ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଙ୍ଗରୋଡ଼ ଛେଣ୍ଡ ଭି. ଏସ. ଏସ ମାର୍କେଟ ଛକ ନିକଟରେ “ବ୍ୟାସବାଟିକା” ନିର୍ମାଣ ତଥା ଛକର ନାମ “ବ୍ୟାସଛକ” ହେଉ…

ରିଙ୍ଗରୋଡ଼ ଛେଣ୍ଡ ଭି. ଏସ. ଏସ ମାର୍କେଟ ଛକ ନିକଟରେ “ବ୍ୟାସବାଟିକା” ନିର୍ମାଣ ତଥା ଛକର ନାମ “ବ୍ୟାସଛକ” ହେଉ…

ରାଉରକେଲା:ବେଦବ୍ୟାସ ବିକାଶ ମଞ୍ଚ ର ଟ୍ରଷ୍ଟିଗଣ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଆର.ଏମ.ସି କମିଶନର ଙ୍କୁ ସାକ୍ଷାତ କରି ଦୁଇଟି ପ୍ରସଙ୍ଗ ଉପରେ ସ୍ମାରକପତ୍ର ମାଧ୍ୟମରେ ଦାବି ଉପସ୍ଥାପନ କରିଥିଲେ l ପ୍ରଥମ ସ୍ମାରକପତ୍ରରେ ରିଙ୍ଗରୋଡ଼-ଛେଣ୍ଡ ଭି. ଏସ. ଏସ ମାର୍କେଟ ଛକକୁ ବ୍ୟାସଛକ ନାମରେ ନାମିତ କରିବା ସହିତ ନିକଟରେ ଖାଲି ଥିବା ସ୍ଥାନରେ ବ୍ୟାସବାଟିକା ନିର୍ମାଣ ପାଇଁ ନିବେଦନ କରାଯାଇଥିଲା l ଦୁର୍ଗାପୁର ପାହାଡ଼ରେ ଅପର ପାର୍ଶ୍ୱରେ ହନୁମାନ ବଟିକା ଏବଂ ଏପାଖରେ ବ୍ୟାସବାଟିକା ଅଗଣିତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ମହୋଦୟଙ୍କୁ ହୃଦବୋଧ କରାଯାଇଥିଲା l ଏହା ପୂର୍ବରୁ ଅକ୍ଟୋବର ୭ ତାରିଖରେ ସଂଗଠନ ତରଫରୁ ରାଉରକେଲା ଇସ୍ପାତ କାରଖାନା ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ଙ୍କୁ ସାକ୍ଷାତ କରି ବେଦବ୍ୟାସ ବିକାଶ ମଞ୍ଚ ର ଆଭିମୁଖ୍ୟ ପ୍ରଦାନ କରିବା ସହିତ ଛେଣ୍ଡ ଛକକୁ ବ୍ୟାସଛକ ନାମରେ ନାମିତ କରିବା ଏବଂ ଏହି ଛକ ନିକଟରେ ବ୍ୟାସବାଟିକା ନିର୍ମାଣ କରିବା ପାଇଁ ସ୍ମାରକପତ୍ର ମାଧ୍ୟମରେ ନିବେଦନ କରାଯାଇଥିଲା l ଏହି ପ୍ରସ୍ତାବ ପ୍ରତି ଶ୍ରୀ ସ୍ୱାଇଁ ସକାରାତ୍ମକ ମନୋଭାବ ପୋଷଣ କରିଥିଲେ l ଏହି ପ୍ରସଙ୍ଗ ଉପରେ ଇସ୍ପାତ କାରଖାନା ଡି.ଆଇ.ସିଙ୍କୁ ସେପ୍ଟେମ୍ବର ୨୮ ତାରିଖରେ ସଂଗଠନ ତରଫରୁ ମେଲ ମଧ୍ୟ କରାଯାଇଛି l ଅତିରିକ୍ତ ଜିଲ୍ଲାପାଳଙ୍କୁ ଦ୍ଵିତୀୟ ସ୍ମାରକପତ୍ର ମାଧ୍ୟମରେ ବାଲୁଘାଟ ରୁପୁଟୋଲାରେ ଥିବା ଅବ୍ୟବହୃତ କାଞ୍ଜିଆ ହାଉସରେ ବୁଲାଗାଈଗୋରୁଙ୍କୁ ରଖି ସେବା କରିବା ପାଇଁ ବେଦବ୍ୟାସ ବିକାଶ ମଞ୍ଚ ଟ୍ରଷ୍ଟକୁ ପରିଚାଳନା ନିମନ୍ତେ ଦାୟିତ୍ୱ ଦେବାକୁ ନିବେଦନ କରାଯାଇଛି l ଟ୍ରଷ୍ଟରେ ଥିବା ୫୪ ଜଣ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟ ବରିଷ୍ଠ ନାଗରିକ ଏବଂ ସେମାନେ ଗୋସେବା ମାଧ୍ୟମରେ ପୁଣ୍ୟଅର୍ଜନ କରିବା ପାଇଁ ଆଗ୍ରହୀ l ତେଣୁ ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନାବେଳେ ନିବେଦନ କରାଯାଇଥିଲା l ସଭାପତି ବଦ୍ରୀନାରାୟଣ ପାଢ଼ୀ, ଉପସଭାପତି ରମାକାନ୍ତ ପାଣ୍ଡେ ଏବଂ ନରେନ୍ଦ୍ର କୁମାର ଦାଶ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ, କୋଷାଧକ୍ଷ ମଧୁସୂଦନ ସାହୁ, ସମ୍ପାଦକ ଶ୍ରୀକାନ୍ତ କୁମାର ନାୟକ, ବିଜୟାନନ୍ଦ ଅଗ୍ରୱାଲ, ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଅପୂର୍ଵ କୁଣ୍ଡୁଙ୍କ ସହିତ କେଦାରନାଥ ପାଢ଼ୀ, ବିଭୁଦତ୍ତ ବେହେରା, ଲଷ୍ମୀନାରାୟଣ ମିଶ୍ର ଏବଂ ଟିକେଶ୍ୱର ପ୍ରଧାନ ପ୍ରମୁଖ ଟ୍ରଷ୍ଟିଗଣ ଉପସ୍ଥିତ ରହିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡା ଜିଲ୍ଲାର ଦୃଷ୍ଟିହୀନ ଦିବ୍ୟାଙ୍ଗ ମାନଙ୍କ ପାଇଁ ନୂଆ ଆଶା ଆଣିଲା ଟର୍ଚ୍ଚ-ଇଟ୍ ଫାଉଣ୍ଡେସନ। ବିତରଣ କଲା ଆଧୁନିକ ସହାୟକ ସାମଗ୍ରୀ 

masiha

ଜିଲ୍ଲାପାଳ ଦଶରଥପୁର ବ୍ଲକ ଥାଲକୁଡ଼ି ଓ ପାଲଟପୁର ପଞ୍ଚାୟତ ବୁଲି ସ୍ଥିତି ପରଖିଲେ ଉପଲବ୍ଧ ସ୍ବାସ୍ଥ୍ୟ ବ୍ୟବସ୍ଥା ଅନୁଧ୍ୟାନ, ଜଳ ବିଶୋଧନ ପାଇଁ ନିର୍ଦ୍ଦେଶ ଦେଲେ 

masiha

ଆଇନ ମହାବିଦ୍ୟାଳୟରେ ବିଶ୍ବ ଉପଭୋକ୍ତା ଅଧିକାର ଦିବସ ପାଳିତ

masiha

Leave a Comment

error: Content is protected !!