ରତିଷ୍ଠାତା ଶ୍ରୀ ଦିବେନ୍ଦୁ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦଯାପନ କରିଥିଲେ । ଏହି ଅବସରରେ ଜଭେଲିନ୍, ସଟ୍ ପୁଟ , ଡିସ୍ କସ୍ ଥ୍ରୋ, ଲମ୍ବା ଡିଆଁ, ଅଖା ଡିଆଁ, ଶହେ ମିଟର ଦୌଡ, ଥ୍ରୀ ଲେଗ୍ ଦୌଡ, ବାଟି ଚାମଚ ଦୌଡ, ଛୁଞ୍ଚି ସୂତା ଦୌଡ ଓ ରିଲେ ରେସ୍ ପ୍ରିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ , ଦ୍ଵିତୀୟ ଓ ତୃଥିୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା । ସମସ୍ତ କ୍ରୀଡ଼ା ପତିଯୋଗିତାକୁ କ୍ରୀଡ଼ା ଶିକ୍ଷକ ଶ୍ରୀ ଅମୃତ ପୁରୋହିତ, ଶିକ୍ଷକ ଓ ଅଣଶିକ୍ଷକ କର୍ମକର୍ତ୍ତା ଆଦି ପରିଚାଳନା କରିବା ସହ ଶେଷରେ ଶ୍ରୀମତୀ ନିଶିଗନ୍ଧା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

( ମ ନି ସ )

Related posts

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ- ୨୦୨୩ ଉଦଯାପିତ 

masiha

ଜିଲ୍ଲା କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସହଦେଵ ମେମୋରିଆଲ ଗ୍ରାମ୍ୟ ସ୍ଥରୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!