ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ରେ……

ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ରେ……

ରାଉରକେଲା: ସାମାଜିକ ଅନୁଷ୍ଠାନ ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ତାରିଖରେ ଝିରପାଣି ର ବିଜୟ ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ସେକ୍ଟର ୧୯ସ୍ଥିତ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମହନ୍ତ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆ, ଉପସଭାପତି ଧନମାୟା ବିଷ୍ଟ, ସଦସ୍ୟ ସରିତା ସିଂ, ଅନୁପମା ଦାସ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ବସ୍ତି ଅଞ୍ଚଳର ତଥା ଛୋଟଛୋଟ ପିଲାଙ୍କୁ ନେଇ ଏହି ମହୋତ୍ସବ ଅନୁଷ୍ଠିତ ହେବ। ପିଲା ମାନଂକ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନ ରେ ଆଣିବା ପାଇଁ ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ବତ୍କୃତା ପ୍ରତିଯୋଗିତା ଆଦି କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ସେହିପରି ଅନୁଷ୍ଠାନ ତରଫରୁ ନୂତନ ପୋଷାକ ଓ ପୁରୁଣା ପୋଷାକ ଆବଶ୍ୟକ କରୁଥିବା ଗରିବ ଲୋକଙ୍କୁ ନିଃଶୁଳ୍କ ବିତରଣ କରାଯିବ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସହରବାସୀ ଯୋଗଦେବାପାଇଁ ଅନୁରୋଧ କରାଯାଇଛି। କବିତା ମହନ୍ତ ଙ୍କ ସମେତ ବହୁ ସଦସ୍ୟା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡିଶା ରାଜ୍ୟ ସମବାୟ ସମିତି ଲିଃ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ

masiha

ବହଳଦା ବନାଞ୍ଚଳ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ନେସା ଡ୍ଯାମରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ 

masiha

ତିରିଂ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ଓ ଵହଳଦା ଅବକାରୀ ବିଭାଗ ତରଫରୁ ବ୍ୟାପକ ଚଢାଉ,ବ୍ୟାପକ ବେଆଇନ ମଦ ଜବତ ସହ ୪ ଜଣଙ୍କୁ କୋର୍ଟ ଚାଲାଣ 

Sunil Chandra Nayak

Leave a Comment

error: Content is protected !!