ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗୀତା କାର୍ଯ୍ୟକ୍ରମ

ପି ଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗୀତା କାର୍ଯ୍ୟକ୍ରମ

ଡାବୁଗାଁ, ୩୦/୧୨ ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମାସ୍ଥିତ ସରକାରୀ (ନୂତନ)ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶ୍ରେଣୀଗୃହ ପରିସରରେ ପି ଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗୀତା ଦିର୍ଘ ତିନିଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ତା ୨୯|୧୨ ପ୍ରଥମ ଦିନରେ ୧୦୦ ଜଣ,ତା୩୦|୧୨ଦ୍ଵିତୀୟ ଦିନରେ ୧୦୦ ଜଣ,ତା୩୧|୧୨ ତୃତୀୟ ଦିନରେ ୪୯ ଜଣ ଏପରି ତିନି ଦିନରେ ୨୪୯ ଜଣ ପ୍ରଶିକ୍ଷଣ ନେବା ର କାର୍ଯ୍ୟକ୍ରମ ରହିଛି l ପ୍ରଶିକ୍ଷକ ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ବିକାଶ ରଞ୍ଜନ ନିଶଙ୍କ, ହେମନ୍ତ କୁମାର ପଣ୍ଡା ଓ ଗୀତାଞ୍ଜଳି ବସ୍ତିଆ ପ୍ରମୂଖ ପ୍ରଶିକ୍ଷଣ ଦେଇଥିଲେ l ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗବାନ ମାଝୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସାଧନ ବ୍ୟକ୍ତି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ପର୍ଯ୍ୟବେକ୍ଷକ ଦାୟିତ୍ଵ ସୂଚାରୁ ରୂପେ ପରିଚାଳନା କରିଥିଲେ l କାର୍ଯ୍ୟରତ ପାଚିକା ଓ ସହାୟିକା ମାନେ କିପରି ସ୍ଵଚ୍ଛତା ପାଳନ କରି ସ୍ଵାସ୍ଥ୍ୟ ସୁସ୍ଥ ରହିବା ଭଳି ଖାଦ୍ୟ ରନ୍ଧନ ପ୍ରଣାଳୀ,ମୁଣ୍ଡରେ କ୍ୟାପ୍ ଆପ୍ରନ ପିନ୍ଧି ରୋଷେଇ କରିବା, ସ୍ୱାସ୍ଥ୍ୟ ଓ ପରିମଳ, ଖାଦ୍ୟ ନିରାପତ୍ତା, କରି ଛାତ୍ରଛାତ୍ରୀ ମାନଙ୍କୁ ପରିବେଷଣ କରିବେ ତା ଉପରେ ବ୍ୟାପକ ଉପାଦେୟ ତଥ୍ୟ ତାଲିମରେ ବୁଝାଇଥିଲେ l ଏଦଦ୍ ବ୍ୟତୀତ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଆଣି ଏଠାରେ ଖାଦ୍ୟ ପ୍ରଦର୍ଶନୀ କରାଯାଇ ଥିଲା l ପ୍ରଶିକ୍ଷକ ମାନେ ଖାଦ୍ୟ ପ୍ରଦର୍ଶନୀ ରେ ଏହା କିପରି ପ୍ରସ୍ତୁତ କରାଯାଇଛି, କଣ କଣ ସମାଗ୍ରୀ କେଉଁ ପରିମାଣରେ ବ୍ୟବହାର କରାଯାଇଛି, ଏହା ସ୍ଵାଦିଷ୍ଟ ଅଛି କି ନାହିଁ, ତାର ମୂଲ୍ୟ କେତେ ହେବ ଏପରି କଥା ପଚାରି ବୁଝିଥିଲେ l ମଧ୍ୟାହ୍ନ ଭୋଜନ ପରେ ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ କେତୋଟି ପ୍ରଶ୍ନ କୋଡ଼ିଏ ନମ୍ବର ର ପରୀକ୍ଷା କରାଯାଇ ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ଆସନ୍ତା କାଲି ଉକ୍ତ କାର୍ଯ୍ୟକ୍ରମ ଶେଷ ହେବ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଯୁବତୀ ଙ୍କୁ ଧର୍ଷଣ ମାମଲାରେ ଫେରାର ଯୁବକ ଗିରଫ 

Sunil Chandra Nayak

ବ୍ୟାସଦେବ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବ୍ଲକ୍ ସ୍ତରୀୟ ମାସିକ ଆଲୋଚନା

masiha

Leave a Comment

error: Content is protected !!