ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସାଧବ ବୋହୂ

ସାଧବ ବୋହୂ

କାଙ୍ଗାଳୀ ଚରଣ ସେଠୀ

 

ନୁହେଁ ନବରବି ରଶ୍ମିର ରଙ୍ଗ

    ରକ୍ତାଭ କୃଷ୍ଣଚୁଡା

ଶ୍ରାବଣ ସକାଳ ସବୁଜ ପ୍ରାନ୍ତରେ

   ଚାଲିନି ମୁଁ କେବେ ପରା

   ମୁଁ ଦୁଃଖିନୀ ସାଧବବୋହୁ 

ଆଖିତଳୁ ଖସେ ଟୋପି ଟୋପି ଲୁହ

   ଓଠରୁ ଖସଇ ମହୁ ।

ଉନ୍ମିଳିତ ମୋର ହୃଦୟ କୁମୁଦ

  କୀଟଦ୍ରଂଷ୍ଟ ଆବାଲ୍ୟରୁ

ଗୋବର ଗୋଟେଇ ଭାଗ୍ୟବତୀ ହେବା

   ଲିଭିଛି ମୋ କପାଳରୁ

ମୁଁ ଚେନାଏ ସାଉଣ୍ଟା ସ୍ମୃତି

ନିତିଦିନିଆ ଏ ନିନ୍ଦା ଅପବାଦ

   ଲୁଣି ଲୁହେ ଯାଏ ଶୁଖି ।

ଚୋରା ଚଇତିର ଚିନି ଚାନ୍ଦିନୀକୁ 

  ଚୁମୁନି ଚିକୁର ଚାରୁ

ନୂଆ ସକାଳକୁ ନିଇତି ଦେଖେ ମୁଁ

   ନୂଆଁଣିଆ ଚାଳ ଘରୁ

କାନ୍ଥବାଡ଼େ ରହେ ଚାହିଁ

ଦିନ ଗଣୁଛି ମୁଁ ତମେ ଫେରି ବାର

   ରାତି ଆସେ ପାହି ପାହି ।

ଛତି ମାରି ଯାଏ ହଳଦୀ କାଠୁଆ

କଜଳପାତିରେ ଗୁଣ୍ଡି

ମଉଳି ଯାଇଛ ମନର ସରାଗ

  ନିତି ଓହ୍ଲେ ଭାତହାଣ୍ଡି।

   ମୁଁ ଲବଣସାଗର ଲହୁ

ତନୟବନ୍ତର ତଅପୋଇ ନୁହଁ

   ନୁହେଁ ମୁଁ ସାଧବବୋହୁ ।

   ଯାଜପୁର

 

Related posts

ଆଜି ମହାପ୍ରଭୁଙ୍କର ବନକଲଗି ନୀତି, ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ୍ ରହିବ ସାଧାରଣ ଦର୍ଶନ

Sunil Chandra Nayak

କଲମପୁର ବ୍ଳକ-କିରୋସିନ ଯୋଗାଣ ରେ ଦୁର୍ନୀତି ର ଗନ୍ଧ

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!