ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କ ପ୍ରଥମ ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ପରିଦର୍ଶନ 

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ମାଓ ଅଧ୍ୟୁଷିତ ଦୁର୍ଗମ ପାଟଦରା ଅଞ୍ଚଳର ପାଖାପାଖି ୧୭ଟି ଗ୍ରାମର ଲୋକଙ୍କ ବିଭିନ୍ନ ପ୍ରକାରର ମୌଳିକ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗକୁ ଭିତ୍ତିକରି ଆଗରୁ ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନର ପାଦ କେବେ ପଡ଼ିନଥିବା ବେଳେ ପ୍ରଥମେ ସେ ପାଟଦରା ପରିଦର୍ଶନରେ ଆସିଥିଲେ । ଦୁର୍ଗମ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମୂହଙ୍କ ଦୁଃଖ ବୁଝିଥିଲେ । ଜିଲ୍ଲାପାଳ ପଟଦରା ଆସିବା ଖବର ଜାଣି ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ର ଅଧିବାସୀ ମାନେ ପ୍ରଥମେ ଜିଲ୍ଲାପାଳ ଙ୍କୁ ସ୍ଵାଗତ ଜଣାଇବା ପାଇଁ ଗାଁ ମଝିରେ ଝୋଟି ଚିତ୍ର ଆଙ୍କି ବାଜା ବଜାଇ ଜିଲ୍ଲାପାଳ ସ୍ଵାଧାଦେବ ସିଂ , ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ ତଥା ନୂଆପଡା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ଵାଗତ କରିଥିଲେ । ଜିଲ୍ଲାପାଳ ସମେତ ବୋଡ଼େନ ବ୍ଲକ ର କର୍ମଚାରୀ ମାନେ ମଧ୍ୟ ମାଓ ଉପଦ୍ରବ ଅଞ୍ଚଳ ପାଟଦରା, କୁକୁଟିଆମ୍ବ ,କୁଇମୁଣ୍ଡା ଗର୍ଜନପାଣି ଆଦି ଗାଁର ରାସ୍ତାଘାଟ , ପାନୀୟ ଜଳ, ବିଦ୍ୟୁତ , ସ୍ବାସ୍ଥ୍ୟ ସେବା ଉପରେ ଆଲୋଚନା ସହ ସ୍କୁଲ ପରିଦର୍ଶନ କରିଥିଲେ । ଏହା ବ୍ୟତୀତ ପଟଦରା ଅଞ୍ଚଳର ଜନସାଧାରଣ ପନିପରିବା ତଥା ସଉଦା କରିବାକୁ ହେଲେ ୨୦ କିମି ବୋଡ଼େନ ସାପ୍ତାହିକ ବଜାରକୁ ଯିବାକୁ ପଡୁଥିଲାା, ଏଣୁ ପାଟଦରା ବାସୀଙ୍କ ସୁବିଧା ଦୃଷ୍ଟିରୁ ପାଟଦରା ଗାଁରେ ଏକ ସାପ୍ତାହିକ ବଜାର ର ଜିଲ୍ଲାପାଳ ସ୍ୱଧାଦେଵ ସିଂ ନିଜେ ସୁଭାରମ୍ଭ କରିଥିଲେ । ଆଗକୁ ଏହି ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ର ଅଧିବାସୀ ମାନଙ୍କର କେମିତି ବିକାଶ ହେବ ସେଥିପ୍ରତି ସବୁବେଳେ ଦୃଷ୍ଟି ଦେବେ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ମାଓ ଦମନ ଉପରେ ସଦାସର୍ବଦା ତାଙ୍କର ଚେଷ୍ଟା ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

ତୁନାପାରୀ ଗ୍ରାମରେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

Sunil Chandra Nayak

ଦୁବୁଲାବେଡାରେ ଦେଶକରମ୍ ଉତ୍ସବ ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!